Advertisment

ଓଡ଼ିଶା ଛୁଇଁବନି ବାତ୍ୟା ! ଦିଗ ବଦଳାଇବା ନେଇ ପାଣିପାଗ ବିଭାଗର ଆକଳନ

ଲଘୁଚାପଟି କାଲି ଅବପାତ ଓ ୨୪ରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ବାତ୍ୟାରେ ରୂପାନ୍ତର ପରେ ଉତ୍ତର-ଉତ୍ତରପୂର୍ବକୁ ଦିଗ ବଦଳାଇବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Cyclone Forecast

Cyclone Sitrang To Skirt Odisha: May Hit Bengal-Bangladesh coast

ଓଡ଼ିଶାକୁ ଛୁଇଁବନି ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ବାତ୍ୟା। ସମ୍ଭାବ୍ୟ ବାତ୍ୟା ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ ହୋଇପାରେ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବାତ୍ୟା ସମ୍ପର୍କରେ ପାଣିପାଗ ବିଭାଗର ସଦ୍ୟତମ ଟ୍ୱିଟ୍‌ ଅନୁସାରେ, ଲଘୁଚାପଟି କାଲି ଅବପାତ ଓ ୨୪ରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। 

Advertisment

ବାତ୍ୟାରେ ରୂପାନ୍ତର ପରେ ଉତ୍ତର-ଉତ୍ତରପୂର୍ବକୁ ଦିଗ ବଦଳାଇବ। ଏହାପରେ ଓଡ଼ିଶା ଉପକୂଳରୁ କିଛି ଦୂରରେ ରହି ବଙ୍ଗ ମୁହାଁ ହେବ ବାତ୍ୟା। ୨୫ ସୁଦ୍ଧା ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ପାଖରେ ବାତ୍ୟା ପହଞ୍ଚିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ତେବେ ବଙ୍ଗୋପସାଗର ଦେଇ ଯିବାବେଳେ ଏହା ଓଡ଼ିଶା ଉପକୂଳ ପାଖ ଦେଇ ଗତି କରିପାରେ। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି।

Advertisment

ବର୍ତ୍ତମାନ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ଅଧିକ ସକ୍ରିୟ ରହିଛି। ଏହା ପଶ୍ଚିମ କେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୨୪ ତାରିଖ ବେଳକୁ ବାତ୍ୟାରେ ପରିଣତ ହୋଇପାରେ। ବାତ୍ୟାରେ ପରିଣତ ହେବା ପରେ ଏହା ଉତ୍ତର- ଉତ୍ତରପୂର୍ବ ଦିଗକୁ ଗତିକରି ୨୫ ବେଳକୁ ପଶ୍ଚିମବଙ୍ଗ ଓ  ବାଂଲାଦେଶ ଉପକୂଳରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ବାତ୍ୟାର ଗତିପଥ ନେଇ ପାଣିପାଗ ବିଭାଗ ଏକ ସମ୍ଭାବ୍ୟ ଟ୍ରାକ୍ ଜାରି କରିଛି। 

ଅନ୍ୟପକ୍ଷେ, ରାଜ୍ୟରୁ ମୌସୁମୀ ସମ୍ପୂର୍ଣ୍ଣ ଫେରି ଯାଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବିଦାୟ ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ୪୮ ଘଣ୍ଟା ମଧ୍ୟରେ ମୌସୁମୀ ସାରା ଦେଶରୁ ବିଦାୟ ନେଇପାରେ।


— Meteorological Centre, Bhubaneswar (@mcbbsr) October 21, 2022

Cyclone Forecast Cyclone
Advertisment
Advertisment