କାଲିର ଶକ୍ତିକେନ୍ଦ୍ର ସମ୍ମିଳନୀ ଭଳି ଆଜି ସଂଯୁକ୍ତ ମୋର୍ଚ୍ଚା ସମାବେଶରେ ବି ରାଜ୍ୟ ସରକାରଙ୍କ ଉପରେ ସମାନ ଢଙ୍ଗରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା । ଦଳର ୭ଟି ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କ କାନରେ ବିଜୟ ମନ୍ତ୍ର ଫୁଙ୍କିବା ଆଳରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି- ବିକଶିତ ଓଡ଼ିଶା ଦେଖିବାକୁ ହେଲେ ଓଡ଼ିଶାକୁ ବିଜେଡିମୁକ୍ତ କରିବାକୁ ପଡ଼ିବ ।
ମାସେ ବଢ଼ିଲା ହାଇ ସିକ୍ୟୁରିଟି ନମ୍ବରପ୍ଲେଟ୍ ମହଲତ। ଶେଷ ନମ୍ବର ୧ରୁ ୪ ଥିଲେ ଡେଡଲାଇନ୍ ଅୋବର ୩୧। ୫ ଓ ୬ ଶେଷ ନମ୍ବର ପାଇଁ ନଭେମ୍ବର ୩୦ ଯାଏଁ ମହଲତ। ଶେଷ ନମ୍ବର ୭ ଓ ୮ ଥିଲେ ଡିସେମ୍ବର ୩୧ ଯାଏଁ ଡେଡ୍ଲାଇନ୍। ରାଜ୍ୟ ସରାକରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି..
''ଆଗରୁ ଓଡ଼ିଶାରୁ, ଏହାର ଅର୍ଥ ଜଗନ୍ନାଥ ପୁରୀରୁ। ଆଜି ଯଦି ଭାରତବର୍ଷର ଯେକୌଣସି ସ୍ଥାନକୁ ଯିବେ, ଯଦି ଓଡ଼ିଶା ବୋଲି ଅନ୍ୟ ଜାଣନ୍ତି, ତେବେ ପ୍ରଥମେ ଆସିବ ନବୀନ ପଟ୍ଟନାୟକ।'' ଏକଥା ଆମେ କହୁନୁ, କହିଛନ୍ତି ଖୋଦ୍ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ତା ପୁଣି ବିଜେଡି ପଦଯାତ୍ରା ପ୍ରସ୍ତୁତି ସଭାରେ।
ଓଲିଉଡ ପ୍ରଡ୍ୟୁସର ଅକ୍ଷୟ ପରିଜାଙ୍କ ଆପତ୍ତିଜନକ ଫଟୋ ଓ ଭିଡ଼ିଓ ଭାଇରାଲ୍। ନୟାପଲ୍ଲୀ ଥାନାର ଦ୍ୱାରସ୍ଥ ହେଲେ ପ୍ରଡ୍ୟୁସର ଅକ୍ଷୟ ପରିଜା। କାଷ୍ଟିଂକାଉଚ୍ ନା ବ୍ଲାକମେଲିଂ, ଫିଟୁନି ରହସ୍ୟ..
