ବାଲେଶ୍ୱର ବାହାନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ମନରୁ ନଲିଭୁଣୁ ଓଡ଼ିଶାରେ ପୁଣି ଏକ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଛି। ମାଲ୍ବାହୀ ଟ୍ରେନ୍ଟି ଡୁଙ୍ଗୁରି ଚୂନପଥର ଖଣିରୁ ଆସିବା ବେଳେ ମେଣ୍ଢାପାଲି ନିକଟରେ ଦୁର୍ଘଟଣା ଘଟିଛି।
ମହାରାଷ୍ଟ୍ର ଚନ୍ଦ୍ରପୁର ଜିଲ୍ଲା କମ୍ପା ଗାଁ ନିକଟରେ ଦୁର୍ଘଟଣା । ଘଟଣାସ୍ଥଳରେ ୪ ଓ ମେଡିକାଲରେ ୨ ଜଣ ମୃତ ।
ପୀଡିତ ପରିବାରର ପିଲାଙ୍କ ଉନ୍ନତ ଭବିଷ୍ୟତ ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ଟ୍ୱିଟ୍ କରିଛନ୍ତି ଗୌତମ ଅଦାନୀ।
କାହାକୁ ବା ଶାନ୍ତ୍ୱନା ଦେବେ, କାହାକୁ ବା ସମବେଦନା ଜଣାଇବେ। ଏଇଠି ତ ବୋଲ ମାନୁନି ଲୁହ...
ସଂପର୍କୀୟଙ୍କ ପାଇଁ ୱେବସାଇଟ୍, ହେଲପ ଲାଇନ୍ ନମ୍ବର ଜାରି ହୋଇଛି ।
ବିଧ୍ୱସ୍ତ ବଗିରୁ ବହୁ ଜୀବନ ବଞ୍ଚାଇଛନ୍ତି ଦରଦୀ ଓ ସାହସୀ । NDRF ଓ ଓଡ୍ରାଫ୍ ପହଞ୍ଚିବା ଆଗରୁ ବଢ଼ାଇଥିଲେ ସହାୟତାର ହାତ ।
କେମିତି ଘଟିଲା ବାହାନଗା ଟ୍ରେନ୍ ଟ୍ରାଜେଡି ? କେଉଁ କାରଣ ପାଇଁ ଗଲା ଏତେ ଲୋକଙ୍କ ଜୀବନ ? କାହାର ଅବହେଳା ପାଇଁ ଏ ଅଘଟଣ ଘଟିଲାନି ତ ? ଏସବୁ ଘଣ୍ଟାଚକଟା ଭିତରେ ଆଜି ଆସିଛି ଉତ୍ତର ?
ମୁଁ ଚାହୁଁଛି ସତ ପଦାକୁ ଆସୁ, କାହାରି ଇସ୍ତଫା ମାଗୁନି।
ରେଲୱେ ବୋର୍ଡ ପକ୍ଷରୁ ସିବିଆଇ ତଦନ୍ତ ସୁପାରିସ କରାଯାଇଛି
କାନ୍ଥରୁ ଲିଭିନି ବାହାଘର ଚିତା ରଙ୍ଗ। ଆଉ ୬ଦିନ ଯାଇଥିଲେ ବିବାହକୁ ପୁରିଥାନ୍ତା ଏକ ବର୍ଷ। ଜୁନ୍ ୧୦ ତାରିଖରେ ପଡିବ ପ୍ରଥମ ବିବାହ ବାର୍ଷିକ ଉତ୍ସବ। ଆଉ ମାଆର କୋଳରେ ଏହି ନିଷ୍ପାପ ଦେଢ ମାସର କୁନି ଝିଅ। ଦୁନିଆକୁ ଠିକସେ ଦେଖିନଥିବା ବେଳେ ବାପା ବୋଲି ଯେଉଁ ଶବ୍ଦଟି ଆଜି ହୋଇଗଲା ତା ପାଇଁ ସ୍ୱପ୍ନ।
ଏତେ ବଡ଼ ଟ୍ରେନ୍ ଦୁର୍ଘଟଣା ପରେ କେଉଁଠି ଏବେ ଟ୍ରେନ୍ର ଲୋକୋ ପାଇଲଟ୍ ଓ ଷ୍ଟାଫମାନେ। ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ୍ର ଲୋକୋ ପାଇଲଟ୍ ଓ ଆସିଷ୍ଟାଣ୍ଟ ପାଇଲଟ୍ ଆହତ ହୋଇଥିବା ସୂଚନା ମିଳିଛି।
ଦୁର୍ଘଟଣାର ସଠିକ୍ ମୃତ୍ୟୁ ସଂଖ୍ୟା ୨୭୫ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।
ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଥିବା ବେଳେ ଗୁରୁତରଙ୍କ ପାଇଁ ୧ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି ।
ଟ୍ରେନ୍ ଟ୍ରାଜେଡିକୁ ନେଇ LIC ରିହାତି ଘୋଷଣା କରିଛି। ପିଏମ୍ ଜୀବନ ଜ୍ୟୋତି ପଲିସିଧାରୀଙ୍କ ପାଇଁ ରିହାତି ଘୋଷଣା ହୋଇଛି।
