Advertisment

ଶବର ପାହାଡ଼ ଭିତରୁ ପୁଅକୁ ଖୋଜି ପାଇଲେ ବାପା

କାନ୍ଥରୁ ଲିଭିନି ବାହାଘର ଚିତା ରଙ୍ଗ। ଆଉ ୬ଦିନ ଯାଇଥିଲେ ବିବାହକୁ ପୁରିଥାନ୍ତା ଏକ ବର୍ଷ। ଜୁନ୍ ୧୦ ତାରିଖରେ ପଡିବ ପ୍ରଥମ ବିବାହ ବାର୍ଷିକ ଉତ୍ସବ। ଆଉ ମାଆର କୋଳରେ ଏହି ନିଷ୍ପାପ ଦେଢ ମାସର କୁନି ଝିଅ। ଦୁନିଆକୁ ଠିକସେ ଦେଖିନଥିବା ବେଳେ ବାପା ବୋଲି ଯେଉଁ ଶବ୍ଦଟି ଆଜି ହୋଇଗଲା ତା ପାଇଁ ସ୍ୱପ୍ନ।

author-image
Chandan Shishu
ଅଦ୍ୟତନ ହୋଇଛି
Odisha train tragedy elderly man finds sons body

Odisha train tragedy elderly man finds sons body

ଆଉ ୬ଦିନ ଯାଇଥିଲେ ହୋଇଥାନ୍ତା ପ୍ରଥମ ବିବାହ ଆନିଭର୍ସାରୀ। ଝିଅ ଦେହ ଅସୁସ୍ଥତା ଖବର ପାଇଁ ଆସୁଥିଲେ ଘରକୁ। ବାପ ଛେଉଣ୍ତ ହୋଇଗଲା ଦେଢ ମାସର ଶିଶୁ କନ୍ୟା। ଏ ହେଉଛି ବାହାନଗା ଟ୍ରେନ ଟ୍ରାଜେଡିର କରୁଣ କାହାଣୀ। ଦେଢ ମାସର ଝିଅର ଦେହ ଅସୁସ୍ଥ ଖବର ଶୁଣି ଆସୁଥିଲେ ଘରକୁ। ବାହାନଗା ଟ୍ରେନ ଦୁର୍ଘଟଣାରେ ଚାଲିଗଲା ଜୀବନ। ସେହି ଶବର ପାହାଡ଼ ଭିତରୁ ପୁଅକୁ ଖୋଜି ଖୋଜି ବାପା ନୟାନ୍ତ।

Advertisment

କାନ୍ଥରୁ ଲିଭିନି ବାହାଘର ଚିତା ରଙ୍ଗ। ଆଉ ୬ଦିନ ଯାଇଥିଲେ ବିବାହକୁ ପୁରିଥାନ୍ତା ଏକ ବର୍ଷ। ଜୁନ୍ ୧୦ ତାରିଖରେ ପଡିବ ପ୍ରଥମ ବିବାହ ବାର୍ଷିକ ଉତ୍ସବ। ଆଉ ମାଆର କୋଳରେ ଏହି ନିଷ୍ପାପ ଦେଢ ମାସର କୁନି ଝିଅ। ଦୁନିଆକୁ ଠିକସେ ଦେଖିନଥିବା ବେଳେ ବାପା ବୋଲି ଯେଉଁ ଶବ୍ଦଟି ଆଜି ହୋଇଗଲା ପାଇଁ ସ୍ୱପ୍ନ। କୁନି ଶିଶୁଟି ବା କଣ ଥିଲା ତାର ଭୁଲ୍। ଦୈବ ସାଜିଲା ଭଗାରୀ ବାପ ଛେଉଣ୍ତ ହୋଇଗଲା। ବୄଦ୍ଧ ବାପା ମା ଆଖିରୁ ହଜି ଯାଇଛି ନିଦ। ଆଖିରୁ ଲୁହ ଗଡାଇ ଖୋଜୁଛି ପୁଅକୁ ମା। ବାହୁନି ବାହୁନି କାନ୍ଦୁଛି ପତ୍ନୀ। ଆମେ କହୁଛୁ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସୁଗୋ ଗ୍ରାମର ବାହାନଗା ଟ୍ରେନ ଟ୍ରାଜେଡିରେ ମୄତ୍ୟୁ ଘଟିଥିବା ଗୋବିନ୍ଦ ସାହୁଙ୍କ କଥା।

