• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପାର୍ବଣକୁ ଫିକା କରିପାରେ ବର୍ଷା । ଆସନ୍ତା ୬ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ।

ଆଉ ସେହି ସମୟରେ ଦୁର୍ଗାପୂଜା ପଡୁଥିବାରୁ ପାର୍ବଣକୁ ବର୍ଷା ଫିକା କରିପାରେ ବୋଲି କୁହାଯାଉଛି । ୯ ତାରିଖରେ ମଣ୍ଡପରେ ଦେବୀ ଦୁର୍ଗାଙ୍କ ମହାଷଷ୍ଠୀ ପୂଜା ରହିଛି । ଆଉ ବର୍ଷା ଲାଗି ରହିଲେ ପାର୍ବଣ ଫିକା ପଡ଼ିବା ଆଶଙ୍କା ରହିଛି । ଅନ୍ୟପଟେ ଟ୍ରପ ଲାଇନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା ।

ଅନିର୍ଦ୍ଦିଷ୍ଟ କାଳ ପାଇଁ ପଞ୍ଚଲିଙ୍ଗେଶ୍ୱର ମନ୍ଦିରରେ ଦର୍ଶନ ବନ୍ଦ ହୋଇଛି । ପ୍ରବଳ ବର୍ଷା ଓ ଝରଣାରେ ପ୍ରଖର ସ୍ରୋତ ଆସିବାରୁ ବାଲେଶ୍ୱର ନୀଳଗିରି ସ୍ଥିତ ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ୱର ମନ୍ଦିରରେ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିଛି । ପୂଜା ମଣ୍ଡପର ଦୀପ ଜାଳିବା ସ୍ଥାନରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି ।

ଝରଣା ପାଣିର ସ୍ରୋତ ବହୁ ପ୍ରଖର ଥିବାରୁ ପଞ୍ଚଲିଙ୍ଗ ସ୍ପର୍ଶ କରିବା ଓ ପାଖକୁ ଯିବା ପାଇଁ ଭକ୍ତଙ୍କୁ ବାରଣ କରାଯାଇଛି । ତେବେ ବାହାର ରାଜ୍ୟରୁ ଆସିଥିବା ଭକ୍ତ ଦର୍ଶନ କରିନପାରିବାରୁ ନିରାଶ ହୋଇଛନ୍ତି । ସେପଟେ ପ୍ରବଳ ବର୍ଷା ପାଇଁ କେଉଁଠି କଂକ୍ରିଟ୍ ରାସ୍ତା ଦବିଛି ତ କେଉଁଠି ଧୋଇଯାଇଛି । ଠପ୍ ହୋଇଯାଇଛି ଯାତାୟତ ।

ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଦୁଇ ଦିନ ହେଲା ଥମିବାର ନାଁ ନେଉନି ବର୍ଷା । ମୂଷଳଧାରାରେ ଢାଳି ଚାଲିଛି । ଗତ କିଛିଦିନ ତଳେ ବିଶ୍ୱଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ବି ଜମିଥିଲା ପାଣି ।

OTV is now on Whatsapp

Join and get latest news update delivered to you via whatsapp

Join Now