ପଶ୍ଚିମବଙ୍ଗ-ବାଂଲାଦେଶ ଉପରେ ଏହାର ସର୍ବାଧିକ ପ୍ରଭାବ ରହିବ । ତେବେ ବାତ୍ୟାର ତୀବ୍ରତା କେତେ ରହିବ ବର୍ତ୍ତମାନ ଯାଏଁ ଆକଳନ କରାଯାଇନାହିଁ ।
ବୈଠକରେ ଏସ୍ଆର୍ସିଙ୍କ ସମେତ ବରିଷ୍ଠ ଅଧିକାରୀ ଯୋଗଦେବେ ।
ସୁ ସୁ ଗର୍ଜନ କରି ମାଡିଆସୁଛି ବାତ୍ୟା। ଉପକୂଳ ଛୁଇଁବା ପୂର୍ବରୁ ମହାବାତ୍ୟାର ରୂପ ନେବା ନେଇ ବଢିଲା ଚର୍ଚ୍ଚା....ପାଣିପାଗ ବିଭାଗ କହିଲା
ଆଇଏମଡି ଜିଏଫଏସ୍ ମଡେଲ କହୁଛି, ଓଡିଶାରେ ସ୍ଥଳ ଭାଗ ଛୁଇଁ ପାରେ ବାତ୍ୟା ସିତ୍ରାଙ୍ଗ । ତେବେ ଆଇଏମ୍ଡି ବାତ୍ୟାର ଗତିପଥ ଓ ଲ୍ୟାଣ୍ଡଫଲ୍ ନେଇ ଏଯାଏଁ କୌଣସି ଆକଳନ କରିନାହିଁ ।
କେଉଁଠି କରିବ ଲ୍ୟାଣ୍ଡଫଲ ? ଲ୍ୟାଣ୍ଡଫଲ ବେଳେ ବାତ୍ୟାର ତୀବ୍ରତା କେତେ ରହିବ? ପବନର ବେଗ କେତେ ହେବ ଆଉ କେତେ ପରିମାଣର ବର୍ଷା ହେବ? ଏହାକୁ ନେଇ ଆଇଏମ୍ଡିର କୌଣସି ସ୍ପଷ୍ଟ ସୂଚନା ଆସିନଥିବା ବେଳେ ବିଭିନ୍ନ ମଡେଲ୍ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ।
କେଉଁଠି କରିବ ଲ୍ୟାଣ୍ଡଫଲ ? ଲ୍ୟାଣ୍ଡଫଲ ବେଳେ ବାତ୍ୟାର ତୀବ୍ରତା କେତେ ରହିବ? ପବନର ବେଗ କେତେ ହେବ ଆଉ କେତେ ପରିମାଣର ବର୍ଷା ହେବ? ଏହାକୁ ନେଇ ଆଇଏମ୍ଡିର କୌଣସି ସ୍ପଷ୍ଟ ସୂଚନା ଆସିନଥିବା ବେଳେ ବିଭିନ୍ନ ମଡେଲ୍ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ।
ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା ।
ସମ୍ଭାବ୍ୟ ବାତ୍ୟାକୁ ନେଇ ବଢୁଛି ଆଶାଙ୍କା । ଏବେ ଏହା ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ରୂପରେ ରହିଛି । ଆସନ୍ତା ୪୮ ଘଣ୍ଟାରେ ଏହା ଲଘୁଚାପରେ ପରିଣତ ହେବ । ୨୨ ତାରିଖ ବେଳକୁ ଅବପାତ ହେବ । ୨୩ କିମ୍ବା ୨୪ ତାରିଖରେ ଏହା ବାତ୍ୟାରେ ପରିଣତର ସମ୍ଭାବନା ରହିଛି ।
ବଙ୍ଗୋପସାଗରରେ ଚଳିତ ବର୍ଷର ଏହା ଦ୍ୱିତୀୟ ସାମୁଦ୍ରିକ ଝଡ଼ । ଏହାପୂର୍ବରୁ ଗତ ମେ’ ମାସରେ ବାତ୍ୟା ଅସାନୀ ସଂଘଟିତ ହୋଇଥିଲା ।
୨୨ ତାରିଖ ପରେ ଅବପାତ ବାତ୍ୟା ରୂପ ନେଇପାରେ। ବାତ୍ୟାଟି କେଉଁ ରାଜ୍ୟ ଦେଇ ଯିବ ବା ନଯିବ, ପୂର୍ବାନୁମାନ ହୋଇନି। ଲଘୁଚାପରେ ପରିଣତ ହେଲା ପରେ ଅଧିକ ସ୍ପଷ୍ଟତା ଆସିବ।
ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କୁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ୨୩ରୁ ୨୫ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ହେଡକ୍ୱାର୍ଟର୍ସ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଓଡ଼ିଶା ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବାତ୍ୟା ଆସିବା ପୂର୍ବରୁ କେମିତି ପ୍ରସ୍ତୁତ ରହିବେ ? କ'ଣ ସବୁ କରିବା ଉଚିତ୍ ଓ କ'ଣ ସବୁ କରିବା ଅନୁଚିତ୍, ଜାଣନ୍ତୁ...
