• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ଉପରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ୨୪ ଜିଲ୍ଲାକୁ ଝଡ଼ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସବୁ ଜିଲ୍ଲା ଗୁଡ଼ିକରେ ୭ରୁ ୧୧ ସେଣ୍ଟିମିଟର ଯାଏ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେପଟେ ରାଜ୍ୟର ବିଭିନ୍ନ ସ୍ଥାନକୁ ବର୍ଷା ଆଲର୍ଟ ଜାରି କରାଯାଇଛି । ପାଣିପାଗ ବିଭାଗର ପୂର୍ବାନୁମାନରୁ ଜଣାପଡ଼ିଛିଯେ, ଆଜି ରାଜ୍ୟରେ ଅଧାରୁ ଅଧିକ ଜିଲ୍ଲାରେ ବର୍ଷା ଲାଗିରହିବ । ବିଜୁଳି ଘଡ଼ଘଡ଼ି ପାଇଁ ମଧ୍ୟ ୱାର୍ଣ୍ଣିଂ ଜାରି ହୋଇଛି । ୧୫ ଜିଲ୍ଲାକୁ ଝଡ଼ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସବୁ ଜିଲ୍ଲା ଗୁଡ଼ିକରେ ୭ରୁ ୧୧ ସେଣ୍ଟିମିଟର ଯାଏ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଆସନ୍ତା ୨ ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗିରହିବ । ବିଶେଷ କରି ଆଂଶିକ ଭାବେ ପୂର୍ବ ଓ ପଶ୍ଚିମ ଓଡ଼ିଶା ଏବଂ ସମ୍ପୂର୍ଣ୍ଣ ଭାବେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ତେବେ ୨୭ ପରେ ପାଗରେ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି । ଏପଟେ ବନ୍ୟା କମିଛି, ହେଲେ ବିପନ୍ନଙ୍କ ଦୁର୍ଦ୍ଦଶା ସରୁନି ।

ପେଟକୁ ଦାନା ଯାଉନି କି ଆଖିକୁ ନିଦ ନାହିଁ । ବାଲେଶ୍ୱର ବାଲିଆପାଳ ଓ ଭୋଗରାଇ ବ୍ଲକର ଅନେକଙ୍କ ଘରେ ଏବେ ବି ଚୁଲି ଜଳୁନି । ଶୁଖିଲା ଖାଦ୍ୟ ଖାଇ ଦିନ କାଟୁଛନ୍ତି ବିପନ୍ନ । ସୁବର୍ଣ୍ଣରେଖା ନଦୀ ବନ୍ୟାରେ ସାମାନ୍ୟ ସୁଧାର ଆସିଥିଲେ ବି ସ୍ୱାଭାବିକ ହୋଇନି ସେମାନଙ୍କ ଜୀବନ । ଭୋଗରାଇ ବ୍ଲକର କୁମ୍ଭୀରଗଡି ପଞ୍ଚାୟତ, କୁଷୁଡା, ଗବଗାଁ, ମନୁନଗର ଏବଂ ରସଲପୁଲ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now