ନଡ୍ଡାଙ୍କ ଗସ୍ତବେଳେ ବରମୁଣ୍ଡା ପଡ଼ିଆରେ ବିଜେଡିର ପାଓ୍ୱାର ସୋ । ପଦଯାତ୍ରା ପାଇଁ ପ୍ରସ୍ତୁତି। ହେଲେ ସମ୍ମିଳନୀକୁ ନଆସି କେବଳ ଭର୍ଚୁଆଲରେ ମୁଖିଆ ଦେଲେ ମନ୍ତ୍ର।
ଓଡ଼ିଶାରେ ମିଶନ୍ ୨୪ ପାଇଁ ନଡ୍ଡାଙ୍କ ରଣହୁଙ୍କାର। ଶକ୍ତିକେନ୍ଦ୍ର ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଧୂଲେଇ। ତୃଣମୂଳ ଶକ୍ତିକେନ୍ଦ୍ରରେ ଶକ୍ତି ସଂଚାରର ପ୍ରୟାସ। ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ୨୦୧୯ ପୂର୍ବର ତେଜକୁୁ ସାମ୍ନାକୁ ଆଣି ଆଜି ଧୁମ୍ ବର୍ଷିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା।
ଓଡିଶାରେ ଅନୁଷ୍ଠିତ ହୋଇଛି ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ । ଏଥିରେ ଅଂଶଗ୍ରହଣ କରିବାକୁ ଓଡ଼ିଶା ପହଞ୍ଚିଥିଲେ କ୍ରିକେଟର ରଜତ ଭାଟ୍ଟିଆ । ଏହି ସମୟରେ ତାଙ୍କୁ ଭେଟିଥିଲା ଓଟିଭି ।
ଓଡିଶାରେ ଅନୁଷ୍ଠିତ ହୋଇଛି ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ । ଏଥିରେ ଅଂଶଗ୍ରହଣ କରିବାକୁ ଓଡ଼ିଶା ପହଞ୍ଚିଥିଲେ କ୍ରିକେଟର ପରୱିନ୍ଦର ଆୱାନା । ଏହି ସମୟରେ ତାଙ୍କୁ ଭେଟିଥିଲା ଓଟିଭି ।
ସଲପ ରସର ଏକ ସ୍ୱତନ୍ତ୍ର ଚାହିଦା ରହିଛି, ଏହି ଗଛ ଲୋକଙ୍କୁ ମାଲେମାଲ କରିଦିଏ। ଥରେ ସଲପ ରସ ପିଅନ୍ତୁ, ଜାଣିବେ କେତେ ଉପକାରୀ । କୋରାପୁଟ୍ ଗଲେ ସଲପ ରସ ପିଇବାକୁ ଭୁଲିବେନି
ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ କୁହୁଳିଲା ପ୍ରତିବାଦର ନିଆଁ । ଘଟଣାରେ ମନ୍ତ୍ରୀ ସମୀର ଦାସଙ୍କ ସଂପୃକ୍ତି ଅଭିଯୋଗ ଆଣି ରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ ।
ଆଠଗଡ଼ ବନାଞ୍ଚଳରୁ ଗତକାଲି ରାତିରେ ଚାଲି ଆସିଥିବା ୩ଟି ହାତୀ ଜଗତପୁରର ଜନବସତି ଅଞ୍ଚଳକୁ ପଶି ଆସି ୨ ଜଣଙ୍କୁ ଦଳି ମାରିବା ସହ ଏ ଅଞ୍ଚଳରେ ଆତଙ୍କ ମଚାଇଛନ୍ତି ।
ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ବ୍ୟବସ୍ଥା କଡ଼ାକଡ଼ି କାର୍ଯ୍ୟକାରୀ କରିବା ସମୟସୀମାକୁୁ ଚ୍ୟାଲେଞ୍ଜ୍ କରି ଦାୟର ଦୁଇଟି ମାମଲା ଉପରେ ଆଜି ହାଇକୋର୍ଟରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ।
ଆସନ୍ତାକାଲି ଭୁବନେଶ୍ୱରରେ ହେବ ହାଇଭୋଲଟେଜ୍ ପଲିଟିକାଲ୍ ଟକ୍କର । ଦଳୀୟ କାର୍ଯ୍ୟକ୍ରମ ବାହାନାରେ ଶକ୍ତି ପ୍ରଦର୍ଶନ କରିବେ ଉଭୟ ବିଜେପି ଓ ବିଜେଡି ।
ସ୍ୱାଧୀନତା ସଂଗ୍ରାମ ତଥା ଭାରତ ଛାଡ଼ ଆନ୍ଦୋଳନ ପୃଷ୍ଠଭୂମିରେ ଖାଲି ମାଟିର କଥା ନୁହେଁ; ଏକ ମୌଳିକ କାହାଣୀକୁ ନେଇ ଓଟିଟି ପ୍ଲାଟଫର୍ମ ତରଙ୍ଗ ପ୍ଲସ୍ରେ ଖୁବ୍ଶୀଘ୍ର ରିଲିଜ ହେବାକୁ ଯାଉଛି ଓଡ଼ିଆ ୱେବ୍ସିରିଜ୍ ‘ରକ୍ତତୀର୍ଥ’
ଦିନେ ଗାଁର ଗୌନ୍ତିଆ ଥିଲେ.. ଖାଇବା ପିଇବା ଚଳିବାରେ ଅଭାବ ନଥିଲା.. ହେଲେ ସରକାରୀ ଜଳସେଚନ ପ୍ରକଳ୍ପ ତାଙ୍କୁ ଦାଣ୍ଡର ଭିକାରୀ ସଜେଇଦେଲା.. ଆଜି ମୁଠାଏ ଦାନା ପାଇଁ ସେ ଡହକ ବିକଳ..
