ସୃଷ୍ଟି ହେଲା ଗଭୀର ଅବପାତ। ଗତକାଲିର ଅବପାତ ଘନୀଭୂତ ହୋଇ ଆଜି ସକାଳେ ଗଭୀର ଅବପାତରେ ପରିଣତ ହୋଇଛି। ବର୍ତ୍ତମାନ ଏହା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି। କ୍ରମଶଃ ଏହା ଘନୀଭୂତ ହୋଇ ବଙ୍ଗ ମୁହାଁ ହୋଇପାରେ। ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ପରେ ଏହା ଦିଗ ବଦଳାଇପାରେ। ପରେ ଏହା ବାତ୍ୟା ‘ସିତ୍ରାଙ୍ଗ’ରେ ପରିଣତ ହେବ।
ସୃଷ୍ଟି ହେଲା #ଗଭୀର ଅବପାତ!!!
— Meteorological Centre, Bhubaneswar (@mcbbsr) October 23, 2022
ଗତକାଲିର ଅବପାତ ଘନୀଭୂତ ହୋଇ ଆଜି ସକାଳ ସମୟରେ ଗଭୀର ଅବପାତ ଭାବେ ପୂର୍ବ କେନ୍ଦ୍ରୀୟବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି pic.twitter.com/3nErc4xCM2
୨୫ ତାରିଖ ସକାଳେ ବାତ୍ୟା ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଛୁଇଁପାରେ। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବାତ୍ୟା ଉପକୂଳ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କିଲୋମିଟର ରହିବା ସମ୍ଭାବନା ରହିଛି। ବାତ୍ୟା ‘ସିତ୍ରାଙ୍ଗ’ ଓଡ଼ିଶା ଉପକୂଳଠାରୁ ୨୦୦ରୁ ୨୫୦ କିଲୋମିଟର ଦୂରରେ ଗତି କରିବ। ଏହାର ପ୍ରଭାବରେ ୨୪ ଓ ୨୫ ତାରିଖରେ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଅକ୍ଟୋବର ୨୪ ସକାଳ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଆହୁରି ଅଧିକ ଘନୀଭୂତ ହୋଇ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ। ୨୫ ତାରିଖ ସକାଳେ ଏହା Tinkona ଦ୍ୱୀପ ଓ ସ୍ୟାଣ୍ଡ୍ୱିପ୍ ମଧ୍ୟରେ ବାଂଲାଦେଶ ଉପକୂଳ ଅତିକ୍ରମ କରିବ।
Depression over eastcentral Bay of Bengal about 475 km northwest of Port Blair. To intensify into a cyclonic storm over central Bay of Bengal by 24th October morning. To cross Bangladesh coast between Tinkona Island and Sandwip around 25th October early morning. pic.twitter.com/P1TvVe7G1H
— India Meteorological Department (@Indiametdept) October 22, 2022