/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686053110.jpg)
Train Accident
କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଲୋକଙ୍କ ମଧ୍ୟରୁ ଏକାଧିକ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିବା ଜଣାପଡିଛି । ଜିଆରପି ସବ-ଇନ୍ସପେକ୍ଟର ପପୁ କୁମାର ନାୟକ ଏନେଇ ଏକ ଏତଲା ଦେଇଛନ୍ତି । ଏତଲା ଅନୁସାରେ ଟ୍ରେନ ମଧ୍ୟରେ ଧକ୍କା ଏବଂ ଟ୍ରେନକୁ ବିଦ୍ୟୁତ ସଂଯୋଗ ହୋଇଥିବା ଓଭର ହେଡ୍ ବିଦ୍ୟୁତ ଲାଇନ ସଂସ୍ପର୍ଶରେ ଆସି ଲୋକଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ଉଲ୍ଲେଖ କରିଛନ୍ତି ଜିଆରପି ସବଇନ୍ସପେକ୍ଟର ପପୁ କୁମାର ନାୟକ ।
ଏକାଧିକ ମୃତଦେହ ଗୁଡିକରେ କୌଣସି କ୍ଷତ ଚିହ୍ନ ନାହିଁ । ଅନେକ ମୃତଦେହରେ କୌଣସି ରକ୍ତସ୍ରାବର ଚିହ୍ନ ମଧ୍ୟ ନାହିଁ। ଏଥିଲାଗି ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଆଶଙ୍କା ଅଧିକ ରହିଛି । ଧକ୍କା ହେବା ପରେ ବିଦ୍ୟୁତ ତାର ଛିଡ଼ି ପଡ଼ିବାରୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଲୋକଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।....
ସେପଟେ ବାହାନଗା ଟ୍ରେନ ଟ୍ରାଜେଡି ଘଟଣାରେ ମାମଲା ରୁଜୁ କଲା CBI । ରେଳ ମନ୍ତ୍ରାଳୟ ଆବେଦନର ତଦନ୍ତ ପାଇଁ ମାମଲା ରୁଜୁ କରିଛି ସିବିଆଇ । ପୂର୍ବରୁ ମାମଲା ରୁଜୁ କରିଥିବା GRP ଠାରୁ ତଦନ୍ତ ଭାର ନେଇଛି CBI । ଘଟଣାକୁ ନେଇ ବାଲେଶ୍ବର ଜିଆର୍ପି ଥାନାରେ ମାମଲା ହୋଇଥିଲା । ଦୁର୍ଘଟଣାକୁ ନେଇ ନିଜ ପକ୍ଷରୁ ମାମଲା ରୁଜୁ କରିଥିଲା ଜିଆରପି ।
ଅନ୍ୟପଟେ ମୃତଦେହ ସଂରକ୍ଷିତ ରଖିବା ପାଇଁ ପାରାଦୀପରୁ ଅଣାଯାଇଛି ସ୍ୱତନ୍ତ୍ର କଣ୍ଟେନର । ଏଥିରେ ଅଧିକ ଦିନ ଧରି ମୃତଦେହ ସଂରକ୍ଷିତ ରଖିହେବ । ଏହା ଭିତରର ତାପମାତ୍ରାକୁ ଆବଶ୍ୟକତା ଅନୁସାରେ କମ୍ ବେଶି ମଧ୍ୟ କରାଯାଇ ପାରିବ। ବଡ଼ ବଡ଼ କଣ୍ଟେନର ହୋଇଥିବାରୁ ଅଧିକ ମୃତଦେହ ମଧ୍ୟ ଏଥିରେ ରଖାଯାଇପାରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)