/odishatv-khabar/media/post_attachments/uploadimage/library/16_9/16_9_0/IMAGE_1668316724.jpg)
Special story
ଫୁଲବାଣୀରେ ଘନ କୁହୁଡ଼ି ସହିତ ବଢିଲା ଶୀତ । ସଦର ମହକୁମା ଫୁଲବାଣୀରେ ସର୍ବନିମ୍ନ ତାପମାତ୍ର ୧୩.୫ ଡିଗ୍ରୀ ଏବଂ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି । ପହାଡିଆ ଅଞ୍ଚଳରେ ମଧ୍ୟ ଶୀତର ପ୍ରକୋପ ବଢିବାରେ ଲାଗିଛି । ଜିଲ୍ଲାର କୋଟଗଡ, ତୁମୁଡିବନ୍ଧ, ବେଲଘର, ବାରଖମା, ବାଲିଗୁଡ଼ା, ରାଇକିଆ ଏବଂ ଜି.ଉଦୟଗିରି ପ୍ରଭୃତି ଅଞ୍ଚଳରେ ବର୍ତମାନ ଶୀତର ପରିମାଣ ବଢିବାରେ ଲାଗିଛି ।
ତେବେ ଦୁଇ ୨ରୁ ୩ ଦିନ ହେବ ଆକାଶ ମେଘମୁକ୍ତ ରହିଥିବାରୁ ଜିଲ୍ଲାରେ ଶୀତର ପରିମାଣ ବୃଦ୍ଧି ପାଇଛି । କୁହୁଡି ଯୋଗୁଁ ରାସ୍ତାଘାଟ ସଠିକ ଭାବେ ଦେଖାଯାଉନଥିବା ବେଳେ, ଲୋକଙ୍କ ଯାତାୟାତ ଏବଂ ଗାଡି ଚଳାଚଳରେ ଅସୁବିଧା ହେଉଛି । ଶୀତରୁ ଆଶ୍ୱସ୍ତି ପାଇଁ ଜିଲ୍ଳାବାସୀ ପ୍ରାତଃ ଭ୍ରମଣ, ଖେଳକୁଦ ଏବଂ ଯୋଗ ବ୍ୟାୟମ କରୁଥିବା ଦେଖିବାକୁ ମିଳିଛି ।
ସେହିପରି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ପ୍ରବ ଶୀତ ସାଙ୍ଗକୁ ଘନ କୁକୁଡି ଦେଖିବାକୁ ମିଳିଛି । ଘନ କୁକୁଡିର ଆସ୍ତରଣରେ ରାସ୍ତାଘାଟ ଦେଖା ଯାଉାହିଁ । ଦୁଇଦିନ ହେଲା ଶୀତ ବଢିବାରେ ଲାଗିଥିବାରୁ ଲୋକେ ଶୀତରୁ ବର୍ତିବା ପାଇଁ ଜାକେଟ, କମ୍ବଳ ବ୍ୟବହାର କରିବା ସହ ଚା ଦୋକାନରେ ଗରମ ଗରମ ଚା ପିଉଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)