ଆକାଶମାର୍ଗରୁ ଉତ୍ତୋଳିତ ଭିଡିଓ ହୋଇଥିବା ଭିଡିଓ ଦେଖିଲେ, ଜଣାପଡ଼ିବ ବନ୍ୟାର ଭୟାବହତା । ଆଉ ଛାତି ଥରି ଉଠିବ ।
ପୋଲ ଉପରେ ସବୁବେଳେ ପାଣି ପ୍ରବାହିତ ହେଉଛି । ଯାହାଫଳରେ ଯୋଗାଯୋଗ ବିଚ୍ଛିନ୍ନ ହେଉଛି ।
କାରଣ ସାଜିଛି NH-32ର ୭ଟି ସ୍ଥାନରେ ଥିବା ନୂଆଁଣିଆ ପୋଲ । ଡେଡଲାଇନ୍ ପରେ ବି ସରୁନି ଉଚ୍ଚ ବ୍ରିଜ୍ ନିର୍ମାଣ କାମ ।
ଲଗାଣ ବର୍ଷା ଯୋଗୁଁ ଫୋକସରେ ମାଲକାନଗିରି ଜିଲ୍ଲା ରହିଛି । ମାଲକାନଗିରି ଓ କାଲିମେଳା ବ୍ଲକ ଅଧିକ ପ୍ରଭାବିତ ହୋଇଛି ।
ଗଭୀର ଅବପାତ ପ୍ରଭାବରେ ଆଜି ସାରା ରାଜ୍ୟରେ ଭୀଷଣ ବର୍ଷା ହେବ। ଅତି ଭୀଷଣ ବର୍ଷା ସମ୍ଭାବନା ଥିବା ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ବାରଣ କରାଯାଇଛି। ଧାମରା, ପାରାଦୀପ, ପୁରୀ ଏବଂଗୋପାଳପୁର ପୋର୍ଟକୁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି।
କେଉଁଠି ବ୍ରିଜ୍ ଉପରେ ପାଣି ଚାଲିଛି ତ କେଉଁଠି ରାସ୍ତା ଦେଖାଯାଉନି। ଏକର ଏକର ଚାଷ ଜମିରେ ଅଣ୍ଟାଏ ପାଣି। ଲଗାଣ ବର୍ଷାରେ ବେହାଲ କୋରାପୁଟ। ଜିଲ୍ଲାର କୁନ୍ଦ୍ରା ଓ ବୈପାରୀଗୁଡା ବ୍ଲକ୍ ଅଧିକ ପ୍ରଭାବିତ ହୋଇଛି। ସେପଟେ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇଛି ଲଘୁଚାପ। ୨୪ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି।ପ୍ରଭାବରେ ଅତି ଭୀଷଣ ବର୍ଷା ନେଇ ୭ଟି ଜିଲ୍ଲାକୁ ଜାରି ହୋଇଛି ରେଡ ଆଲର୍ଟ।...
