/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685885709.jpg)
odisha train tragedy
ଟ୍ରେନ୍ ଟ୍ରାଜେଡିକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍। ମୃତ୍ୟୁସଂଖ୍ୟା ଲୁଚାଯାଉଛି, ନିଖୋଜଙ୍କ ବାବଦରେ କିଛି କୁହାଯାଉ ନାହିଁ। ଏକଥା କହିଛନ୍ତି ମମତା ଖୋଜିବା ପାଇଁ ମଧ୍ୟ କିଛି କାର୍ଯ୍ୟ କରାଯାଉ ନାହିଁ। ନିଖୋଜଙ୍କ ବାବଦରେ ତଥ୍ୟ ସଂଗ୍ରହ ପାଇଁ ୧୦ ଦିନ ଲାଗିପାରେ। ପଶ୍ଚିମବଙ୍ଗର ପ୍ରାୟ ୨୦୦ ଲୋକ ନିଖୋଜ ଥିବା ମମତା କହିଛନ୍ତି।
ସେ ଆହୁରି କହିଛନ୍ତି ମୁଁ ଚାହୁଁଛି ସତ ପଦାକୁ ଆସୁ, କାହାରି ଇସ୍ତଫା ମାଗୁନି। ସତ କଣ କୁହନ୍ତୁ, ଗୋଟିଏ ଦିନରେ କଣ ତଦନ୍ତ ଶେଷ ହୋଇଗଲା। ରେଲୱେ ସେଫ୍ଟି କମିଶନ ଅଛି, ତଦନ୍ତ ୩ ମାସ ଲାଗିପାରେ। କେତୋଟି ସେଣ୍ଟ୍ରାଲ, ମାନବାଧିକାର, ଶିଶୁ ଅଧିକାର ଟିମ୍ ଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ଅବହେଳା ଏବଂ ସଠିକ ସମନ୍ବୟର ଅଭାବ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଦିଦି କହିବା ସହିତ କେନ୍ଦ୍ରୀୟ ଟିମ କୁଆଡେ ଗଲେ ବୋଲି ପ୍ରଶ୍ନ କରିଛନ୍ତି।
ଏହା ପୂର୍ବରୁ ବାହାନଗା ଦୁର୍ଘଟଣା ସ୍ଥଳରେ ମମତା-ବୈଷ୍ଣବ କଥା କଟାକଟି ହୋଇଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ- ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମୃତକଙ୍କ ସଂଖ୍ୟା ନେଇ କଥା କଟାକଟି ହୋଇଥିଲେ। ମୃତ୍ୟୁ ସଂଖ୍ୟା ୫ଶହ ହେବ ବୋଲି ମମତା ବାନାର୍ଜୀ କହିଥିଲେ।
ବାହାନଗା ଟ୍ରେନ୍ ଟ୍ରାଜେଡିକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟାର୍ଗେଟ୍ । ଦୁର୍ଘଟଣାରେ ପ୍ରକୃତ ମୃତ୍ୟୁସଂଖ୍ୟା ଲୁଚାଯାଉଛି ବୋଲି ସାଂଘାତିକ ଅଭିଯୋଗ କଲେ ଦିଦି#TrainAccident#TrainTragedy#Odisha#OTVpic.twitter.com/ZWWs6wUxyq
— ଓଟିଭି (@otvkhabar) June 4, 2023
ସେପଟେ ଟ୍ରେନ୍ ଟ୍ରାଜେଡିକୁ ନେଇ ମୁଖ୍ୟ ସଚିବ ପ୍ରଦୀପ ଜେନା କହିଛନ୍ତି ଯେ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଛି। ୧୦୮ ମୃତଦେହ ଚିହ୍ନଟ ହୋଇଛି, ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି। ଦୁଇଟି ଟୋଲ ଫ୍ରି ନଂ ୧୮୦୦-୩୪୫୦୦୬୧/୧୯୨୯ ଜାରି ହୋଇଛି।
ସଚିବ କହିଛନ୍ତି ଯେ- ଦେଶର ବିଭିନ୍ନ ସ୍ଥାନରୁ ଥାଇ କଲ୍ କରି ତଥ୍ୟ ପାଇପାରିବେ। ବର୍ତ୍ତମାନ ସୁଦ୍ଧା ୧୨୨ଟି କଲ୍ ଆସିଛି। ଆଜି ୧୭ ଜଣିଆ ହେଲ୍ଥ ଟିମ୍ ବାୟୁସେନା ବିମାନରେ ପହଞ୍ଚିଛନ୍ତି। ଡିଏନ୍ଏ ସାମ୍ପଲିଂ କରିବା ପରେ ମୃତଦେହକୁ ପ୍ରିଜର୍ଭ କରାଯିବ।
ବାହାନଗା ଟ୍ରେନ ଟ୍ରାଜେଡିର ସିବିଆଇକୁ ତଦନ୍ତ ସୁପାରିସ କରାଯାଇଛି। ରେଲୱେ ବୋର୍ଡ ପକ୍ଷରୁ ସିବିଆଇ ତଦନ୍ତ ସୁପାରିସ କରାଯାଇଛି -କେଉଁ ପରିସ୍ଥିତିରେ ଘଟଣା ଘଟିଲା, କେଉଁମାନେ ଦାୟୀ ତଦନ୍ତ ହେବ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)