• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦୁର୍ଘଟଣା ଯେମିତି ଭୟଙ୍କର, ପରିଣାମ ବି ସେତିକି ବୀଭତ୍ସ, ଭିତିପ୍ରଦ। ବାହାନଗା ଦୁର୍ଘଟଣାର ଦୁଇ ଦିନ ବିତିଥିଲେ ବି ସଂଶୋଧିତ ତଥ୍ୟ ଅନୁଯାୟୀ ମୋଟ ୨୭୫ ମୃତଦେହ ଭିତରୁ ଏଯାଏଁ ଦେଢ଼ ଶହରୁ ଅଧିକ ମୃତଦେହକୁ ଚିହ୍ନଟ କରାଯାଇ ପାରିନି। କାରଣ ସେଗୁଡ଼ିକ ଭିତରୁ ଅଧିକାଂଶ ଶବର ସ୍ଥିତି ଯାହା, ଚିହ୍ନିବା ଅବସ୍ଥାରେ ବି ନାହିଁ। ଯାହାକି ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଏବେସୁଦ୍ଧା ୮୮ଟି ମୃତଦେହକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବା ପରେ ବାକି ମୃତଦେହ ସବୁକୁ ଭୁବନେଶ୍ୱର ଅଣାଯାଇ ଏମ୍ସ ସମେତ ଅନ୍ୟ ହସ୍ପିଟାଲରେ ସଂରକ୍ଷଣର ବ୍ୟବସ୍ଥା କରାଯାଇଛି।...

ଗୋଟିଏ କି ଦୁଇଟି ନୁହେଁ...ଲାଇନରେ ୫୫ ଆମ୍ବୁଲାନ୍ସ...ହେଲେ ରୋଗୀ ନୁହନ୍ତି, ପ୍ରତି ଆମ୍ବୁଲାନସରେ ଦୁଇଟି ଲେଖାଏଁ ମୃତଦେହ...ବାହନଗାରେ ସବୁଠୁ ବଡ଼, ଭୟଙ୍କର ରେଳ ଦୁର୍ଘଟଣାର ଦୁଇ ଦିନ ପରେ ଭୁବନେଶ୍ୱର ଏମସ ପରିସରରେ ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ।...

ପୂର୍ବଭାରତର ସବୁଠୁ ବଡ଼ ହସପିଟାଲ, ତା ସତ୍ତ୍ୱେ ବି ଏଠି ଏତେ ସଂଖ୍ୟାରେ ଆମ୍ବୁଲାନସ...ଏକାବେଳକେ ଶହେରୁ ଅଧିକ ଡେଡବଡି...ଭିତି ସୃଷ୍ଟି କରିଥିଲା...।...କାରଣ ରାଜ୍ୟ ସରକାରଙ୍କ ସଂଶୋଧିତ ମୃତ୍ୟୁ ତଥ୍ୟ ଅନୁଯାୟୀ ବାଲେଶ୍ୱର ଟ୍ରେନ୍ ଟ୍ରାଜେଡିରେ ଯେଉଁ ୨୭୫ ଜଣଙ୍କ ମୃତ୍ୟୁ ହୋଇଛି, ସେଥିରୁ ଚିହ୍ନଟ ହୋଇ ପାରିନଥିବା ୧୧୦ ଡେଡବଡିକୁ ଆଜି ଏମ୍ସ ଶବାଗାରକୁ ଅଣାଯାଇଥିଲା। କେବଳ ଏମସ ନୁହେଁ କ୍ୟାପିଟାଲ ହସ୍ପିଟାଲ ସମେତ ରାଜଧାନୀର ଅନ୍ୟ ହସ୍ପିଟାଲରେ ମଧ୍ୟ କିଛି ଡେଡବଡିକୁ ସଂରକ୍ଷିତ ରଖାଯାଇଛି।...

ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୭୫ ଜଣଙ୍କ ଭିତରୁ ଏପର୍ଯ୍ୟନ୍ତ ୮୮ ଜଣଙ୍କ ମୃତଦେହକୁ ସେମାନଙ୍କ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଛି। ହେଲେ ବାକି ଶବ ଚିହ୍ନଟ ଏବଂ ହସ୍ତାନ୍ତର କରିବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି।...କାରଣ ଅଧିକାଂଶ ମୃତଦେହ ଚିହ୍ନିବା ଅବସ୍ଥାରେ ନାହିଁ।...ତେଣୁ ମୃତକଙ୍କ ଫଟୋ ସହିତ, ସେମାନଙ୍କ ଆଇଡେଣ୍ଟିଫିକେସନ୍ ମାର୍କକୁ ତିନିଟି ୱେବସାଇଟରେ ଅପଲୋଡ କରାଯାଇଛି। ଏହି ୱେବସାଇଟ୍ ଗୁଡ଼ିକ ହେଲା www. srcodisha.nic.in, www.bmc.gov.in ଓ www.osdma.org। ସେହିପରି ଦୁଇଟି ଟୋଲଫ୍ରି ନମ୍ବର- 18003450061 ଓ 1929 ଜାରି କରାଯବା ସହ ମୃତ ଶରୀରକୁ ଚିହ୍ନଟ ଓ ହସ୍ତାନ୍ତର ପାଇଁ କିଛି ଅଧିକାରୀଙ୍କୁ ନେଇ ଟିମ ଗଠନ କରାଯାଇଛି।

ତେବେ ୱେବ ସାଇଟରେ ଦିଆ ଯାଇଥିବା ଫଟୋ ଗୁଡିକ କେବଳ ଚିହ୍ନଟ ପାଇଁ ବ୍ୟବହାର ଛଡ଼ା ଅନ୍ୟ କୌଣସିରେ ବ୍ୟବହାରକୁ ବାରଣ କରାଯାଇଛି। ଅପରପକ୍ଷେ ଦିଲ୍ଲୀ ଏମସରୁ ଆସିଥିବା ୪ ଜଣିଆ ଡାକ୍ତରୀ ଟିମ ମୃତ ଶରୀର ସଂରକ୍ଷଣ ବ୍ୟବସ୍ଥାର ତଦାରଖରେ ଲାଗିଛନ୍ତି। ତେବେ ଯେଉଁମାନଙ୍କ ମୃତଦେହର କେହି ଦାବିଦାର ନରହିବେ, ନିୟମ ଅନୁସାରେ ସେମାନଙ୍କ DNA ଓ ଫିଙ୍ଗର ପ୍ରିଣ୍ଟସ ସଂଗ୍ରହ କରି ସତ୍କାର କରାଯିବାର ବ୍ୟବସ୍ଥା ହୋଇଛି।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ, ଦୁର୍ଘଟଣାରେ ଆହତ ୧୧୭୫ ଜଣଙ୍କ ମଧ୍ୟରୁ ୟା ଭିତରେ ୭୯୩ ଜଣଙ୍କୁ ଡିସଚାର୍ଜ କରାଯାଇଛି । ୩୮୨ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି।...