/odishatv-khabar/media/post_attachments/uploadimage/library/16_9/16_9_0/Cold_Wave_1668047553.jpg)
Cold Wave
ଖସିବ ରାତି ତାପମାତ୍ରା, ବଢ଼ିବ ଶୀତ । ରାଜ୍ୟରେ ଥଣ୍ଡାର ପରିମାଣ ବଢ଼ିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖ ପରେ ରାତିରେ ତାପମାତ୍ରା ଖସିବ, ଫଳରେ ଶୀତର ପରିମାଣ ବି ବଢ଼ିବ। ସେପଟେ ଭୁବନେଶ୍ୱର, କଟକ ସମେତ ଉପକୂଳ ଏବଂ ଅଭ୍ୟନ୍ତରୀଣ ଜିଲ୍ଲାରେ ଥଣ୍ତାର ପରିମାଣ ବଢ଼ିଛି।
Advertisment
ବିଶେଷ ଭାବେ କୋରାପୁଟ ଓ କନ୍ଧମାଳ ରେ ଅଧିକ ଥଣ୍ଡା ଅନୁଭୂତ ହେଉଛି । ଗତକାଲି ରାତିରେ ରାଜ୍ୟର ସବୁଠୁ ଥଣ୍ଡା ସହର ଥିଲା ସିମିଲିଗୁଡ଼ା । କୋରାପୁଟ ସିମିଲିଗୁଡ଼ାରେ ୧୨ ଦଶମିକ ୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କନ୍ଧମାଳ ଜି ଉଦୟଗିରିରେ ୧୩.୪ ଡିଗ୍ରୀ, କୋରାପୁଟ ୧୪ ଏବଂ ଦାରିଙ୍ଗବାଡ଼ିରେ ୧୪.୫ ଡିଗ୍ରୀ ରେକର୍ଡ କରାଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)