Advertisment

ଟ୍ରେନ୍ ଟ୍ରାଜେଡି: ବାପା-ମାଆଙ୍କୁ ହରାଇଥିବା ପିଲାଙ୍କ ପଢାଖର୍ଚ୍ଚ ବହନ କରିବେ ଅଦାନୀ

ପୀଡିତ ପରିବାରର ପିଲାଙ୍କ ଉନ୍ନତ ଭବିଷ୍ୟତ ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ଟ୍ୱିଟ୍ କରିଛନ୍ତି ଗୌତମ ଅଦାନୀ।

author-image
Chandan Shishu
ଅଦ୍ୟତନ ହୋଇଛି
Gautam Adani

Gautam Adani

ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ବାପା-ମାଆଙ୍କୁ ହରାଇଥିବା ପିଲାଙ୍କ ପଢାଖର୍ଚ୍ଚ ବହନ କରିବ ଅଦାନୀ ଗ୍ରୁପ୍। ଅଦାନୀ ଗ୍ରୁପ ଚେୟାରମ୍ୟାନ୍ ଗୌତମ ଅଦାନୀ ଟ୍ୱିଟ୍ କରି ଆଜି ଏହି ଘୋଷଣା କରିଛନ୍ତି। ଟ୍ୱିଟରେ ଅଦାନୀ ଲେଖିଛନ୍ତି ଯେ, ଏହି ଭୟଙ୍କର ରେଳ ଦୁର୍ଘଟଣା ପାଇଁ ଆମେ ବ୍ୟଥିତ।

Advertisment

ଏଥିପାଇଁ ଅଦାନୀ ଗ୍ରୁପ୍ ଘୋଷଣା କରୁଛି ଯେ, ଦୁର୍ଘଟଣାରେ ଯେଉଁ ପିଲାମାନେ ତାଙ୍କ ଅଭିଭାବକଙ୍କୁ ହରାଇଛନ୍ତି, ସେମାନଙ୍କ ସ୍କୁଲ ଶିକ୍ଷା ଦାୟିତ୍ୱ ଅଦାନୀ ଗ୍ରୁପ ନେବ। ପୀଡିତ ପରିବାରର ପିଲାଙ୍କ ଉନ୍ନତ ଭବିଷ୍ୟତ ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ଟ୍ୱିଟ୍ କରିଛନ୍ତି ଗୌତମ ଅଦାନୀ। 

Advertisment

ଗତ ୨ ତାରିଖ ସଂଧ୍ୟାରେ ୨ ଏକ୍ସପ୍ରେସ ଓ ମାଲବାହୀ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ଯେମିତି ଭୟଙ୍କର, ପରିଣାମ ବି ସେତିକି ବୀଭତ୍ସ, ଭିତିପ୍ରଦ। ବାହାନଗା ଦୁର୍ଘଟଣାର ଦୁଇ ଦିନ ବିତିଥିଲେ ବି ତଥ୍ୟ ଅନୁଯାୟୀ ମୋଟ ୨୭୫ ଜଣଙ୍କ ମୃତ୍ୟୁ ହୋଇଛି। ଏଯାଏଁ ଦେଢ଼ ଶହରୁ ଅଧିକ ମୃତଦେହକୁ ଚିହ୍ନଟ କରାଯାଇ ପାରିନି। କାରଣ ୟା ଭିତରୁ ଅଧିକାଂଶ ଶବର ସ୍ଥିତି ଯାହା, ଚିହ୍ନିବା ଅବସ୍ଥାରେ ବି ନାହିଁ। ଯାହାକି ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି।

ଏବେସୁଦ୍ଧା ୧୦୮ଟି ମୃତଦେହକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବା ପରେ ବାକି ମୃତଦେହ ସବୁକୁ ଭୁବନେଶ୍ବର ଅଣାଯାଇ ଏମ୍ସ ସମେତ ଅନ୍ୟ ହସ୍ପିଟାଲରେ ସଂରକ୍ଷଣର ବ୍ୟବସ୍ଥା କରାଯାଇଛି।

Train Accident Gautam Adani Train Mishap
Advertisment
Advertisment