Advertisment

‘ଟ୍ରେନ୍‌ ନଂ- 653’ ର ଭୟାନକ କାହାଣୀ: ହଠାତ୍‌ ମାଡ଼ି ଆସିଥିଲା ଝଡ଼ ତୋଫାନ, ସମୁଦ୍ରରେ ବୁଡ଼ି ଯାଇଥିଲା ଟ୍ରେନ୍‌...

୧୯୬୪ ମସିହା, ଡିସେମ୍ବର ୧୫...ଦକ୍ଷିଣ ଆଣ୍ଡାମାନରେ ଭୟଙ୍କର ଝଡ଼ ତୋଫାନ ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଥିଲା। ଏହାପରେ ହଠାତ୍‌ ବଦଳି ଯାଇଥିଲା ପାଣିପାଗ। ଆକାଶରେ ଘୋଟି ଆସିଥିଲା କଳା ବାଦଲ । ଝଡ଼ ତୋଫାନ ସହ ଆରମ୍ଭ ହୋଇଯାଇଥିଲା ପ୍ରବଳ ବର୍ଷା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Story of train no 653 Pamban Dhanushkodi passenger train tragedy

Story of train no 653 Pamban Dhanushkodi passenger train tragedy

୧୯୬୪ ମସିହା, ଡିସେମ୍ବର ୧୫...ଦକ୍ଷିଣ ଆଣ୍ଡାମାନରେ ଭୟଙ୍କର ଝଡ଼ ତୋଫାନ ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଥିଲା। ଏହାପରେ ହଠାତ୍‌ ବଦଳି ଯାଇଥିଲା ପାଣିପାଗ। ଆକାଶରେ ଘୋଟି ଆସିଥିଲା କଳା ବାଦଲ ଓ ଏହାପରେ ଝଡ଼ ତୋଫାନ ସହ ଆରମ୍ଭ ହୋଇଯାଇଥିଲା ପ୍ରବଳ ବର୍ଷା। ଏସବୁ ଭିତରେ ଡିସେମ୍ବର ୨୧ ସୁଦ୍ଧା ପାଣିପାଗ ଏକ ଭୟଙ୍କର ରୂପ ନେଇ ସାରିଥିଲା। ଏହାପରେ ଡିସେମ୍ବର ୨୨ରେ ଶ୍ରୀଲଙ୍କାରୁ ଏକ ଘୂର୍ଣ୍ଣିଝଡ଼ ଘଣ୍ଟା ପ୍ରତି ୧୧୦ କି.ମି. ବେଗରେ ଭାରତ ଆଡ଼କୁ ମାଡି ଆସିଥିଲା। 

Advertisment

ଏହି ଘୂର୍ଣ୍ଣିଝଡ଼ ତାମିଲନାଡୁର ‘ପମ୍ବନ ଦ୍ୱୀପ’ରେ ଧକ୍କା ଦେବା ପରେ ଘଣ୍ଟାପ୍ରତି ୨୮୦ କି.ମି. ବେଗରେ ଉତ୍ତର ପଶ୍ଚିମ ଦିଗକୁ ଗତି କରିଥିଲା। ଏହି ଘୂର୍ଣ୍ଣିଝଡ଼ର ଗତି ଏତେ ଅଧିକ ଥିଲା ଯେ, ଲୋକମାନେ ଭୟଭୀତ ହୋଇଯାଇଥିଲେ।  ୧୯୬୪ ମସିହା, ଡିସେମ୍ବର ୨୨ ସନ୍ଧ୍ୟା ପ୍ରାୟ ୬ଟା ବେଳେ ମାଡ଼ି ଆସିଥିଲା ଭୟଙ୍କର ବିପଦ। କେହି କିଛି ବୁଝିବା ପୂର୍ବରୁ ଚାଲି ଯାଇଥିଲା ଅନେକ ଲୋକଙ୍କ ଜୀବନ। ନା ବଞ୍ଚାଇବା କୁ କେହି ଥିଲେ, ନା ନିଜ ଜୀବନ ବଞ୍ଚାଇବା ପାଇଁ ସେମାନଙ୍କ ପାଖରେ କିଛି ଉପାୟ ଥିଲା। କାରଣ ଗଭୀର ସମୁଦ୍ର ମଝିରେ ଘଟିଥିଲା ଏହି ବଡ଼ ଅଘଟଣ। 

ତାଣ୍ଡବ ରଚିଥିଲା ଘୂର୍ଣ୍ଣିଝଡ଼...

ତାମିଲନାଡୁ ପମ୍ବନ ଦ୍ୱୀପର ‘ଧନୁଷକୋଡି ରେଲ୍‌ୱେ ଷ୍ଟେସନ’ରେ ସବୁଦିନ ଭଳି ସେଦିନ ମଧ୍ୟ ଲୋକମାନେ ଯା’ଆସ କରୁଥିଲେ। ଝଡ଼ ତୋଫାନ ଓ ବର୍ଷା ଭିତରେ ଷ୍ଟେସନ ମାଷ୍ଟର ଆର୍‌ ସୁନ୍ଦରରାଜ ନିଜ ଡ୍ୟୁଟି ସାରି ଘରକୁ ଫେରି ଯାଇଥିଲେ। ଆଉ ଏହାରି ଭିତରେ ରାତି ପ୍ରାୟ ୯ଟା ସମୟରେ ପମ୍ବନରୁ ଧନୁଷକୋଡି ଯାଏ ଚଳାଚଳ କରୁଥିବା ‘ଯାତ୍ରୀବାହୀ ଟ୍ରେନ୍‌- 653' ୧୦୦ ଜଣ ଯାତ୍ରୀଙ୍କୁ ଧରି  ‘ଧନୁଷକୋଡି ରେଲ୍‌ୱେ ଷ୍ଟେସନ’ ଅଭିମୁଖେ ବାହାରି ଯାଇଥିଲା। ତେବେ ରାତି ୧୧ଟା ୫୫ ମିନିଟ୍‌ରେ ଟ୍ରେନ୍‌ ଧନୁଷକୋଡି ରେଲ୍‌ୱେ ଷ୍ଟେସନରେ ପହଞ୍ଚିବାର ଥିଲା, ହେଲେ ବର୍ଷା ସାଙ୍ଗକୁ ଝଡ଼ ତୋଫାନ ଆହୁରି ଜୋରରେ ହୋଇଥିଲା।

