Advertisment

ଆସିଲା ସଠିକ୍‌ ତଥ୍ୟ; ‘ମୃତ୍ୟୁ ସଂଖ୍ୟା ୨୮୮ ନୁହେଁ ୨୭୫’

ଦୁର୍ଘଟଣାର ସଠିକ୍ ମୃତ୍ୟୁ ସଂଖ୍ୟା ୨୭୫ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

author-image
Manoranjan Behera
ଅଦ୍ୟତନ ହୋଇଛି
Train Accident

Train Accident

ରେଳ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ନେଇ ମୁଖ୍ୟ ସଚିବଙ୍କ ସୂଚନା । ଦୁର୍ଘଟଣାର ସଠିକ୍ ମୃତ୍ୟୁ ସଂଖ୍ୟା ୨୭୫ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଗଣତିରେ ବିଭିନ୍ନ ତ୍ରୁଟି ଯୋଗୁଁ ମୃତ୍ୟୁ ସଂଖ୍ୟା ସଠିକ୍ ନଥିଲା । ବାରମ୍ବାର ଯାଞ୍ଚ ପରେ ସଠିକ୍ ସଂଖ୍ୟା ନିର୍ଦ୍ଧାରଣ କରାଯାଇଛି । ୨୭୫ ମୃତଦେହରୁ ୮୮ଟି ଚିହ୍ନଟ, ୧୮୭ଟି ଚିହ୍ନଟ ହୋଇପାରିନି । ଚିହ୍ନଟ ୮୮ ମୃତଦେହରୁ ୭୮ଟି ମୃତଦେହ ହସ୍ତାନ୍ତର କରାଯାଇଛି । ଆଉ ୧୦ଟି ମୃତଦେହ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ୧୮୭ ମୃତଦେହରୁ ୧୭୦ ମୃତଦେହ ଭୁବନେଶ୍ୱର ଆସିଛି । ବାକି ୧୭ଟି ମୃତଦେହ ଅଣାଯିବାର ବ୍ୟବସ୍ଥା ମଧ୍ୟ ଚାଲିଛି । 

Advertisment

ଗତକାଲିର ରିପୋର୍ଟ ଅନୁଯାୟୀ ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୮୮ରେ ପହଞ୍ଚିଥିବାର କୁହାଯାଉଥିଲା । ତେବେ ଏହାକୁ ସଂଶାଧନ କରି ମୃତ୍ୟୁ ସଂଖ୍ୟା ୨୭୫ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ୮୦୦ରୁ ଅଧିକ ଆହତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । WWW.OSDMA.ORG, WWW.SRCODISHA.NIC.IN ଏବଂ WWW.BMC.GOV.INରେ ସମସ୍ତ ତଥ୍ୟ ଉପଲବ୍ଧ ରହିଛି ।

କେଉଁ କାରଣ ପାଇଁ ଏମିତି ଭୟଙ୍କର ଦୁର୍ଘଟଣା ଘଟିଲା ? ଏହା ପଛର କାରଣ କ’ଣ ? ତାହା ଜଣାପଡ଼ିଛି। ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ପୁଣିଥରେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏହାସହ ପୁନରୁଦ୍ଧାର କାମ ତାଦାରଖ କରିଥିଲେ।

Advertisment

ଏହି ସମୟରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି, ‘ଆଜି ସୁଦ୍ଧା ଟ୍ରାକ୍ ପ୍ରସ୍ତୁତ ହୋଇଯିବ। ବିଦ୍ୟୁତୀକରଣ କାମ ଜୋରସୋରରେ ଚାଲିଛି। ବୁଧବାର ସୁଦ୍ଧା ଟ୍ରେନ୍‌ ଚଳାଚଳ ସ୍ୱାଭାବିକ କରାଯିବ।’

‘ଦୁର୍ଘଟଣାର ତଦନ୍ତ ଶେଷ ହୋଇଛି। ରେଲ୍ ସେଫ୍ଟି କମିଶନର ଖୁବ୍ ଶୀଘ୍ର ରିପୋର୍ଟ ଦାଖଲ କରିବେ। ରିପୋର୍ଟ ପାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେମିତି ଘଟିଲା ଏମିତି ଭୟଙ୍କର ଦୁର୍ଘଟଣା, ସେସମ୍ପର୍କରେ ଜଣାପଡ଼ିଛି। ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ଯୋଗୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଏହାସହ ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତି ମଧ୍ୟ ଚିହ୍ନଟ ହୋଇଛନ୍ତି’ ବୋଲି କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି।

Train Accident SRC Pradeep Jena Train Mishap
Advertisment
Advertisment