ବାତ୍ୟା ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ, ୧୦୦ କିମି ବେଗରେ ବହିବ ପବନ : ମତ୍ସଜୀବୀଙ୍କୁ ସମୁଦ୍ର ମନା
ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ଆକଳନ ଅନୁସାରେ ପୁରୀ ଜିଲ୍ଲାରେ ବାତ୍ୟା ‘ଜୱାଦ ସ୍ଥଳଭାଗ ଛୁଇଁପାରେ। ଏନେଇ SRC ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସ୍ଥଳ ଭାଗ ଅଳ୍ପ ଛୁଇଁବା ପରେ ପୁଣି ସମୁଦ୍ରକୁ ଚାଲି ଯାଇପାରେ ବାତ୍ୟା।
ପଶ୍ଟିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ବାତ୍ୟା ‘ଜୱାଦ’ ଏବେ ଘଣ୍ଟା ପ୍ରତି ୩୨ କିଲୋମିଟର ବେଗରେ ଉପକୂଳ ମୁହାଁ ହେଉଛି।
ଗଭୀର ଅବପାତର ରୂପ ନେବ ବାତ୍ୟା : କାଲି ଅପରାହ୍ନରେ ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବ ବାତ୍ୟା
ବାତ୍ୟା ପାଇଁ ଛୁଟି ବାତିଲ : ସଜାଗ ରହିବାକୁ ଦିଆଗଲା ନିର୍ଦ୍ଦେଶ…ସମ୍ଭାବ୍ୟ ବାତ୍ୟା ୪ ତାରିଖରେ ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ପହଞ୍ଚିବାକୁ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏନେଇ ପ୍ରସ୍ତୁତି କରିଛି । ୩ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।
ଆଜି ବାତ୍ୟାର ରୂପ ନେବ ବଙ୍ଗୋପସାଗରରେ ଘନିଭୂତ ହୋଇଥିବା ଅବପାତ । ଏହି ଅବପାତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ବାତ୍ୟାର ରୂପ ନେବ । ଏହା ବର୍ତ୍ତମାନ ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୮୫୦ କିଲୋମିଟର ଦୂରରେ ରହିଛି ।
ମାଡ଼ି ଆସୁଥିବା ବାତ୍ୟା ଏବଂ ତାର ମୁକାବିଲା ନେଇ ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ୧୭ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଏସ୍ଆର୍ସି ପ୍ରଦୀପ ଜେନା ।
ଏହାପରେ ବାତ୍ୟା ଉତ୍ତର ଓ ଉତ୍ତର ପୂର୍ବ ଦିଗରେ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହାରି ପ୍ରଭାବରେ ୪ ତାରିଖ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଗଜପତି, ଗଂଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ଦିଆଯାଇଛି ରେଡ୍ ଓ୍ୱାର୍ଣ୍ଣିଂ ।
ଏହି ଅବପାତ ଏବେ ଆନ୍ଧ୍ରର ବିଶାଖାପାଟଣାଠାରୁ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଦିଗରେ ୯୬୦ କିଲୋମିଟର, ଓଡ଼ିଶାର ଗୋପାଳପୁରଠୁ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଦିଗରେ ୧୦୨୦ କିଲୋମିଟର ଏବଂ ପାରାଦୀପଠୁ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଦିଗରେ ୧୦୬୦ କିଲୋମିଟର ଦୂରରେ ରହିଛି।
୬୦ ଓଡ୍ରାଫ୍, ୧୭ NDRF, ଅଗ୍ନିଶମର ୧୭୨ ଟିମ୍ ମୁତୟନ ହେବେ। ଆକଳନ ଅନୁସାରେ ୯୦ରୁ ୧୦୦ କିମି ବେଗରେ ପବନ ବହିବ। ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଆଜି ପ୍ରଧାନମନ୍ତ୍ରୀ ବାତ୍ୟା ସମୀକ୍ଷା ବୈଠକ କରିଥିଲେ । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ବୈଠକରେ ସାମଲି ରହିଥିଲେ । ବାତ୍ୟା ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ସହ କଣ ସବୁ ଆଲୋଚନା ହୋଇଛି ସେ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଏମଡି ଡିଜି ।
ସମ୍ଭାବ୍ୟ ବାତ୍ୟା ସଂପର୍କରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଜରୁରୀ ସୂଚନା । ବାତ୍ୟା ପ୍ରଭିବରେ ସର୍ବାଧିକ ୧୦୦ କିମି ବେଗରେ ପବନ ବହିବା ନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବା ସମ୍ଭାବ୍ୟ ବାତ୍ୟା ସମୀକ୍ଷା କରିଛନ୍ତି.. ପ୍ରଭାବିତ ହେବାକୁ ଥିବା ରାଜ୍ୟ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ଆଣ୍ଡାମାନ ନିକୋବର ମୁଖ୍ୟ ସଚିବ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି..
ଧୀରେ ଧୀରେ ଶକ୍ତି ସଞ୍ଚୟ କରୁଛି ଲଘୁଚାପ..କାଲି ଏହା ବାତ୍ୟା ରୁପ ନେଇ ଓଡ଼ିଶା ଆଡ଼କୁ ମାଡ଼ିଆସିପାରେ.. ଶନିବାର ପାଇଁ ସତର୍କ ଘଣ୍ଟି ରହିଛି..
ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ୱେଲ୍ ମାର୍କଡ୍ ଲୋ’ ପ୍ରେସରରେ ପରିଣତ ହୋଇଛି। ୨୪ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।
ମାଡ଼ି ଆସୁଛି ବାତ୍ୟା ‘ଜୱାଦ୍’ ! ଆଜି ଅବପାତରେ ପରିଣତ ହୋଇପାରେ ଲଘୁଚାପ କ୍ଷେତ୍ର। ୩ରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହା ବାତ୍ୟାର ରୂପ ନେଇପାରେ।
ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ କରାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ୮ଟି ଆକ୍ସନ ପଏଣ୍ଟ ଉପରେ ଫୋକସ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
କାଲି ଡିପ୍ରେସନ ପରେ ଜାଣିହେବ କେଉଁଠି ଅତିକ୍ରମ କରିବ ବାତ୍ୟା I ଶନିବାର ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ରେଡ୍ ଓ ୭ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ I ୮ ଆକ୍ସନ ପଏଣ୍ଟ ଉପରେ ହାଇଲେବଲ ମିଟିଂରେ ଗୁରୁତ୍ୱ ।
ଆଣ୍ଡାମାନ ସାଗର ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆସନ୍ତାକାଲି ଅବପାତରେ ପରିଣତ ହେବ। ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରି କାଲି ଅବପାତ ରୂପ ନେବ ଅବପାତରେ ପରିଣତ ହେଲା ପରେ କେଉଁଠି ମାଡ଼ ହେବ ତାହା ସ୍ପଷ୍ଟ ହେବ।
ଆସନ୍ତାକାଲି ଅବପାତରେ ପରିଣତ ହେବ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର। କେଉଁଠି ମାଡ଼ ହେବ ? କେଉଁ ଜାଗାରେ ଅତିକ୍ରମ କରିବ ? କେତେ ତୀବ୍ରତା ରହିବ ? ଏସବୁ ଆସନ୍ତାକାଲି ସ୍ପଷ୍ଟ ହେବ।
କାହିଁକି ଓଡ଼ିଶା ମୁହାଁ ହେଉଛି ଗୋଟିଏ ପରେ ଗୋଟିଏ ବାତ୍ୟା? ଶନିବାର ଓଡ଼ିଶାର କେଉଁଠି ସ୍ଥଳଭାଗ ଛୁଇଁବ ବାତ୍ୟା? ଜାଣନ୍ତୁ କ’ଣ କହୁଛି ପାଣିପାଗ.
ବାଲିଗୁଡ଼ାକୁ ସ୍ପର୍ଶ କରିଛି ଶୀତ, ସକାଳୁ ସକାଳୁ ଚାଲିଛି ଯୋଗର ଆସାର...ଫୁଲ ଓ ପତ୍ରରେ ପଡ଼ିଲାଣି କାକର
କାହିଁକି ଓଡ଼ିଶା ମୁହାଁ ହେଉଛି ଗୋଟିଏ ପରେ ଗୋଟିଏ ବାତ୍ୟା? ଶନିବାର ଓଡ଼ିଶାର କେଉଁଠି ସ୍ଥଳଭାଗ ଛୁଇଁବ ବାତ୍ୟା? ଜାଣନ୍ତୁ କ’ଣ କହୁଛି ପାଣିପାଗ...
ଆଣ୍ଡାମାନ ସାଗରରେ ବଳ ଗୋଟାଉଛି ସମ୍ଭାବ୍ୟ ବାତ୍ୟା। ୩ ତାରିଖ ରାତିରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି। ୩ ତାରିଖ ମଧ୍ୟରାତ୍ରରୁ ପବନ ବଢ଼ି ଘଣ୍ଟା ପ୍ରତି ୪୫ରୁ ୫୫ କି.ମି. ବେଗରେ ପବନ ବହି ପାରେ।