ସଭା ଚାଲିଛି। ଏସି ଲାଗିଛି। ଭାରି ଚକାଚକ ଦିଶୁଛି। ଆମ କଟକ ମେୟର ମହାସୟ ବିରାଜମାନ ଅଛନ୍ତି। ହେଲେ ଏ ମହାଶୟ କାହିଁକି ଏତେ ଗରମ ହେଲେ?
ପରିବାରର ସମସ୍ତେ ଆଗ ପଛ ହୋଇ ଚାଲିଗଲେ । ଘର ଆଗରେ ଏକୁଟିଆ ବସିଛି ଏହି ଝିଅଟି। ଏକଦମ୍ ବେସାହାରା ଆଉ ଏକା । ଜଳ ଜଳ ଆଖିରେ ଚାହିଁଛି ଏବେ କରିବ କଣ ?
କଟକ ବଡ଼ ମେଡିକାଲ ଟିକେଟ୍ କାଉଣ୍ଟର ଭିତରେ ବସି ଜଣେ କର୍ମଚାରୀ ମଦ୍ୟପାନ କରୁଥିବାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି। ଜଣେ ମହିଳା କର୍ମଚାରୀ ସେଠି କାମ କରୁଥିଲେ ବି ବାବୁ ଜଣଙ୍କୁ କିଛି ଫରକ୍ ପଡ଼ୁନାହିଁ
ମଣିଷର ବେପରୁଆ ଗାଡ଼ିଚାଳନା ପାଇଁ ଗୋଟେ କଅଁଳା ବାଛୁରୀର ଜୀବନ ଗଲା। ହେଲେ ମଣିଷ ଅଟକିଲା ନାହିଁ। ଡାକ୍ତରଖାନାକୁ ନେବା ପାଇଁ ମାଆଟି ଧାଇଁ ଚାଲିଛି ଅନବରତ।
ରବିବାର କଣ ଲୋକଙ୍କୁ ଭୋକ ହୁଏ ନାହିଁ ? ନା ରବିବାର ମେଡିକାଲ୍ ବନ୍ଦ? ସରକାରୀ କାର୍ଯ୍ୟାଳୟ ସିନା ରବିବାର ବନ୍ଦ, ହେଲେ ଆହାର କେନ୍ଦ୍ର କ’ଣ ଏକ ସରକାରୀ କାର୍ଯ୍ୟାଳୟ?
ପୁଟିନ୍ଙ୍କୁ ହତ୍ୟା ପାଇଁ ରଚାଯାଇଥିଲା ବ୍ଲୁ-ପ୍ରିଣ୍ଟ। ରାସ୍ତାରେ ଯିବା ବେଳେ ଗାଡିକୁ ଧକ୍କା ଦେଲା ଆମ୍ବୁଲାନ୍ସ...ଧୂଆଁ ମୟ ହେଲା ପୂରା ପରିବେଶ...କେବଳ ସୁରକ୍ଷାକର୍ମୀଙ୍କ ଉପସ୍ଥିତ ବୁଦ୍ଧି ପାଇଁ ବଞ୍ଚିଗଲା ପୁଟିନ୍ଙ୍କ ଜୀବନ
ମୋଦିଙ୍କ ଲକି ନମ୍ବର ୮। ଏଇ ତାରିଖରେ ଯାହା କରୁଛନ୍ତି ସେଥିରେ ହେଉଛନ୍ତି ସଫଳ। ନିର୍ବାଚନ ପ୍ରଚାର ଆରମ୍ଭ ବି ମୋଦି କରନ୍ତି ଏଇ ତାରିଖରେ
କଲେଜ୍ ଷ୍ଟୁଡେଣ୍ଟଙ୍କ ପାଇଁ ବଡ଼ ଖବର। ଏଣିକି ଗାଡି ନେଇ କଲେଜ୍ ଗଲେ ଅଟକାଇ ଦେବେ ସ୍ୱତନ୍ତ୍ର ସ୍କ୍ୱାଡ୍...ଜାଣନ୍ତୁ କେବେଠୁ ଲାଗୁ ହେଲା ନିୟମ
ଭୋକର ବିକଳ ଚିତ୍ର। ଢୁ ଢୁ ବର୍ଷା ନାଦୁଛି...ଗାଡି ଚକା ତଳେ ବସି ଖାଦ୍ୟ ଖାଉଛନ୍ତି ବୃଦ୍ଧା। ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ...
