• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୋନପୁର(ରବିନ୍ଦ୍ର ହୋତା) : ଆରମ୍ଭ ହୋଇଛି  ଶୀତର ରାଜୁତି । ଘନ କୁହୁଡି ସହ ଶୀତରେ ଥରୁଛି ସାରା ଓଡ଼ିଶା । ଠିକ୍‌ ସେହିପରି ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ପହଞ୍ଚିଛି ହାଡଭଙ୍ଗା ଶୀତ । ବିଳମ୍ୱରେ ଆସିଛି ସତ ହେଲେ ଥରାଇ ଦେଉଛି ଜନଜୀବନ ।

Cold Wave Sweeps Several Parts Of Odisha

ଜିଲ୍ଲାର ବିଭିନ୍ନ ସ୍ଥାନରେ ଘନ କୁହୁଡିର ମୋଟା ଆସ୍ତରଣ ଦେଖିବାକୁ ମିଳିଛି । କୁହୁଡି ସହ ଥଣ୍ଡା ପବନ ଓ ଗଛ ପତ୍ରରେ କାକରର ଛିଟା ମଧ୍ୟ ଦେଖିବାକୁ ମିଳିଛି । ଏତେ କୁହୁଡି ଯେ ଶୀତରେ ଲୋକମାନେ ଥରୁଛନ୍ତି । ତଥାପି ଲୋକମାନେ ଶୀତର ମଜା ନେବାକୁ ଟିକେ ହେଲେ ପଛାଉ ନାହାଁନ୍ତି । ବିଳମ୍ୱରେ ଆସିଥିବା ଶୀତର ମଜା ନେବାକୁ ଘରୁ ବାହାରିପଡୁଛନ୍ତି । ସେହିପରି ସନ୍ଧ୍ୟା ନଇଁଲେ ମଧ୍ୟ ଅଞ୍ଚଳରେ ଆରମ୍ଭ ହୋଇଥାଏ ଶୀତ ।

Cold Wave Sweeps Several Parts Of Odisha

ସୂଚନାଅନୁସାରେ, ଜିଲ୍ଲାରେ ସକାଳ ପ୍ରାୟ ୯ ଟା ପର୍ଯ୍ୟନ୍ତ ବାୟୁରେ ଘନ କୁହୁଡିର ଆସ୍ତରଣ ରହୁଛି । ଫଳରେ ସକାଳୁ ସକାଳୁ ଘରୁ ବାହାରିବା ମୁସ୍କିଲ୍‌ ହୋଇପଡୁଛି । ଶୀତର ଏତେ ପ୍ରକୋପକୁ ମଧ୍ୟ ସେଠାକାର ଲୋକେ ବେଖାତିର କରି ବେଶ୍ ମଜା ନେଉଛନ୍ତି । କିଏ ନିଜ ସ୍ୱାସ୍ଥ ପ୍ରତି ସଚେତନ ରହିଥିବାରୁ ମର୍ଣ୍ଣି ୱର୍କ ଯାଉଛି ତ କିଏ ଶୀତର ମଜା ନେବା ପାଇଁ ବାହାରକୁ ବୁଲିକି ଆସୁଛନ୍ତି । ଏହାରି ଭିତରେ ଅନେକ ଲୋକ ଯୋଗ ପ୍ରଣାୟମ ଆଦି କରି ଶୀତକୁ ଖୁବ୍ ଉପଭୋଗ କରୁଛନ୍ତି ।

Cold Wave Sweeps Several Parts Of Odisha