ଆସୁଛି ବାତ୍ୟା । ପାଣପାଗ ବିଭାଗର ସୂଚନା ପରେ ବାତ୍ୟା ଆଶଙ୍କା ବଢ଼ିଲା।
ଏଣେ ଅକ୍ଟୋବରରେ ପୁଣି ବାତ୍ୟା ଆସୁଥିବା ଶୁଣି ଛାନିଆ ହେଲେଣି ସମୁଦ୍ର ଦାଢ଼ରେ ଚାଷ-ବାସ କରୁଥିବା ଲୋକମାନେ।
ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ୨୦ ତାରିଖରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି।
୨୦ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି ।
ଲଘୁଚାପକୁ ନେଇ ଦେଖା ଦେଲାଣି ସନ୍ଦେହ। ବାତ୍ୟାକୁ ନେଇ ମନରେ ଆଶଂକା ଆସିଲାଣି।
ଏପଟେ ଅକ୍ଟୋବର ମାସ ସାରା ତୁହାକୁ ତୁହା ବର୍ଷାରେ କ୍ଷତିଗ୍ରସ୍ତ ଫସଲକୁ ନେଇ ଚିନ୍ତାରେ ଥିବା ଚାଷୀ, ବାତ୍ୟା ଆଶଙ୍କାକୁ ନେଇ ଛାନିଆ।
୧୮ ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମକୁ ମୁହାଁଇବ।
ଆସୁଛି ଲଘୁଚାପ, ବଢ଼ୁଛି ବର୍ଷା ଭୟ । ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୁର୍ଣ୍ଣିବଳୟ
ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୁର୍ଣ୍ଣିବଳୟ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟର ପୂର୍ବାନୁମାନ ଅନୁସାରେ ଆସନ୍ତା ୧୮ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି ।
୨୦ରେ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ସମ୍ଭାବନା ଥିବାବେଳେ କ୍ରମଶଃ ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହା ଆକଳନ କରାଯାଇଛି।
ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ପରିସ୍ଥିତି ଏଭଳି ହୋଇଛି ଯେ, ପ୍ରଖର ସ୍ରୋତରେ ଗାଡ଼ିମଟର ସବୁ ଭାସିଯାଇଛି। ଏପରିକି ଏକ କଣ୍ଟେନର ମଧ୍ୟ ଭାସି ଯାଉଥିବା ଲକ୍ଷ୍ୟ କରାଯାଉଛି।
ବାତ୍ୟାକୁ ନେଇ ଛାନିଆ ହେଲେଣି ଉପକୂଳିଆ ଲୋକ। କେଉଁଠି ମାଡ ହେବ? କେତେ ଆସିବ? ବଢୁଛି ନାନା କଳ୍ପନାଜଳ୍ପନା...ବାତ୍ୟା ଆସିବ ପୁଣି ଆସିବନିକୁ ନେଇ ବଢିଲା ଚର୍ଚ୍ଚା