ପୁରୀ ଆକାଶରେ ବାୟୁସେନାର ଜଲଓ୍ୱା.. ବ୍ଲୁ ଫ୍ଲାଦ୍ ବିଚରେ ଚାଲିଛି ସୂର୍ଯ୍ୟକିରଣ ଶୋ’
ଗାଡ଼ି ଆଗରେ ଜଗନ୍ନାଥଙ୍କ ଚିତ୍ର। ଗାଡ଼ି ପଛରେ ମାଙ୍କ ଆଶୀର୍ବାଦ ଲେଖା। ହେଲେ ଗାଡ଼ି ଭିତରେ ଅତି ନିଷ୍ଠୁର ଓ ନିର୍ଦ୍ଦୟ ଭାବରେ ବନ୍ଧା ହୋଇ ଚାଲାଣ ହେଉଥିଲେ ୭୦ ଗୋରୁ। ୧୪ ତାରିଖ ରାତିରେ କଣ୍ଟେନରରେ ଏଭଳି ତରିକାରେ ଗୋଚାଲାଣ ହେଉଥିବାର ଖବର କିନ୍ତୁ ପହଞ୍ଚି ଯାଇଥିଲା ଖୋର୍ଦ୍ଧା ଜିଲ୍ଲାର ଗୋସେବକଙ୍କ ପାଖରେ। ଆଉ ତାପରେ...
୭ ଦଶନ୍ଧିର ଶୂନ୍ୟତାରେ ପଡ଼ିଲା ଯବନିକା । ଭାରତର ଜୈବ ବିବିଧତା ଇତିହାସରେ ଯୋଡ଼ିହେଲା ନୂଆ ଫର୍ଦ୍ଦ । ଭାରତ ମାଟିରେ ପାଦ ଥାପିଲା ବିଶ୍ୱର ଦ୍ରୁତତମ ଧାବକ-ଚିତା । ଅବିସ୍ମରଣୀୟ ମୁହୂର୍ତ୍ତ । ଦିନ ପ୍ରାୟ ସାଢ଼େ ୧୧ଟା । ଗୋଟିକ ପରେ ଗୋଟିଏ ମଞ୍ଚାକୁ ଚଢ଼ି, ତା ତଳେ ରଖାଯାଇଥିବା ପିଞ୍ଜରା ଗୁଡ଼ିକୁ ଖୋଲିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ରାଜ୍ୟରେ କେତେ ସୁରକ୍ଷିତ ମହିଳା ? ପ୍ରତିବର୍ଷ ବଢିବାରେ ଲାଗିଛି ଦୁଷ୍କର୍ମ ସଂଖ୍ୟା । ନାବାଳିକା ବି ହେଉଛନ୍ତି ଯୌନ ନିର୍ଯାତନାର ଶିକାର । ହେଲେ ସେହି ଅନୁପାତରେ ହୋଇପାରୁନି ମାମଲାର ଫୈସଲା । ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜ୍ଜୁ।
ଜବତ ଟଙ୍କାରେ ପୋଲିସ୍ ଜାଲିଆତି କରିଥିବା ଅଭିଯୋଗ । କଣ୍ଟାବାଞ୍ଜିର ଏକ ଲଜ୍ରୁ ଟଙ୍କା ଜବତ ମାମଲାରେ ଜାଲିଆତି ନେଇ ଓଟିଭିରେ ପ୍ରସାରିତ ଖବରରେ ମୋହର ମାରିଲା ବଲାଙ୍ଗିର ପୋଲିସ। ଏସପି କହିଛନ୍ତି ଜବତ ପରିମାଣରେ ଜାଲିଆତି ହୋଇଛି । ଏହାର ତଦନ୍ତ ଚାଲିଛି ।
