ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି । ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ପ୍ରବଳ ବର୍ଷାରୁ ପୁଣେରେ ଦୟନୀୟ ସ୍ଥିତି ପରେ ଉତ୍ତରାଖଣ୍ଡ, ଦିଲ୍ଲୀରେ ବି ସମାନ ସ୍ଥିତି । ଲଗାତାର ବର୍ଷା ଯୋଗୁଁ ସହର ସାରା ଖାଲି ପାଣି ଆଉ ପାଣି । ଲୋକଙ୍କ ଘରେ ପାଣି ପଶିଥିବା ବେଳେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ପୁଣି ଲଘୁଚାପ କ୍ଷେତ୍ର । ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ସବୁଠି ବର୍ଷା ଜାରି ରହିଛି। ଆଜି ବର୍ଷା ନେଇ କେବଳ ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାକୁ ଛାଡ଼ି ବାକି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ମୌସୁମୀ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।
ଆହୁରି ୩ ଦିନ ଏପରି ବର୍ଷା ଜାରି ରହିବ। କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ କେଉଁଠି ପ୍ରବଳ ବର୍ଷିପାରେ।
ଲଗାଣ ବର୍ଷା ପରେ ଉବୁଟୁବୁ ଗୁଜରାଟର ବିଭିନ୍ନ ଅଞ୍ଚଳ। ବିଶେଷ କରି ସୁରତ ଓ ସୌରାଷ୍ଟ୍ର ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହେବା ପରେ ମୁତୟନ ହୋଇଛନ୍ତି NDRF ଯବାନ।
ଆସନ୍ତା ୪ ଦିନରେ ବର୍ଷାରେ ଭିଜିବ ସାରା ଓଡ଼ିଶା। କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ କେଉଁଠି ପ୍ରବଳ ବର୍ଷିପାରେ। ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ବଙ୍ଗୋପସାଗରରେ ଅବପାତ ଦୁର୍ବଳ ହୋଇ ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି । ଏବେ ଆଭ୍ୟନ୍ତରୀଣ ଓଡ଼ିଶା ଓ ସଂଲଗ୍ନ ଛତିଶଗଡ଼ ଉପରେ ସକ୍ରିୟ ରହିଛି ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ।
ଛେଚିଲା ଅହରହ। ବୁଡ଼ିଗଲା ରାସ୍ତା ଘାଟ । ବିଛିନ୍ନ ହୋଇଗଲା ବହୁ ଇଲାକା । ଲଘୁଚାପଜନିତ ଲଗାଣ ବର୍ଷା ପରେ ମାଲକାନଗିରି ଜିଲ୍ଲାର ଅବସ୍ଥା ଭୟଙ୍କର ।
ଛେଚିଲା ଅହରହ। ବୁଡ଼ିଗଲା ରାସ୍ତା ଘାଟ । ବିଛିନ୍ନ ହୋଇଗଲା ବହୁ ଇଲାକା । ଲଘୁଚାପଜନିତ ଲଗାଣ ବର୍ଷା ପରେ ମାଲକାନଗିରି ଜିଲ୍ଲାର ଅବସ୍ଥା ଭୟଙ୍କର ।
ପୋଟେରୁ ପୋଲ୍ କିଛିଟା ଅଂଶ ନଷ୍ଟ ହୋଇଛି । ପ୍ରବଳ ଜଳ ପ୍ରବାହ ଯୋଗୁଁ ପୋଲର ସ୍ଲାବ୍ର କିଛି ଅଂଶ ଧୋଇ ନଷ୍ଟ ହୋଇଛି ।
ପାଣିପାଗ ବିଭାଗର ସୂଚନାନୁସାରେ, ଦେବଭୂମୀ ଦ୍ୱାରାର ଦ୍ୱାରକା ତାଲୁକା ଶନିବାର ୨୨ଘଣ୍ଟା ମଧ୍ୟରେ ୨୩୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । କେନ୍ଦ୍ର ଶ୍ରମ ଓ ଯୁବ ବ୍ୟାପାର ମନ୍ତ୍ରୀ ମନସୁଖ ମାଣ୍ଡଭିୟ ପୋରବନ୍ଦରର ବନ୍ୟା ପ୍ଳାବିତ ଅଞ୍ଚଳ ବୁଲି ସ୍ଥିତିର ସମୀକ୍ଷା କରିଛନ୍ତି।
ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ। କାନ୍ଥ ପଡ଼ି୨ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଥିବା ବେଳେ ଅନ୍ୟଜଣେ ବୃଦ୍ଧ ରହିଛନ୍ତି।
୨୫ତାରିଖ ଯାଏ ପ୍ରବଳ ବର୍ଷିବ। ସକ୍ରିୟ ମୌସୁମୀ ଏବଂ ଅବପାତ ପ୍ରଭାବରେ ରାଜ୍ୟରେ ୨୫ ତାରିଖ ଯାଏଁ ବର୍ଷା ସମ୍ଭାବନା ରହିଛି। ବିଶେଷକରି ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି।
ଦୁଇ ଦିନ ହେଲା ଥମିବାର ନାଁ ନେଉନି ବର୍ଷା। କେଉଁଠି ଅବିଶ୍ରାନ୍ତ ବର୍ଷା ତ କେଉଁଠି ରହି ରହି କାଚୁଛି। ଅଧିକ ପ୍ରଭାବିତ ହୋଇଛି ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର।
କେଉଁଠି ଅବିଶ୍ରାନ୍ତ ବର୍ଷା ତ କେଉଁଠି ରହି ରହି କାଚୁଛି। ଏହାରି ଭିତରେ ରାଜ୍ୟରେ ଲଗାଣ ବର୍ଷା ସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ବ ମନ୍ତ୍ରୀ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି । ବର୍ତ୍ତମାନ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୪ କିମି ବେଗରେ ଗତି କରୁଛି ।
ଆସନ୍ତାକାଲି ପୁରୀ ଉପକୂଳ ଦେଇ ଅତିକ୍ରମ କରିବ ଅବପାତ । ପୁରୀ ସମେତ ରାଜ୍ୟରେ ପ୍ରବଳ ବର୍ଷା ସଂଭାବନା ।ଆସନ୍ତାକାଲି ସକାଳ ସୁଦ୍ଧା ଏହି ସିଷ୍ଟମ ପୁରୀ ଅତିକ୍ରମ କରିବ । ଅବପାତ ପ୍ରଭାବରେ ରାଜ୍ୟରେ ହେବ ପ୍ରବଳ ବର୍ଷା
ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେଲା ଅବପାତ । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ପୁରୀ ଦେଇ ଓଡ଼ିଶା ଉପକୂଳ ଅତିକ୍ରମ ଅବପାତ ।
୨୪ ଘଣ୍ଟାରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଅବପାତ। ପ୍ରଭାବରେ ରାଜ୍ୟରେ ୪ ଦିନ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଆଗାମୀ ୭ ଦିନ ଯାଏଁ ବର୍ଷାରେ ଭିଜିବ ଓଡ଼ିଶା । ୧୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ।
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଉତ୍ତରପଶ୍ଚିମ ତତ୍ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ । ଲଘୁଚାପ ପ୍ରଭାବରେ ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ବର୍ଷାର ପୂର୍ବାନୁମାନ । ଆସନ୍ତା ୧୯ ତାରିଖ ବେଳକୁ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା
ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ ଓ ବିସ୍ତୃତି। ବଙ୍ଗୋପସାଗରରେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ଆଜି ପଶ୍ଚିମ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୧୩ ତାରିଖରେ ବଲାଙ୍ଗିର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇପାରେ। ସେପଟେ ଚାଷୀଙ୍କୁ ଘାରିଛି ବର୍ଷା ଚିନ୍ତା...