/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686062155.jpg)
Train Mishap
ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ମାମଲା ରୁଜୁ କଲା CBI । ରେଳ ମନ୍ତ୍ରାଳୟ ଆବେଦନ ଆଧାରରେ ତଦନ୍ତ ପାଇଁ ମାମଲା ରୁଜୁ କରି GRPଠାରୁ ତଦନ୍ତ ଭାର ବି ହାତକୁ ନେଇଛି । ତେବେ ତାପୂର୍ବରୁ ଗତକାଲି ଅପରାହ୍ନରୁ ଆଜି ମଧ୍ୟାହ୍ନ ଯାଏଁ ଆକ୍ସିଡେଣ୍ଟ ସ୍ପଟରୁ ସିଗନାଲ୍ ରୁମ୍ ଯାଏଁ ସବୁଠି କରିଛି ତନାଘନା ।....
ଜୁନ୍ ୨ ତାରିଖ ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ଆଜି ମାମଲା ରୁଜୁ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବା ସିବିଆଇ। ରେଳ ମନ୍ତ୍ରାଳୟର ଅନୁରୋଧ ଆଧାରରେ ତିନି ତିନିଟି ଟ୍ରେନ୍-ଯଥାକ୍ରମେ କରମଣ୍ଡଳ, ଯଶୋବନ୍ତପୁର-ହାୱଡ଼ା ଓ ମାଲଗାଡ଼ି କିଏ କାହା ସହ କେମିତି ଧକ୍କାହେଲେ ? ତଦନ୍ତ ପାଇଁ ମାମଲା ରୁଜୁ ହୋଇଥିବା ପ୍ରେସ ରିଲଜ୍ ଜରିଆରେ ଦର୍ଶାଇଛି ସିବିଆଇ। ଯେଉଁଥିରେ ଓଡ଼ିଶା ସରକାରଙ୍କ ସହମତି ଥିବା କଥା ବି ଉଲ୍ଲେଖ କରିଛି । ନିୟମ ମୁତାବକ ରାଜ୍ୟ ସରକାର ଏଥିପାଇଁ ଅନୁମତି ଦେଇଛନ୍ତି। ଏଥିସହ GRP ଠାରୁ ତଦନ୍ତ ଭାର ମଧ୍ୟ ନିଜ କାନ୍ଧକୁ ନେଇଛି ସିବିଆଇ।...
ଗତକାଲି ଅପରାହ୍ନରୁ ଆଜି ମଧ୍ୟାହ୍ନ, ପୁରା ଆକ୍ସନ ମୁଡରେ ଥିଲା ସିବିଆଇ । କେତେବେଳେ ଟ୍ରାଜେଡି ସ୍ପଟ୍ ତ ପୁଣି କେତେବେଳେ ବାହାନଗା ଷ୍ଟେସନ । ତାସହ କଣ୍ଟ୍ରୋଲ ରୁମ୍ ଓ ସିଗନାଲ ରୁମ୍ । କେଉଁ ଗୋଟିଏ ବି ସ୍ଥାନ ଛାଡ଼ିନଥିଲା ସିବିଆଇ ଇନକ୍ୱାରି ଟିମ୍ । ଜାଣିବାକୁ ଚାହିଁଥିଲା- ମେନଲାଇନ୍ କେଉଁଠି ଥିଲା ?କେଉଁପଟେ ମାଲ୍ ଗାଡ଼ି ଛିଡ଼ା ହୋଇଥିଲା ? ଲୁପଲାଇନକୁ କରମଣ୍ଡଳ ଗଲା କେମିତି ? ତାଛଡ଼ା ଦୁର୍ଘଟଣାଦିନ ଦାୟିତ୍ୱରେ ଥିବା ଷ୍ଟେସନ କର୍ମଚାରୀଙ୍କୁ ପଚାରିଥିଲା-ଏସଓପି ପାଳନ ହୋଇଥିଲା ନା ନାହିଁ ?
ସିଗନାଲ୍ ରୁମରେ ସେତେବେଳେ କିଏ ଥିଲା ? ଇଣ୍ଟରଲକ୍ ସିଷ୍ଟମ୍ କାହିଁକି ଫେଲ୍ ହେଲା ? ତେବେ ତଦନ୍ତକାରୀ ଟିମ୍ ର ସବୁଠୁ ଅଧିକ ଫୋକସ୍ ରେ ଥିଲା- ସିଗନାଲ୍। ଦୁର୍ଘଟଣା ପୂର୍ବରୁ କିଏ ସେ ଚାର୍ଜରେ ଥିଲା ? କେଉଁ ଟ୍ରେନ୍ କୁ କେଉଁ ଟ୍ରାକ୍ ରେ କଣ ସିଗନାଲ ଦିଆଯାଇଥିଲା ? ଏସବୁର ଟିକ୍ ନିଖ୍ ତଥ୍ୟ ହାସଲ ପାଇଁ ସେଦିନର ରେକର୍ଡ ଲକ୍ ବୁକ୍ ଯାଞ୍ଚ କରିବା ସହ ଏହାର ନକଲ ବି ସାଙ୍ଗରେ ନେଇଛି ସିବିଆଇ। ଆଗକୁ କରମଣ୍ଡଳର ଲୋକୋ ପାଇଲଟ୍, ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ଓ ଷ୍ଟେସନ ମାଷ୍ଟରଙ୍କୁ ବି ବିସ୍ତୃତ ପଚରା ଉଚରା କରିବା ସମ୍ଭାବନା ରହିଛି।...
ସେପଟେ କାହିଁକି ଘଟିଲା ବାହାନଗା ଟ୍ରେନ୍ ଟ୍ରାଜେଡି ? ବିଭିନ୍ନ ଦିଗ ଏବଂ ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜିବା ସହ ସାମନ୍ତରାଳ ତଦନ୍ତ କରୁଥିବା ରେଲୱେ ସେଫ୍ଟି କମିଶନ ଗତକାଲି ବାହାନଗାରେ ଛାନବିନ୍ କରିବା ପରେ ଆଜି ଖଡଗପୁରର ସାଉଥ ଇନଷ୍ଟିଚ୍ୟୁଟ୍ ରେ ଘଟଣାକୁ ନେଇ ସାଧାରଣ ଲୋକଙ୍କ ବୟାନ ରେକର୍ଡ କରିଛି । ଟ୍ରେନ୍ ଟ୍ରାଜେଡିରେ ମୃତାହତ ଯାତ୍ରୀଙ୍କ ପରିବାର ଲୋକ, ଟ୍ରେନ ଯାତ୍ରୀ ଓ ସାଧାରଣ ଜନତା, ଯେକେହି ବି କମିଶନଙ୍କ ନିକଟରେ ଉପସ୍ଥିତ ହୋଇ ତଥ୍ୟ ରଖିପାରିବେ ବୋଲି ପୂର୍ବରୁ କହିଥିଲେ ସେଫ୍ଟି କମିଶନ ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)