• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weather Updates

heavy rainfall
୩ ଦିନ ଛେଚିବ, ୫୦ କିମି ବେଗରେ ବହିବ ପବନ !

ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ୧୧ରୁ ୧୩ ତାରିଖ ଯାଏଁ ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ, ଆଭ୍ୟନ୍ତରୀଣ ତଥା ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ୧୧ରୁ ୧୩ ତାରିଖ ଯାଏଁ ୟେଲୋ ୱାର୍ଣିଂ ଜାରି କରାଯାଇଛି।

jaleswar beach
୧୧ରେ ପୁଣି ଏକ ଲଘୁଚାପ, ଧୋଇ ଯାଇପାରେ ଗଣେଶ ପୂଜା ଓ ନୂଆଖାଇ

ଘୁଚାପ ଜନିତ ବର୍ଷା ଯୋଗୁ ଯାଇପାରେ ଗଣେଶ ପୂଜା ଓ ନୂଆଖାଇ  । ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରେ ଆସନ୍ତା ୧୧ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।  

rain at koraput
ୱେଲମାର୍କ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ

ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲିଠାରୁ ତୁହାକୁ ତୁହା ବର୍ଷା ଲାଗି ରହିଛି ।

rainfall
ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ: ୧୪ ଜିଲ୍ଲାରେ ପ୍ରବଳ ବର୍ଷିବ

ପ୍ରବଳ ବର୍ଷା ନେଇ ୧୪ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। କାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Clouds over Odisha
୨ ଦିନ ପ୍ରବଳ ବର୍ଷିବ, ୨୨ ଜିଲ୍ଲାକୁ ୱାର୍ଣ୍ଣିଂ

ସମୁଦ୍ର ଅଶାନ୍ତ ହେବାକୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଜୁନ୍ ୧ରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ଠାରୁ ୩୦ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି।

Low Pressure Area Likely To Form
ଆସନ୍ତା ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା

ଉତ୍ତର-ପୂର୍ବ ଓ ଏହାର ତତ୍‌ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ସାଇକ୍ଲୋନିକ୍‌ ସର୍କୁଲେସନ୍‌ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓ ଏହାର ତତ୍‌ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

Heavy Rainfall Alert
ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, ଏହି ୨ ଦିନ ପ୍ରବଳ ବର୍ଷା ହୋଇପାରେ

ଆସନ୍ତା ୬ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ୬ ତାରିଖରେ ଲଘୁଚାପ ସୃଷ୍ଟି ହେଲେ ୬ ଓ ୭ ଏହି ୨ ଦିନ ପ୍ରବଳ ବର୍ଷା ହୋଇପାରେ। 

Delhi Rain
ନୟାନ୍ତ କଲାଣି ବର୍ଷା, ଯୁଆଡ଼େ ଦେଖିବ ଖାଲି ପାଣି ଆଉ ପାଣି

ଦିଲ୍ଲୀବାସୀଙ୍କୁ ନୟାନ୍ତ କଲାଣି ବର୍ଷା । ଯୁଆଡ଼େ ଦେଖିବ ଖାଲି ପାଣି ଆଉ ପାଣି । ଦିଲ୍ଲୀର ଅଧିକାଂଶ ସହର ଏବେ ଜଳାର୍ଣ୍ଣବ । ଗତ ଦୁଇଦିନ ଧରି ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ପରେ ଅନେକ ସ୍ଥାନରେ ପାଣି ଜମି ରହି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

Rain
ବର୍ଷାରେ ବେହାଲ ଦିଲ୍ଲୀ; ୧୯ ବର୍ଷର ରେକର୍ଡ ଭାଙ୍ଗିଲା, ଆହୁରି ବର୍ଷିବ !

ଲଗାଣ ବର୍ଷାରେ ଦିଲ୍ଲୀ ବେହାଲ । ଗତକାଲିଠାରୁ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ଲାଗି ରହିଛି । ଫଳରେ ଅନେକ ସ୍ଥାନରେ ପାଣି ଜମି ରହି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

Land Slide
ପ୍ରବଳ ବର୍ଷା ! ମୁମ୍ବାଇ-ଔରଙ୍ଗାବାଦ୍‌ରେ ଭୁସ୍ଖଳନ, ଯାତାୟତ ଠପ୍‌

ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଫଳରେ ଭୂସ୍ଖଳନ । ମହାରାଷ୍ଟ୍ର ଔରଙ୍ଗାବାଦର ଚାଳିଶିଗାଁ ଅଂଚଳରେ ଭୂସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି । ଭୂସ୍ଖଳନ ଫଳରେ ରାସ୍ତା ଜାମ୍‌ । ଯାତାୟତ ସମ୍ପୂର୍ଣ୍ଣ ଠପ୍‌ ।