୧୧ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା । ଭୀଷଣ ବର୍ଷା ନେଇ ୭ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି । ଗୋପାଳପୁର ଠାରୁ ୨୬୦ କିଲୋମିଟର ପୂର୍ବ-ଦକ୍ଷିଣ-ପୂର୍ବରେ ରହିଛି ଅବପାତ ।
୨୪ ଘଣ୍ଟାରେ ଗଭୀର ଅବପାତ, ୭ ଜିଲ୍ଲାକୁ ରେଡ୍ ଆଲର୍ଟ । ଲଗାଣ ବର୍ଷାରେ ବେହାଲ୍ କୋରାପୁଟ । କୁନ୍ଦ୍ରା ଓ ବୈପାରୀଗୁଡା ବ୍ଲକ୍ ପ୍ରଭାବିତ । ବୁଡ଼ିଛି ପୋଲ, ଅଣ୍ଟାଏ ପାଣିରେ ଚାଷ ଜମି ।
ଆନ୍ଧ୍ର ପ୍ରଦେଶରେ ଡିପ୍ରେସନ ପ୍ରଭାବରେ ପ୍ରବଳ ବର୍ଷା । ୪୮ ଘଣ୍ଟା ପାଇଁ ୱାର୍ଣ୍ଣିଂ ଜାରି । ତଳିଆ ଅଞ୍ଚଳର ଲୋକେ ସତର୍କ ରହିବାକୁ ପରାମର୍ଶ ।
ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଆଜି ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, କଟକରେ ବର୍ଷା ଆଲର୍ଟ । କୋରାପୁଟ, ମୟୂରଭଞ୍ଜ ଏବଂ କଳାହାଣ୍ଡିରେ ଘଡଘଡି ସହ ବର୍ଷାର ପୂର୍ବାନୁମାନ ।
ବଙ୍ଗୋପସାଗରରେ ଆଜି ଦାନା ବାନ୍ଧିବ ଲଘୁଚାପ କ୍ଷେତ୍ର। ଉତ୍ତର ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଉପକୂଳରେ ଏବେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।
ଉପକୂଳ ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆଗାମୀ ୫ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା ଓ ଗଜପତି ଜିଲ୍ଲାରେ ଅଧିକ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଆସନା ପ୍ରଭାବରେ ଦକ୍ଷିଣ ଗୁଜରାଟରେ ବେହାଲ ଅବସ୍ଥା । ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ଭାରତୀୟ ପାଣିପାଗ ବିଭାଗ ।
ବଙ୍ଗୋପସାଗରରେ ଅବପାତ । ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଅବପାତ ଉତ୍ତର ଆନ୍ଧ୍ର ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ ।
ବେହାଲ ଆନ୍ଧ୍ରପ୍ରଦେଶ। ରାଜ୍ୟରେ ବନ୍ୟା ସ୍ଥିତି ଦେଖାଦେଇଥିବାବେଳେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ବି ନିର୍ଧୁମ ଛେଚିବ । ବିଶେଷ ଭାବେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ୫ ଜିଲ୍ଲାକୁ ଭୀଷଣ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।
ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ବି ନିର୍ଧୁମ ଛେଚିବ । ବିଶେଷ ଭାବେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ୫ ଜିଲ୍ଲାକୁ ଭୀଷଣ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।
ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି ଭଳି ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।
ଲଘୁଚାପ ପ୍ରଭାବରେ ଆଗରୁ ରାଜ୍ୟରେ ଅଧିକ ବର୍ଷା ହେବା ନେଇ ଅନୁମାନ କରାଯାଉଛି। ଏପଟେ ଭୁବନେଶ୍ବରରେ ଆଜି ବର୍ଷା ଲାଗି ରହିଥିବା ବେଳେ ସକାଳୁ କୋହଲା ପାଗ ଲାଗି ରହିଛି।
ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ କ୍ଷେତ୍ର। ପଶ୍ଚିମ- ଉତ୍ତରପଶ୍ଚିମକୁ ମୁହାଁଇ କାଲି ସୁଦ୍ଧା ହେବ ସୁଦୃଶ୍ୟ ଲଘୁଚାପର ରୂପ ନେବ। ଏ ନେଇ ସୂଚନା ଦେଲା ପାଣିପାଗ ବିଭାଗ ।
ଗୁଜରାଟ ଭାରତର ପଶ୍ଚିମ ଓ ଦକ୍ଷିଣପଶ୍ଚିମରେ ଥିବା ଏକ ରାଜ୍ୟ । ଏଠାରେ ମୁଖ୍ୟତଃ ଶୁଷ୍କ ଓ ଆର୍ଦ୍ର ଜଳବାୟୁ ଅନୁଭୂତ ହୁଏ। ଏଠାରେ ସେତେ ପରିମାଣର ବର୍ଷା ହୋଇନଥାଏ। ମାତ୍ର ଚଳିତ ଥର ଅଚାନକ ବର୍ଷା ହେବା ଫଳରେ ଏଠାରେ ଜଳାର୍ଣ୍ଣବ ସ୍ଥିତି ଦେଖାଦେଇଛି।
ପ୍ରବଳ ବର୍ଷା ସମ୍ଭାବନା। ଆଜି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର। ଆଗାମୀ ୨ ଦିନରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ମୁହାଁଇବ । ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଦେଇ ଗତି କରିବ ।
ଲଗାଣ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ। ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି।