Advertisment

ଜାଡ଼ରେ ଜଡ଼ସଡ଼ ସାରା ଓଡ଼ିଶା, ଅସ୍ତବ୍ୟସ୍ତ କରିବ ଅସହ୍ୟ ଶୀତ

ଆଗାମୀ ୪ରୁ ୫ ଦିନ ଯାଏଁ ଅଧିକାଂଶ ସ୍ଥାନର ରାତ୍ରୀ ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ହେବାନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

author-image
Chandan Shishu
Cold Wave in Odisha

Cold Wave in Odisha

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ ହେବାରେ ଲାଗିଛି ପାରଦ। ଆସନ୍ତା ୫ ଦିନ ଯାଏଁ ଜାଡ଼ ମାଡ଼ରେ ଜଡ଼ସଡ଼ ହେବ ସାରା ଓଡ଼ିଶା। ଧୀରେ ଧୀରେ ବଢୁଛି ଶୀତର ପ୍ରକୋପ। କେଉଠି କେଉଠି ସକାଳୁ ସକାଳୁ ଘନ କୁହୁଡି ଆସ୍ତରଣ, ପୁଣି ଆଉ କେଉଠି ସାନଇଁବା ପରେ ରାସ୍ତାଘାଟ ଜନଶୁନ୍ୟ। ଗତ ୩ ଦିନ ଧରି ୧୦ ଡିଗ୍ରୀ ତଳେ ରହିଥିବା ଫୁଲବାଣୀରେ ଗତକାଲି ଏଠାରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ତଳେ ରହିଥିବାବେଳେ ଆଜି ପାରଦ ୭.୫ ଡିଗ୍ରୀକୁ ଖସିଛି। ସେହିଭଳି ଓଡିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡିରେ ତାପମାତ୍ରା ୨୪ ଘଣ୍ଟାରେ ୭ ଡିଗ୍ରୀରୁ ୬.୫ ଡିଗ୍ରୀକୁ ଖସି ସବୁଠୁ ଥଣ୍ଡା ସ୍ଥାନ ହୋଇଛି। ଗତ ୩-୪ ଦିନ ଭିତରେ ଶୀତର ପ୍ରକୋପ ଜାରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।

Advertisment

ରାଜ୍ୟରେ ୯ଟି ସ୍ଥାନରେ ରାତ୍ରି ତାପମାତ୍ରା ୧୧ ଡିଗ୍ରୀ ତଳେ ରହିଛି। ଏହି ସ୍ଥାନ ଗୁଡିକ ହେଉଛି ଝାରସୁଗୁଡା, କେନ୍ଦୁଝର,ସୁନ୍ଦରଗଡ,ଭବାନୀପାଟଣା, କୋରାପୁଟ, ଫୁଲବାଣୀ, ଟିଟଲାଗଡ ଏବଂ ଦାରିଙ୍ଗବାଡି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ୧.୫ରୁ ୩ ଡିଗ୍ରୀ ଯାଏଁ ଖସିଛି। ଆଭ୍ୟନ୍ତରୀଣ ଓଡିଶାରେ ପାରଦ ୦.୫ରୁ୨.୭ ଡିଗ୍ରୀ ଏବଂ ଉପକୂଳ ଓଡିଶାରେ ଏହା ୧.୫ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି।

ଆଗାମୀ ୪ରୁ ୫ ଦିନ ଯାଏଁ ଅଧିକାଂଶ ସ୍ଥାନର ରାତ୍ରୀ ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ହେବାନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ରାଜ୍ୟକୁ ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ କ୍ରମାଗତ ଭାବେ ପ୍ରବେଶ କରୁଥିବା ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହ ଫଳରେ ଶୀତ ଲହରି ବଢିବ ବୋଲି କହିଛି ପାଣିପାଗ ବିଭାଗ। 

Advertisment

ରିପୋର୍ଟ: ତ୍ରିନାଥ ସାହୁ, ରଞ୍ଜିତ ଚୌଧୁରୀ, ଦିଲୀପ ପଣ୍ଡା, ଦୀପକ ମହନ୍ତ

Weather Update Weather Forecast Meteorological Dept
Advertisment
Advertisment