୨୦୨୨ମସିହା ଜୁନ୍ ମାସ ୧୦ତାରିରେ ସୁଗୋଗ୍ରାମ ରବିନ୍ଦ୍ର ସାହୁଙ୍କ ପୁଅ ଗୋବିନ୍ଦଙ୍କର ହୋଇଥିଲା ବିବାହ। ପଶ୍ଚିମବଙ୍ଗରେ ଏକ ପାଇପ ମିସ୍ତ୍ରୀ ଭାବରେ କାମ କରୁଥିଲେ। ପାଖରେ ଥିଲେ ସାନ ଭାଇଁ ହିମାଂଶୁ। ଗତ ଶୁକ୍ରବାର ଦିନ ନିଜର ଦେଢ ମାସର ଝିଅର ଦେହ ଅସୁସ୍ଥ ଥିବା ଖବର ପାଇ ସୁଦୁର ପଶ୍ଚିମବଙ୍ଗରୁ କରମଣ୍ତଳ ଟ୍ରେନରେ ଘରକୁ ଫେରୁଥିବା ବେଳେ ବାହାନଗା ପାଖରେ ଜଗି ବସିଥିଲା କାଳ। ଆଉ ଟ୍ରେନ ଦୁର୍ଘଟଣାରେ ଗୋବିନ୍ଦଙ୍କର ଘଟିଥିଲା ମୄତ୍ୟୁ।

Advertisment

କରମଣ୍ଡଳର ଟ୍ରେନ ଦୁର୍ଘଟଣା ବିଭିନ୍ନ ନ୍ୟୁଜରୁ ଶୁଣିବା ପରେ ପତ୍ନୀ ବିଜୟାଲକ୍ଷ୍ମୀ ଫୋନ କରିବାରୁ ଲାଗିନଥିଲା। ବ୍ୟସ୍ତ ହୋଇ ଶ୍ୱଶୁର ରବିନ୍ଦ୍ରଙ୍କୁ କହିଥିଲେ ବୋହୁ।ରବିନ୍ଦ୍ର ଗାଁ ଲୋକଙ୍କୁ ଧରି ଛୁଟିଥିଲେ ବାହାନଗା ଦୁର୍ଘଟଣାସ୍ଥଳକୁ। ଶବର ପାହାଡ ଉପରେ କାନ୍ଦି କାନ୍ଦି ନିଜର ପୁଅକୁ ଖୋଜିଲେ ବାପା। ପ୍ରତ୍ୟେକ ଶବ ଉପରେ ଘୋଡା ଯାଇଥିବା ଚାଦରକୁ ବାହାର କରି ଖୋଜି ଚାଲିଲେ ବୄଦ୍ଧ ବାପା। ମୁଁ ମୁର୍ଖ ଲୋକ ଜାଣିନି କିଛି.. ମୋ ପୁଅକୁ ମୋତେ ଟିକେ ଖୋଜି ଦିଅ। ଆଉ ଶେଷରେ ପୁଅ ମିଳିଲା। ଜୀବିତ ନୁହେଁ, ମୃତ ଅବସ୍ଥାରେ

ଘରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ଧୈର୍ଯ୍ୟହରା ହୋଇପଡିଛନ୍ତୀ ପୂରା ପରିବାର। ପରିବାର ଆଖିରୁ ଶୁଖୁନି ଦୁଃଖର ଲୁହ।ଦେଢ ମାସର ଶିଶୁଟି କେମିତି ଗଢିବ ତାର ଭବିଷ୍ୟତ।କିଏ ହେବ ସାହା ବାପ ଛେଉଣ୍ତ ପିଲାର।

Train Accident
Advertisment
Advertisment