Advertisment

ପୁଣି ଭିଜାଇବ ଲଘୁଚାପ ବର୍ଷା; ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ

ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ଏହାର ପ୍ରଭାବରେ ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ଆଜି ପାଇଁ ୧୨ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

author-image
Sonali Ojha
ଅଦ୍ୟତନ ହୋଇଛି
Rain alert in odisha

Rain

ଆଜି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ଏହାର ପ୍ରଭାବରେ ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ଆଜି ପାଇଁ ୧୨ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି ସବୁ ଜିଲ୍ଲାଗୁଡ଼ିକରେ ୭ରୁ ୧୧ ସେଣ୍ଟିମିଟର ଯାଏଁ ବର୍ଷା ହେବା ସମ୍ଭାବନା ରହିଛି।

Advertisment

ସେହିପରି ଆସନ୍ତାକାଲି ପାଇଁ ୮ ଜିଲ୍ଲା, ୨୫ ତାରିଖ ପାଇଁ ୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି ହୋଇଛି। ରାଜ୍ୟରେ ୨୭ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ମୟୂରଭଂଜରେ ସର୍ବାଧିକ ୫୬ ମିମି ବର୍ଷା ରେକର୍ଡ ହୋଇଛି।

ଏପଟେ ବନ୍ୟା କମିଛି, ହେଲେ ବିପନ୍ନଙ୍କ ଦୁର୍ଦ୍ଦଶା ସରୁନି । ପେଟକୁ ଦାନା ଯାଉନି କି ଆଖିକୁ ନିଦ ନାହିଁ । ବାଲେଶ୍ବର ବାଲିଆପାଳ ଓ ଭୋଗରାଇ ବ୍ଲକର ଅନେକଙ୍କ ଘରେ ଏବେ ବି ଚୁଲି ଜଳୁନି। ଶୁଖିଲା ଖାଦ୍ୟ ଖାଇ ଦିନ କଟୁଛନ୍ତି ବିପନ୍ନ। ସୁବର୍ଣ୍ଣରେଖା ନଦୀ ବନ୍ୟାରେ ସାମାନ୍ୟ ସୁଧାର ଆସିଥିଲେ ବି ସ୍ବାଭାବିକ ହୋଇନି ସେମାନଙ୍କ ଜୀବନ। ଭୋଗରାଇ ବ୍ଲକର କୁମ୍ଭୀରଗଡି ପଞ୍ଚାୟତ, କୁଷୁଡା, ଗବଗାଁ, ମନୁନଗର ଏବଂ ରସଲପୁଲ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି।

Advertisment

କୁଲ୍ହା ଗାଁର ଶତାଧିକ ନଦୀକୂଳିଆ ଲୋକେ ଭୂଆଁ ବନ୍ଧ ଉପରେ ଜରିପାଲ ଟାଣି ଖୋଲା ଆକାଶ ତଳେ ଜୀବନ କାଟିଛନ୍ତି। ସମାନ ଅବସ୍ଥା ବାଲିଆପାଳ ବ୍ଲକର ତାଳପଦା, ବିଷ୍ଣୁପୁର, ଜାମକୁଣ୍ଡା ଗାଁର । ଲୋକଙ୍କ ଯୋଗାଯୋଗର ଏକମାତ୍ର ମାଧ୍ୟମ ସାଜିଛି ଡଙ୍ଗା। ଭୋକ ଉପାସରେ ପିଲାଛୁଆଙ୍କୁ ଧରି ସରକାରୀ ରିଲିଫକୁ ଚାହିଁ ରହିଛନ୍ତି ବନ୍ୟା ବପନ୍ନ। ପାଣି ଛାଡ଼ିବା ପରେ ଏବେ ଘର ଭିତର ଏବଂ ବାରଣ୍ଡାରେ କାଦୁଅ ପଚପଚ ।

ସୁବର୍ଣ୍ଣରେଖାର ପ୍ରଥମ ବନ୍ୟା ସତେ ଯେମିତି ଉତ୍ତର ବାଲେଶ୍ୱରର ଭାତ ହାଣ୍ଡି କୁହାଯାଉଥିବା ବସ୍ତା, ବାଲିଆପାଳ ଓ ଭୋଗରାଇ ବ୍ଲକର ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ଏବେବି ହଜାର ହଜାର ହେକ୍ଟର ଚାଷ ଜମିରୁ ପାଣି ଛାଡିନଥିବାରୁ ଚାଷ ଯେମିତି ଉଜୁଡି ଯାଇଛି। ଜିଲ୍ଲାପାଳ କହିଛନ୍ତି ଲୋକଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ଦିଆଯାଉଛି । କିଛି କିଛି ସ୍ଥାନରେ କ୍ଷୟକ୍ଷତିର ଆକଳନ ପାଇଁ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି ।

ପୁରା ବନ୍ୟା ଛାଡିବା ମାତ୍ରେ ସରକାରୀ ରିଲିଫ କୋର୍ଡ ଅନୁଯାୟୀ କ୍ଷତିପୂରଣ ଦିଆଯିବ । ସୁବର୍ଣ୍ଣରେଖା ନଦୀରେ ବନ୍ୟା କିଛି ନୂଆ ନୂହେଁ, କିନ୍ତୁ ଏବର୍ଷ ଏକାସଙ୍ଗେ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଏବଂ ଜଳକା ନଦୀରେ ଯେଉଁଭଳି ବନ୍ୟା ଆସିଲା, ତାହା ଉତ୍ତର ବାଲେଶ୍ୱରର ବ୍ୟାପକ କ୍ଷୟକ୍ଷତି ଘଟାଇଲା । ଲୋକଙ୍କ ଧନଜୀବନ ନଷ୍ଟ କରିଛି, କଷ୍ଟ ଅର୍ଜିତ ଚାଷ ବି ଉଜୁଡି ଯାଇଛି ।

Weather Update Rainfall Alert
Advertisment
Advertisment