/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686037983.jpg)
Smoke in Secunderabad-Agartala Express
ଏକ୍ସପ୍ରେସ ଟ୍ରେନ୍ରୁ ହଠାତ୍ ବାହାରିଲା ଧୂଆଁ । ସିକନ୍ଦରାବାଦ୍-ଅଗରତାଲା ଏକ୍ସପ୍ରେସ(Secunderabad-Agartala Express) ବି-୫ ବଗିରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ଆଉ ଏହା ଦେଖିବା ପରେ ଯାତ୍ରୀ ଭୟଭୀତ ହୋଇପଡ଼ିଛନ୍ତି । ବ୍ରହ୍ମପୁର ଷ୍ଟେସନରେ ଧୂଆଁ ବାହାରିବା ଦେଖି ଯାତ୍ରୀମାନେ ଭୟରେ ଓହ୍ଲାଇ ଯାଇଛନ୍ତି ।
Advertisment
ଏବେ ସୁଦ୍ଧା ଧୂଆଁକୁ ନିର୍ବାପିତ କରାଯାଇଥିଲେ ବି ସେଥିରେ ଯିବାକୁ ଯାତ୍ରୀମାନେ ରାଜି ହେଉନାହାନ୍ତି । କରମଣ୍ଡଳ ଦୁର୍ଘଟଣା ମନରୁ ଲିଭିନଥିବା ବେଳେ ପୁଣି ଏପରି ଏକ ଘଟଣା ଯାତ୍ରୀଙ୍କୁ ଭୟଭୀତ କରିପକାଇଛି । ବଗିକୁ ନବଦଳାଇଲେ ଟ୍ରେନ୍ରେ ଯିବୁ ନାହିଁ ବୋଲି ଜିଦ୍ ଧରି ବସିଛନ୍ତି ।
ରେଲୱେ ବିଭାଗର ଅଧିକାରୀ କହିଛନ୍ତି, ଏବେ ଆଉ କୌଣସି ଅସୁବିଧା ନାହିଁ । ବର୍ତ୍ତମାନ ଗାଡ଼ି ଛାଡ଼ିବା ପାଇଁ ଷ୍ଟେସନ୍ ମାଷ୍ଟର୍ ଲେଖାଲେଖି କରୁଛନ୍ତି । ଏବେ ଟ୍ରେନ୍ ଛାଡ଼ିବ ବୋଲି ସୂଚନା ମିଳିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)