ସ୍କୁଲରେ ମକଟେଲ୍ କାଉଣ୍ଟର.. ବୋତଲ୍ ଓ ଗ୍ଲାସ ସବୁ ସଜା ହୋଇ ଥୁଆ ହୋଇଛି.. ହୋଟେଲ୍ ଭଳି ମିଳୁଛି ଖାଦ୍ଯ.. ସବୁ ବ୍ୟବସ୍ଥା ଛାତ୍ରଛାତ୍ରୀମାନେ କରିଛନ୍ତି..
ରୋଷେଇ ଘରୁ ଆରମ୍ଭ ହୋଇଥିବା ସରୋଜାଙ୍କ ଅଭିଯାନ ଆଜି ତାଙ୍କୁ କିଚେନ୍ କୁଇନର ମାନ୍ୟତା ଦେଇଛି.. ସୁଆଦିଆ ଖାଦ୍ଯ ସହ ଲୋକଙ୍କୁ ପରସୁଛନ୍ତି ଫିଟନେସ୍ ବାର୍ତ୍ତା..
ସ୍କୁଲରେ ଦିଦି ଶିଖାଇଥିଲେ ପର ଧନକୁ ଲୋଭ କରିବନି.. ଅକ୍ଷରେ ଅକ୍ଷରେ ମାନିଲେ ଛାତ୍ର.. ରାସ୍ତାରୁ ପାଇଲେ ୨୫ ହଜାର ନଗଦ ଟଙ୍କା.. ହେଲେ ଲୋଭ ନ କରି ଫେରେଇ ଦେଲେ..
ହଇରେ ନାରଣ.. ଆଲୋ ହିରୋ ଆସିଗଲେ କି ? ଗୋରେ ଗୋରେ ମୁଖଡେ ପେ କାଲା କାଲା ଚଷମା.. ଯିଏ ଯେତେ ପାଖରେ, ସିଏ ସେତେ ପାଖ ଲୋକରେ ଗଣାହେବ..
ସଚିନ୍ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଇ ନଦେବାକୁ ସମର୍ଥକ ବିଧାୟକଙ୍କୁ ଅସ୍ତ୍ର କରିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ମହଙ୍ଗା ପଡ଼ିପାରେ ।
ଗତକାଲି SCBର ହାଇସିକ୍ୟୁରିଟି SNCU ଭିତରୁ ଏକ ନଜଜାତ ଶିଶୁକନ୍ୟା ଗାଏବ ପରେ ସାମ୍ନାକୁ ଆସିଛି ପିଲା ଚୋରି ଘଟଣା ପଛର କଳା କାହାଣୀ ।
କେଉଁଠି ଦୁର୍ବଳ ନେଟ୍ୱର୍କ ଯୋଗୁଁ ଅନ୍ଲାଇନ୍ ଆବେଦନ ହୋଇପାରୁନି ତ ଆଉ କେଉଁଠି ସିଆମ୍ ୱେବ୍ସାଇଟ୍ ସର୍ଭର ଡାଉନ୍ ଯୋଗୁଁ ହଇରାଣ ଆବେଦନକାରୀ ।
ମହାପ୍ରଭୁଙ୍କ ଦୁର୍ଲଭ ରତ୍ନଭଣ୍ଡାରର ମରାମତି ସହ ରତ୍ନଅଳଙ୍କାର ସବୁର ଗଣତି ଓ ମଣତି କଥା ?
୨ ଏବଂ ୩ ତାରିଖରେ ଉପକୂଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ବଢିବା ନେଇ ଆକଳନ କରାଯାଇଛି ।
ଆମ ସରକାର ଲୋକଙ୍କ ସମସ୍ୟା ଆଧାରରେ ଯୋଜନା କରନ୍ତି ନା ଅମଲାଙ୍କ ନକ୍ସା ଦେଖି ତାହା ସେ ହିଁ ଜାଣିଥିବେ। ହେଲେ ଏଠି ଏମିତି ପୋଲ ତିଆରି କରିଛନ୍ତି ଯେ, ଲୋକେ କହିଲେ ରଖ ତମ ଯୋଜନା, ଆମେ ବାନ୍ଧିବୁ କାଠ ପୋଲ। ଚାଲନ୍ତୁ ଦେଖିବା ବାସୁଦେବପୁରରୁ ଏ ରିପୋର୍ଟ