Cloud Brust
ବାଦଲଫଟା ବର୍ଷା ! ୭ ନିଖୋଜ, ୩ ଶିଶୁଙ୍କ ମୃତଦେହ ଉଦ୍ଧାର

ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ବିତ୍ପାତ । ସୋମବାର ଭୋରରୁ ଅଚାନକ ଉତ୍ତରାଖଣ୍ଡର ପିଥୋରଗଡ଼ ଜିଲ୍ଲାର ଜୁମ୍ମା ଗାଁରେ ବାଦଲଫଟା ବର୍ଷା ତାଣ୍ଡବ କରିଥିଲା । ପ୍ରବଳ ବର୍ଷା କାରଣରୁ ୭ ଜଣ ନିଖୋଜ ଥିବାର ସୂଚନା ମିଳିଥିଲା ।

Heavy Rainfall
ପ୍ରବଳ ବର୍ଷିବ, ୧୦ ଜିଲ୍ଲାକୁ ଆଲର୍ଟ

ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଏହି ବର୍ଷାର ପ୍ରଭାବ ରହିବ। ୩୦ ତାରିଖ ପରେ ବର୍ଷାର ପରିମାଣ ହ୍ରାସ ପାଇବ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଏହି ବର୍ଷାର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ। ବିଶେଷ କରି ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା

Weather Forecast
ଦାନା ବାନ୍ଧୁଛି ଲଘୁଚାପ, ୩ ଦିନ ବର୍ଷିବ

ବିଶେଷ କରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ। ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂପୁର, ନୟାଗଡ଼, କଟକ, ଅନୁଗୁଳ, ଦେବଗଡ଼, କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷାର ପୁର୍ବାନୁମାନ କରିଛି ପାଣିପାଗ ବିଭାଗ। 

rain Alert For Odisha
୧୧ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଆସନ୍ତା ୩୦ ତାରିଖ ସୁଦ୍ଧା ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନେକ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇଛି। 

Less Rain fall
ଓଡ଼ିଶାରେ ଆସନ୍ନ ମରୁଡ଼ି ସହ ଘୋର ବିଦ୍ୟୁତ ସଙ୍କଟ ଆଶଙ୍କା !

ଆଷାଢ଼ ଗଲା, ଶ୍ରାବଣ ଗଲା, ଭାଦ୍ରବ ବି ଆରମ୍ଭ ହେଲାଣି । ତଥାପି ମୂଷଳଧାରା ବର୍ଷା ନାହିଁ । ଇନ୍ଦ୍ରଦେବଙ୍କ କୋପରେ ଜମି କଥା ଛାଡ଼ନ୍ତୁ, ଜଳଭଣ୍ଡାରରେ ଜଳଜଳ ଦେଖାଯାଉଛି ଜଳସଙ୍କଟର ଉତ୍କଟ ଚିତ୍ର ।

climate change in greenland
ଗ୍ରୀନ୍‌ଲାଣ୍ଡରେ ପ୍ରଥମ ବର୍ଷା; ବିଶ୍ୱ ପାଇଁ ବଡ ବିପଦ

ପରିବେଶରେ ଭୟଙ୍କର ପରିବର୍ତ୍ତନର ସଙ୍କେତ ମିଳିଛି। କିଛିଦିନ ତଳେ ଜାତିସଂଘର ଏକ ରିପୋର୍ଟରେ ଜଳବାୟୁ ସଙ୍କଟକୁ ଦୃଷ୍ଟିରେ ରଖି ମାନବ ସମାଜକୁ ଚେତାବନୀ ଦିଆଯାଇଥିଲା। ଆଗାମୀ ଦିନରେ ପାଣିପାଗରେ ବିନାଶକାରୀ ପରିବର୍ତ୍ତନ ଆସିବ ବୋଲି ରିପୋର୍ଟରେ କୁହାଯାଇଥିଲା ଆଉ ଏହାର ସଙ୍କେତ ଏବେ ଦେଖିବାକୁ ମିଳିଲାଣି।

New D elhi
ଦିଲ୍ଲୀ-ହରିୟାଣାରେ ପ୍ରବଳ ବର୍ଷା, ଏପଟେ ଟ୍ରାଫିକ୍‌ ଜାମ୍‌ ସେପଟେ ବୁଡ଼ିଲାଣି ଓଭର ବ୍ରିଜ୍‌ !