କୁମ୍ଭୀର ଆଁରୁ ଖସି ନିଶ୍ଚିତ ମୃତ୍ୟୁମୁଖରୁ ଜୀବନ ରକ୍ଷା। ସାହସ, ଲଢେଇ ଓ ଉପସ୍ଥିତ ବୁଦ୍ଧିରୁ ଯାଉ ଯାଉ ବଞ୍ଚିଗଲା ଜୀବନ। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ନିମପୁର ଗାଁରେ ପୁଣି ଦେଖାଦେଇଛି କୁମ୍ଭୀର ଆତଙ୍କ। ପୁଣି ମଣିଷ ଶିକାର ବେଳେ ହାରିଛି କୁମ୍ଭୀର, ଜିତିଛି ମଣିଷ
ଏମିତି ଟ୍ରାଫିକ୍ ପୋଲିସ ଥିଲେ କି ବା ଟ୍ରାଫିକ ନିୟମ ନମାନିବ? ଦେଖୁନାହାନ୍ତି କେମିତି ନାଚି ନାଚି ଟ୍ରାଫିକ୍ କଂଟ୍ରୋଲ କରୁଛନ୍ତି ଏଇ ହୋମଗାର୍ଡ? ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
ପରିବା କିଣିବା ପାଇଁ ଆସିଥିଲେ ଅର୍ଚ୍ଚିତା। ହଠାତ୍ ଗାଡିରେ ଆସିଲେ ଗୁଣ୍ଡା...ମନଇଚ୍ଛା ଅଣ୍ଡା ମାରିଲେ। ପାକିସ୍ତାନ ପଳାଇବା ଲାଗି ଅର୍ଚ୍ଚିତାଙ୍କୁ କହିଲେ। ଦେଖନ୍ତୁ କେମିତି ଚାଲିଛି ସୁଟିଂ
ଏମିତି ପୁଅକୁ ନେଇ କିଏ ବା ନକରିବ ଗର୍ବ? ବାପା ଚାଷୀ, ମାଆ ବିଡି ବାନ୍ଧୁଛନ୍ତି। ପୁଅକୁ ମଣିଷ କରିବା ପାଇଁ ଜମି ବି ବିକ୍ରି କରିଦେଲେ ବାପା। ପରିବାରର ପରିଶ୍ରମ ବୁଝି ମନଦେଇ ପାଠ ପଢିଲା ପୁଅ। ଏବେ ନିଟ୍ରେ ସଫଳ ହେବା ପରେ ଡାକ୍ତର ହେବାକୁ ଯାଉଛନ୍ତି ବିଜନ
ଆଲୋ ଆଲୋ ଇଏ ପୋଡାମୁହାଁ ମେଘଟା କୋଉଠି ଥିଲା କେଜାଣି? ଦେଖୁନୁ ଠିକ୍ ମନ୍ତ୍ରୀ ଓହ୍ଲେଇଲା ବେଳେ କାଚି ଦେଇଗଲା। ରହରହ...ନାରଣ ଛତାଟା ଆଣେ, ନହେଲେ ମନ୍ତ୍ରୀ ଓଦା ହୋଇଯିବେ ଯେ...
ଲତାଙ୍କ ଦୁଃଖ ଶୁଣୁଛି କିଏ? ବିଛଣାରେ ପଡିଛି ରୋଗୀଣା ମାଆ...ଆରପାରିରେ ବାପା। ସାନଭଉଣୀକୁ ମଣିଷ କରିବା ପାଇଁ ପର ଦୁଆରେ ମୂଳ ଲାଗୁଛି ଲତା ଯେତିକି ଟଙ୍କା ରୋଜଗାର ହେଉଛି ସେତିକିରେ ଚଳୁଛି ପୂରା ପରିବାର। ଦେକନ୍ତୁ ଲତାଙ୍କ ସଂଘର୍ଷର କାହାଣୀ
