Heavy Rain Fall
କେଉଁଠି କଂକ୍ରିଟ୍ ରାସ୍ତା ଦବିଛି ତ କେଉଁଠି ଧୋଇଯାଇଛି । ଠପ୍ ହୋଇଯାଇଛି ଯାତାୟତ । ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଦୁଇ ଦିନ ହେଲା ଥମିବାର ନାଁ ନେଉନି ବର୍ଷା । ମୂଷଳଧାରାରେ ଢାଳି ଚାଲିଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ପାରାଦୀପରେ ଫସିରହିଛି ଶତାଧିକ ଆନ୍ଧ୍ର ବୋଟ୍ । ଏଣେ ବିଶ୍ୱଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ବି ଜମିଥିଲା ପାଣି । ପାଣିପାଗ ବିଭାଗ କହିଛି, ଆସନ୍ତାକାଲିଠାରୁ ପାଗରେ ପରିବର୍ତ୍ତନ ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ । ଉତ୍ତରରୁ ଦକ୍ଷିଣ, ଉପକୂଳରୁ ପଶ୍ଚିମ, ସବୁଠି ବର୍ଷୁଛି । ଗତକାଲିଠୁ ମୂଷଳ ଧାରାରେ ଲାଗି ରହିଛି ବର୍ଷା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)