ବାହାନଗା ଟ୍ରେନ୍ ଟ୍ରାଜେଡି ନେଇ ମୋଦିଙ୍କ ସହ କଥା ହେଲେ ନବୀନ ।
ବାଲେଶ୍ୱର ବାହାନଗାରେ ଭୟଙ୍କର ରେଳ ଦୁର୍ଘଟଣାର ମୃତଦେହ ସଂପର୍କରେ ଜାଣିବାକୁ ବିଏମ୍ସି ପକ୍ଷରୁ ହେଲପ ଲାଇନ ଜାରି କରଯାଇଛି ।
ବାଲେଶ୍ୱର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୮୮ରେ ପହଞ୍ଚିଛି। କେଉଁ କାରଣ ପାଇଁ ଏମିତି ଭୟଙ୍କର ଦୁର୍ଘଟଣା ଘଟିଲା ? ଏହା ପଛର କାରଣ କ’ଣ ? ତାହା ଜଣାପଡ଼ିଛି।
ଗତକାଲିଠାରୁ ପୁରା ବିଶ୍ୱର ନଜର ରହିଛି ବାହାନଗାର ଭୟଙ୍କର ଟ୍ରେନ୍ ଟ୍ରାଜେଡି ଉପରେ ।
କାହା ନିର୍ଦ୍ଦେଶକୁ ଅପେକ୍ଷା ଏବଂ ସାଜ ସରଞ୍ଜାମକୁ ଉପେକ୍ଷା କରି ଯେତେ ସମ୍ଭବ ଆହତଙ୍କ ଜୀବନ ବଞ୍ଚାଇବାକୁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ ଲୋକେ ।
ସେଇ କରମଣ୍ଡଳ, ସେଇ କଳା ଶୁକ୍ରବାର । ଦିଆସିଲି ଖୋଳ ଭଳି ଛିନଛତ୍ର ଦୁର୍ଘଟଣାଗସ୍ତ ଟ୍ରେନ୍ର ବଗି ଗୁଡ଼ିକ । ଧାଡ଼ି ଧାଡ଼ି କରି ଶୁଆଇ ଦିଆଯାଇଛି ଯାତ୍ରୀଙ୍କ ମୃତଦେହ । କାଲି ରାତି ଥିଲା, ତେଣୁ ଜଣାପଡ଼ିନଥିଲା ।
ଶହ ଶହ ସୁନା ସଂସାର ଚୁନାର ମୁକସାକ୍ଷୀ ବାହାନଗା ଡେଥ୍ ସ୍ପଟ୍ । ହସ୍ପିଟାଲରୁ ହସ୍ପିଟାଲ ବୁଲି ମୃତାହତଙ୍କୁ ଖୋଜୁଛନ୍ତି ଆତ୍ମୀୟ ।
ଭୀଷଣ, ଭୟଙ୍କର, ହୃଦୟବିଦାରକ । ରେଳ ଦୁର୍ଘଟଣାରେ ୨୮୮ ଛୁଇଁଲା ମୃତ୍ୟୁ ସଂଖ୍ୟା . . . ବାଲେଶ୍ୱର ବାହାନଗାରେ ତିନି ତିନିଟି ଟ୍ରେନ୍ ଭିତରେ ଭୟାବହ ଟକ୍କର। ଏହା ଏଭଳି ରେଳଦୁର୍ଘଟଣା, ଯାହା କିଏ ଆଗରୁ ଦେଖିଛି, ନା ଦେଖିବାକୁ ଚାହିଁବ । ବିଭିନ୍ନ ହସପିଟାଲରେ ଏବେ ବି ହଜାରେରୁ ଅଧିକ ଆହତଙ୍କ ଚିକିତ୍ସା ଚାଲିଛି । ସେଭିତରୁ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଶୁକ୍ରବାର କାଳ ରାତି ଉଜାଡ଼ି ଦେଇଛି ଅନେକଙ୍କ ସ୍ୱପ୍ନ । ଛାରଖାର କରିଦେଇଛି ବହୁ ପରିବାରର ଖୁସି।...
ଦୋଷୀକୁ ଆଦୌ ଛଡ଼ା ଯିବ ନାହିଁ । ଏହି ଭୟଙ୍କର ରେଳ ଦୁର୍ଘଟଣା ପଛରେ ଯିଏ ବି ଥିବ, ଚରମ କାର୍ଯ୍ୟାନୁଷ୍ଠାନ ହେବ ।
କୁହାଯାଏ ବିପଦ ଯେତେବେଳେ ଆସେ, ତାର ଭାଇ ବନ୍ଧୁ କୁଟୁମ୍ବକୁ ଧରି ଆସେ ଓ ପୀଡ଼ିତଙ୍କୁ ଚାରିଆଡୁ ମାଡ଼ି ବସେ ।
ବାଲେଶ୍ୱର ବାହାନଗାରେ ଘଟିଥିବା ଛାତିଥରା ରେଳ ଦୁର୍ଘଟଣାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନା ହେଲିକପ୍ଟରରେ ଆସି ସେ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି । କ୍ଷତିଗ୍ରସ୍ତ ବଗି ବୁଲି ଦେଖିବା ସହ ସ୍ଥିତିର ଅନୁଧ୍ୟାନ କରିଛନ୍ତି ମୋଦି ।