ଅସମ୍ଭବ ନୁହେଁ ଅପରାଜୟ ଦାବି କରୁଥିବା ନବୀନ ସରକାରଙ୍କୁ ହରାଇବା । ପୁରୀରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି.ଏଲ୍ ସନ୍ତୋଷଙ୍କ ଏହି ବାର୍ତ୍ତା ପରେ ଚଳଚଂଚଳ ବିଜେପି ଶିବିର । ତେବେ ଏଥିପାଇଁ ନେତାଙ୍କ ମଧ୍ୟରେ ଏକତା ଜରୁରୀ ବୋଲି ଟୁଇଟ୍ କରି କହିଛନ୍ତି ସାଂସଦ ସୁରେଶ ପୂଜାରୀ । ଏପଟେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ନିଜ ନିଜର ମହତ୍ୱାକାଂକ୍ଷାକୁ ନେଇ ଦଳ ଭିତରେ ଦ୍ୱନ୍ଦ୍ୱ ନଉପୁଜୁ ।
ରାଜଧାନୀର ଦୁରଦର୍ଶନ ଅଫିସ ନିକଟରେ ଆଉ ମିଳିବନି କିଶୋର ନନାଙ୍କ ପ୍ରସିଦ୍ଧ ମଟନ ଝୋଳ। ଆଉ ଆଗ ଭଳି ଜମିବନି ଗ୍ରାହକଙ୍କ ଖଚାଖଚ ଭିଡ଼।ନିମ୍ନମାନର ଖାଦ୍ୟ ପରସୁଥିବା ଅଭିଯୋଗରେ ବୁଧବାର କିଶୋର ହୋଟେଲ ସିଲ ପରେ ଗୁରୁବାର ପୁଣି ଖୋଲିଥିବାରୁ ପୁରା ଦୋକାନକୁ ଆଜି ମାଟିରେ ମିଶାଇ ଦେଇଛି ବିଏମସି। ତେବେ କେବଳ କିଶୋର ମନଟ ହୋଟେଲ ନୁହେଁ, ବରଂ ଆଖପାଖରେ ଥିବା ଆଉ କିଛି ହୋଟେଲ ଉପରେ ବି ସମାନ କାର୍ଯ୍ୟାନୁଷ୍ଠାନ ନେଇଛି ବିଏମସି।
ନୀଳ ଆକାଶର ବୁକୁରେ ଶକ୍ତି ଓ ସାମର୍ଥ୍ୟର ଜବରଦସ୍ତ ଜଲଓ୍ୱା। ବାୟୁବୀରଙ୍କ ଚିତାକର୍ଷକ ସୋର ସାକ୍ଷୀ ସାଜିଲା କୁଆଖାଇ ପଠା। ସମୟ ସକାଳ ଠିକ୍ ୧୦ଟା ୨୦ ମିନିଟ୍। ଭୀମ ଗର୍ଜନ କରି ଭୁବନେଶ୍ୱର ବିମାନ ବନ୍ଦର ଆଡୁ ଏକାସାଙ୍ଗେ ମାଡ଼ି ଆସିଲେ ୯ଟି ରେଡ୍ ଆଣ୍ଡ ହ୍ବାଇଟ୍ ହକ୍ MK-132 ଫାଇଟର ଏୟାରକ୍ରାଫ୍ଟ। କେତେବେଳେ ୫ଶହ ଫୁଟ୍ ତ କେତେବେଳେ ହଜାରେ ଫୁଟ୍ ଉଚ୍ଚରେ।
ଉପରେ ମୁଣ୍ଡରେ ବ୍ରିଜ୍, ତଳମୁଣ୍ଡରେ ବାଲିଗୁଳା...ରୂପ ବଦଳାଉଛି ବୈତରଣୀ। ମାତ୍ର ୨ ବର୍ଷ ଭିତରେ ୩୦ ଫୁଟ୍ ଗାଁ ଆଡକୁ ମାଡି ଆସିଲାଣି ନଈ। ପ୍ରଶାସନ ଦୃଷ୍ଟି ନଦେଲେ ନଈ ଗର୍ଭରେ ଲୀନ ହେବ ଏଇ ସବୁ ପଂଚାୟତ। ଚିନ୍ତାରେ ଗାଁ ଲୋକ...
ଏ ସରକାର ଶୋଇଛି କୋଉଠି? କୁଆଡେ ଗଲା ମୋ ସ୍କୁଲ ଯୋଜନା? କଟକ ପରି ଜିଲ୍ଲାରେ ମାଟି କୁଡିଆରେ ପିଲାଏ ପଢୁଛନ୍ତି ପାଠ । ଗୋବର ଚଟାଣରେ ଚାଲିଛି ଅ, ଆ, ଇ, ଈ....