Advertisment

ଉଜୁଡ଼ା ବତୁରା ଘରୁ ସ୍ୱପ୍ନ ସାଉଁଟୁଛନ୍ତି ବିପନ୍ନ !

ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜସ୍ବ ମନ୍ତ୍ରୀ କହିଲେ ବିପନ୍ନଙ୍କୁ ମିଳିବ ପର୍ଯ୍ୟାପ୍ତ କ୍ଷତିପୂରଣ ।

author-image
Satyendu Shekher Mishra
undefined

Flood Affected

ଦଇବର କେତେବେଳେ କେମିତିକା ଦାଉ, ତାହା କାହୁଁ ବା ଜାଣିବେ ସର୍ବନାଶୀ ବର୍ଷାରେ ନିସ୍ୱ ହୋଇପଡ଼ିଥିବା ପୋଟେରୁର ରାକ୍ଷୀ ଦେ। ଯେଉଁ ଛୋଟ ଦୋକାନରୁ ୪ପ୍ରାଣୀ କୁଟୁମ୍ବଙ୍କ ପେଟ ପୁରୁଥିଲା, ତାହା ଆଜି ନିଶ୍ଚିହ୍ନ ସର୍ବଗ୍ରାସୀ ବନ୍ୟାରେ। ତେଣେ ଝିଅ ମେଡିକାଲରେ ପଡିଛି, ଆଉ ଏଣେ ଦାନା ଭାସିଯାଇଛି, କଥା ଭାବିଲା ବେଳକୁ ଲୁହରେ ଭରି ଯାଉଛି ରାକ୍ଷୀଙ୍କ ଆଖି।

Advertisment

ସେଇ ଶ୍ରୀହୀନ ପୋଟେରୁରେ କ୍ୟାମେରା ସାମ୍ନାକୁ ଆସିଛି ବିପନ୍ନଙ୍କ ଦୁର୍ଦ୍ଦଶାର ମାଳ ମାଳ ଚିତ୍ର। କାହାର ଘର ତ ପୁଣି କାହାର ଦୋକାନ। ସବୁଠି ଏବେ ଖାଲି ପଙ୍କ କାଦୁଅର ରାଜୁତି। ଦୁଇ ଦିନ ଧରି ମଣିଷ ଉଚ୍ଚାଏ ପାଣିରେ ସବୁ ଭାସି ବତୁରି ଯିବା ପରେ ଏବେ ବତୁରା ଭବିଷ୍ୟତ ସହ ଲଢ଼େଇ କରିବାକୁ ପୁଣି ଆରମ୍ଭ ହୋଇଛି ସାଉଁଟା ସଂଘର୍ଷ।

ଅବିଶ୍ରାନ୍ତ ବର୍ଷାରେ ଉବୁଟୁବୁ ମାଲକାନଗିରି ଆଜି ସାମାନ୍ୟ ଆଶ୍ୱସ୍ତ ହୋଇଛି ସତ, ହେଲେ ସାଷ୍ଟାଙ୍ଗ ହୋଇପାରିନି। ଏବେ ବି ୩୨୬ ନମ୍ବର ଜାତୀୟ ରାଜପଥର ପୋଟେରୁ,କନ୍ୟାଶ୍ରମ, କାଙ୍କରକୋଣ୍ଡା ଆଦି ପୋଲ ଉପରେ ସୁଅ କାଟି ଚାଲିଛି ବନ୍ୟା ପାଣି। ପୋଟେରୁ ପୋଲ, ଆଜି ବି ପାଣିରେ ବୁଡ଼ିରହିଛି। ଗତକାଲି ସୁ ସୁ ଗର୍ଜନ କରି ୧୫ ଫୁଟ୍ ଉଚ୍ଚରେ ପାଣି ଚାଲୁଥିଲା, ଆଜି ତଥାପି ୫ ଫୁଟ୍ ପାଣି ଅଛି। କେତେ ଭୟଙ୍କର ଥିଲା ବନ୍ୟା ସ୍ରୋତର ସୁଅ ।

Advertisment

କାଲିମେଳାରୁ ପଡ଼ିଆ ରାସ୍ତାରେ ଏବେ ବି ପାଣି ଚାଲୁଛି, ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ। ରାସ୍ତା କଡ଼ରେ ଅଟକି ରହିଛି ଶହ ଶହ ଗାଡ଼ି ମୋଟର। ବଣ୍ଡାଘାଟିରେ ପ୍ରବଳ ବର୍ଷାରୁ ପାହାଡ଼ି ବନ୍ୟା କେମିତି ଆଦିବାସୀଙ୍କ ଘର ଭାଙ୍ଗିଛି, ସେ ଚିତ୍ର ବି ସାମ୍ନାକୁ ଆସିଛି। ବହୁ ପରିବାର ଭୋକ ଉପାସରେ ଅଛନ୍ତି। ମାଥିଲି ବ୍ଲକ କମାରପାଲ୍ଲି ଅଞ୍ଚଳରେ ଲୋକେ ଅସୁସ୍ଥ ଥିବା ଖବର ପାଇ, ଏକ ଡାକ୍ତରୀ ଟିମ୍ ଟ୍ରାକ୍ଟର ଯୋଗାଡ଼ କରି ସେଠାକୁ ଯାଇଛନ୍ତି।

ସେପଟେ ଲଗାଣ ବର୍ଷାଜନିତ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଆଜି ରାଜସ୍ୱ ମନ୍ତ୍ରୀ, ଏସଆରସି ଓ ମୁଖ୍ୟ ଶାସନ ସଚିବଙ୍କଠାରୁ ଅପଡେଟ୍ ନେଇଛନ୍ତି।ତା ପୂର୍ବରୁ ସ୍ଥିତି ସମୀକ୍ଷା କରି ରାଜସ୍ୱମନ୍ତ୍ରୀ କହିଛନ୍ତି-ଲଗାଣ ବର୍ଷା ସତ୍ତ୍ୱେ କାହାରି ମୃତ୍ୟୁ ହୋଇନି। ୧୭ ଶହରୁ ୧୮ଶହ ଲୋକଙ୍କୁ ଉଦ୍ଧାର କରାଯାଇ ନିରାପଦ ସ୍ଥାନକୁ ନିଆଯାଇଛି। ଏବେ କ୍ଷୟକ୍ଷତି ଆକଳନ ହେବ, ପର୍ଯ୍ୟାପ୍ତ କ୍ଷତିପୂରଣ ଦିଆଯିବ।

Flood
Advertisment
Advertisment