• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ୧୯ ତାରିଖ ସୁଦ୍ଧା ଲଘୁଚାପଟି ଅବପାତରେ ପରିଣତ ହୋଇପାରେ ବୋଲି ଆକଳନ କରାଯାଉଛି । ତେବେ ଏଥିରେ ଓଡ଼ିଶା ଉପରେ ଲଘୁଚାପର ପ୍ରଭାବ କଣ ରହିବ ତାହା ସ୍ପଷ୍ଟ ହୋଇପାରିନି । ଆଜି ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ (ଭାରତୀୟ ପାଣିପାଗ ବିଭାଗ) IMD ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ରାଜ୍ୟରେ ଶୀତ ଆରମ୍ଭ ହୋଇଗଲାଣି । ଗତକାଲି ୯ଟି ସହରରେ ପାରଦ ୧୪ ଡିଗ୍ରୀ ତଳେ ରହିଥିଲା। ଗତକାଲି କୋରାପୁଟ ଜିଲ୍ଲା ଶିମିଳିଗୁଡାରେ ଚଳିତ ମାସର ସର୍ବନିମ୍ନ ରାତି ତାପମାତ୍ରା ୭.୬ଡିଗ୍ରୀ ରେକର୍ଡ କରାଯାଇଥିଲା ।  ସେହିପରି ଜି.ଉଦୟଗିରିରେରେ ୮.୨ ଡ଼ିଗ୍ରୀ, ଦାରିଙ୍ଗବାଡିରେ ୧୦.୦ଡ଼ିଗ୍ରୀ,  କୋରାପୁଟରେ ୧୦.୫ ଡ଼ିଗ୍ରୀ, ଫୁଲବାଣୀରେ  ୧୧.୦ ଡ଼ିଗ୍ରୀ, ଭବାନୀପାଟଣାରେ ୧୨.୦ ଡ଼ିଗ୍ରୀ,  କିରେଇରେ୧୨.୦ ଡ଼ିଗ୍ରୀ,  ଚିପିଲିମାରେ ୧୩.୨ଡ଼ିଗ୍ରୀ ଓ ଝାରସୁଗୁଡାରେ ୧୩.୬ ଡ଼ିଗ୍ରୀ ତାପମାତ୍ରା  ରହିଥିଲା ।