Advertisment

ସିଗ୍ନାଲ ମିଳିଲା ନାହିଁ, ତଥାପି ରିସ୍କ ନେଇଥିଲେ ଲୋକୋ ପାଇଲଟ୍‌...

ପ୍ରବଳ ବର୍ଷା ଓ ଝଡ଼ ତୋଫାନ ଯୋଗୁ ସିଗ୍ନାଲ ଖରାପ ଯୋଗୁ ଲୋକୋ ପାଇଲଟ୍‌ ଟ୍ରେନ୍‌କୁ ଧନୁଷକୋଡି ଷ୍ଟେସନରୁ କିଛି ଦୂରରେ ଅଟକାଇ ଥିଲେ। ବହୁତ ସମୟ ଧରି ଅପେକ୍ଷା କରିବା ପରେ ଯେତେବେଳେ କୌଣସି ସିଗ୍ନାଲ ମିଳି ନଥିଲା, ଶେଷରେ ଲୋକୋ ପାଇଲଟ୍‌ ରିସ୍କ ନେଇ ପ୍ରବଳ ବର୍ଷା ଓ ଝଡ଼ ତୋଫାନ ମଧ୍ୟରେ ଟ୍ରେନ୍‌କୁ ଆଗକୁ ଗଡ଼ାଇ ଥିଲେ।

ଦୁର୍ଘଟଣାରେ ଚାଲି ଯାଇଥିଲା ୨୦୦ ଜଣଙ୍କ ଜୀବନ...

ଟ୍ରେନ୍‌ଟି ସମୁଦ୍ର ଉପରେ ନିର୍ମାଣ କରାଯାଇଥିବା ପମ୍ବନ ବ୍ରିଜ୍‌ ଉପରେ ଧୀରେ ଧୀରେ ଆଗକୁ ବଢ଼ୁଥିଲା। ରାତି ଯେତେ ବଢ଼ୁଥିଲା ଅନ୍ଧକାର ଭିତରେ ସମୁଦ୍ରର ପାଣିକୁ ଦେଖିଲେ ଭୟ ମଧ୍ୟ ସେତିକି ଲାଗୁଥିଲା। ଏସବୁ ମଧ୍ୟରେ ହଠାତ୍‌ ଲହଡ଼ି ଏତେ ଜୋରରେ ଆସିଥିଲା ଯେ, ଟ୍ରେନ୍‌ର ୬ଟି ବଗିରେ ଯାତ୍ରା କରୁଥିବା ୧୦୦ ଯାତ୍ରୀ ଓ ୫ ଜଣ ରେଲ୍‌ୱେ କର୍ମଚାରୀଙ୍କ ସମେତ ୧୦୫ ଜଣ ସମୁଦ୍ରରେ ବୁଡ଼ି ଯାଇଥିଲେ। କୁହାଯାଉଛି ଯେ, ଟ୍ରେନ୍‌ରେ ୨୦୦ ଜଣ ଯାତ୍ରୀ ଥିଲେ। କାହିଁକି ନା କିଛି ଲୋକ ବିନା ଟିକେଟ୍‌ରେ ଯାତ୍ରା କରୁଥିଲେ। ଏହି ବଡ଼ ଅଘଟଣରେ ସମସ୍ତଙ୍କ ଜୀବନ ଚାଲି ଯାଇଥିଲା। ଆହୁରି ମଧ୍ୟ କୁହାଯାଉଛି ଯେ, ଏହି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ବର୍ତ୍ତମାନ ସୁଦ୍ଧା ଭାରତରେ ହୋଇଥିବା ବିପଜ୍ଜନକ ଘୂର୍ଣ୍ଣିଝଡ଼ ମଧ୍ୟରୁ ଅନ୍ୟତମ। 

ଘୂର୍ଣ୍ଣିଝଡ଼ର ତାଣ୍ଡବରେ ହଜି ଯାଇଥିଲା ଷ୍ଟେସନ୍‌...

ଏହି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଏତେ ଭୟଙ୍କର ଥିଲା ଯେ, ଏହାର ପ୍ରଭାବରେ ‘ଧନୁଷକୋଡି ରେଲ୍‌ୱେ ଷ୍ଟେସନ’ କେଉଁଆଡ଼େ ହଜି ଯାଇଥିଲା। ସବୁକିଛି ଛିନ୍‌ଛତ୍ର ହୋଇଯାଇଥିଲା। ଖାଲି ଏତିକି ନୁହେଁ ଏହି ଘୂର୍ଣ୍ଣିଝଡ଼ ଯୋଗୁ ପାଖାପାଖି ୨ ହଜାର ଲୋକଙ୍କ ଜୀବନ ଚାଲି ଯାଇଥିବା ସୂଚନା ମିଳିଛି। କେବଳ ଧନୁଷକୋଡିରେ ହଜାରେରୁ ଅଧିକ ଲୋକଙ୍କ ଜୀବନ ଚାଲି ଯାଇଥିଲା।

Advertisment
Advertisment