ଦିଲ୍ଲୀରେ ପ୍ରବଳ ବର୍ଷା । ରାସ୍ତା ଘାଟରେ ସତେ ଯେମିତି କୃତ୍ରିମ ବନ୍ୟା । ଗତ ୨୪ ଘଣ୍ଟା ଧରି ଲଗାଣ ବର୍ଷା ଫଳରେ ଦିଲ୍ଲୀ ଓ ଏନ୍‌ସିଆରରେ ପାଣି ଜମି ରହି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

Rainfall
୨ ଦିନ ପ୍ରବଳ ବର୍ଷିବ

ଏପଟେ ଲଗାଣ ବର୍ଷାରେ ବେହାଲ୍ ହୋଇଛି ମାଲକାନଗିରି ଜିଲ୍ଲାର କୋରକଣ୍ଡା ଓ ଏମ୍‌ଭି-୩୭ ପୋଲ ଉପରେ ପାଣି କମୁଥିବାବେଳେ ପୋଟେରୁ, କାଙ୍କରିକୁଣ୍ଡା ଅଞ୍ଚଳରେ ପାଣି ବଢୁଛି। ମାଲକାନଗିିରିରୁ ମୋଟୁକୁ ଏବଂ ଆନ୍ଧ୍ରକୁ ଯୋଗାଯୋଗ ବିଛିନ୍ନ ହୋଇଛି।

heavy rainfall alert
୪୮ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷା ହୋଇପାରେ

ବଙ୍ଗୋପସାଗରର ପଶ୍ଚିମ-କେନ୍ଦ୍ରୀୟ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳରେ ଏହାର ପ୍ରଭାବ ପଡ଼ିପାରେ।

heavy-rainfall
ତିନି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା

ତିନି ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏଥିପାଇଁ ଅନେକ ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ

Heavy Rainfall
୧୫ ପରେ ଆସିବ ଲଘୁଚାପ !

ତେବେ ଅଗଷ୍ଟ ମାସରେ ସମସ୍ତ ୩୦ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ଅଗଷ୍ଟ ୧୫ ପର୍ଯ୍ୟନ୍ତ ରାଜ୍ୟରେ ଏମିତି ନିଅଣ୍ଟିଆ ସ୍ଥିତି ଲାଗି ରହିବ ବୋଲି କହିଛନ୍ତି। 

heavy rainfall alert
ଆଜି ୧୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ

ରାଜ୍ୟରେ ଆସନ୍ତା ୪ ଦିନ ଯାଏ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ମୌସୁମୀ ଦୁର୍ବଳ ଥିଲେ ବି ୪ରୁ ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ୧୭ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି।

Climate Change in odisha
ବର୍ଷା ସହ ବଜ୍ରପାତ ନେଇ ୧୯ ଜିଲ୍ଲାକୁ ୱାର୍ଣ୍ଣିଂ

ରାଜ୍ୟରେ ଆସନ୍ତା ୩ ଦିନ ଯାଏଁ ବର୍ଷା ଓ ବଜ୍ରପାତ ସମ୍ଭାବନା । ୧୯ଟି ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି । ଏହି ଜିଲ୍ଲା ଗୁଡ଼ିକ ହେଲା କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ।

Drought Situation
'ଆଗକୁ ରାଜ୍ୟରେ ଗମ୍ଭୀର ହେବାକୁ ଯାଉଛି ମରୁଡି ସ୍ଥିତି'

ସେପଟେ ସମ୍ଭାବ୍ୟ ମରୁଡ଼ି ସ୍ଥିତି ନେଇ ସରକାର ସଜାଗ ଅଛନ୍ତି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ଏବେ ବି ବର୍ଷା ହେବାର ସମୟ ଅଛି। ଜିଲ୍ଲାପାଳମାନେ ପ୍ରାକୃତିକ ବିପର୍ଯ୍ୟୟ କମିଟିକୁ ଦୈନିକ ବର୍ଷାର ରିପୋର୍ଟ ଦିଅନ୍ତି। ସରକାର ସବୁ ସମୟରେ ଚାଷୀଙ୍କ ସହ ଅଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି। 

rain deficit
ମୌସୁମୀର ଲୁଚକାଳି ଖେଳ : ନିଅଣ୍ଟିଆ ବର୍ଷାକୁ ନେଇ ଚିନ୍ତିତ ଚାଷୀ

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବା ପାଖା ପାଖି ଦୁଇମାସରୁ ଅଧିକ ହୋଇ ଯାଇଥିଲେ ମଧ୍ୟ ପର୍ଯ୍ୟନ୍ତ ଜିଲ୍ଲାରେ ଭଲ ବର୍ଷା ହୋଇନାହିଁ । ଯାହା ଆକଳନ କରାଯାଉଥିଲା ସେହି ପରି ବର୍ଷା ହେଉନାହିଁ । ଜୁଲାଇ ଓ ଅଗଷ୍ଟ ମାସରେ କୋରାପୁଟ ଜିଲ୍ଲାର ୧୪ଟି ବ୍ଲକରେ କମ ବର୍ଷା ହୋଇଛି