ଶୁଭମ୍ଙ୍କୁ ସାଲ୍ୟୁଟ୍। ନିଜେ ସିନା ଚାଲିଗଲେ ହେଲେ ଦୁଇଜଣଙ୍କୁ ଦୁନିଆ ଦେଖାଇଲେ...ସପ୍ତମ ଶ୍ରେଣୀର ପୁଅକୁ ହରାଇ ମୁଣ୍ଡ ବାଡେଇ କାନ୍ଦୁଛି ମାଆ...ପାଣି ଛିଞ୍ଚିଲେ ବି ଉଠୁନି। ଆଉ ସେପଟେ ପୁଅ ଯୋଉ କାମ କରିଦେଇ ଗଲା ସେନେଇ ଗର୍ବ କରୁଛନ୍ତି ପରିବାର। ଗୋଟିଏ ପଟେ ଜୁଇ ଜଳୁଛି, ଅନ୍ୟ ପଟେ ଶୁଭମ ଅମର ରହେ ନାରା ପଡୁଛି
ମଲା...ନେତା କଣ ନାଚନ୍ତି? ସେମାନେ ନଚାନ୍ତି ନା...ନାରଣ ଦେଖିଲୁ...ଇଏ କଣ? ଅତିଥି ହୋଇଯାଇଥିଲେ ଷ୍ଟେଜ୍ ଉପରେ ଧୁମ୍ ନାଚିଲେ ମନ୍ତ୍ରୀ। ଗାୟିକା ଭଉଣୀ ବି ଛାଡୁନାହାନ୍ତି
ଜୀବନ ବଞ୍ଚାଇବା ପାଇଁ....୭୦ କିମି ନଈ ପହଁରିଲେ ମହିଳା। କହିଲେ...କଦଳୀ ପାଟୁଙ୍ଗା ସହ ଭଗବାନ ହେଲେ ସାହା...
ଛାତ୍ରଛାତ୍ରୀଙ୍କ ପାଇଁ ୟୁନିଭରସିଟି ରଖିଲା ସର୍ତ୍ତ। ୟୁକ୍ରେନ୍ ଯିବାକୁ ମେଡିକାଲ ପିଲାଙ୍କୁ ବାଧ୍ୟ କରୁଛନ୍ତି ସ୍ଥାନୀୟ ୟୁନିଭର୍ସିଟି। ହଷ୍ଟେଲ ଓ ଲାଇବ୍ରେରୀ କ୍ଲିୟରାନ୍ସ ଆଳରେ ଦେଉନାହାନ୍ତି ସାର୍ଟିଫିକେଟ୍। ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କ ବଢ଼ିଲା ସମସ୍ୟା..
କାଳ ହେଲା ସେୟାର ମାର୍କେଟରେ ଟଙ୍କା ଦୁଇଗୁଣାର ମୋହ। ୨୦ ଲକ୍ଷ ହରାଇ ଜୀବନ ହାରିଲେ ବଲାଙ୍ଗିରର ବିନୋଦ ଯାଦବ। ମୋବାଇଲ ଟାଓ୍ୱାର ନାଁରେ ବି ଚାଲିଛି ମାଳ ମାଳ ଠକେଇ। ଅଜଣା ଲିଙ୍କରେ ହାତ ନମାରିବାକୁ ସତର୍କ କଲେ ଏକ୍ସପର୍ଟ..
ରାଜପଥରେ ରହିବ ସାଇକେଲ୍ ଓ ପଥଚାରୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରାକ୍। ଦୁର୍ଘଟଣା ରୋକିବା ଓ ଭିଡ଼ କମାଇବାକୁ ପରିବହନ ବିଭାଗର ଡ୍ରାଫ୍ଟ ପଲିସି। ନିୟମ ଅନୁଯାଇ ରାସ୍ତା ନିର୍ମାଣ ନକଲେ ଠିକାଦାର ଗଣିବେ ତଣ୍ଡ..
ଦାଦାବଟି ପାଇଁ ଗଡ଼ିଲା ମୁଣ୍ଡ। ସ୍ୱାମୀ ଜୀବନ ବଞ୍ଚାଇବାକୁ ଯାଇ ଦୁର୍ବୃତ୍ତଙ୍କ ଗୁଳି ଖାଇଲେ ପତ୍ନୀ। ପୂଜାରେ ଅପରାଧ ରୋକିବାକୁ ପୋଲିସର ସ୍ପେଶାଲ ଡ୍ରାଇଭ୍। ପେଷାଦାର ଅପରାଧୀଙ୍କ ଉପରେ ପୋଲିସର ତୀକ୍ଷ୍ନ ନଜର
ଚିତାବାଘଙ୍କୁ ଆଣିବ ବାଘମୁହାଁ ବିମାନ । ବ୍ୟାଘ୍ରଚିତ୍ରିତ ସ୍ୱତନ୍ତ୍ର ବୋଇଂ-747 ଜୁମ୍ବୋ ଜେଟ୍ରେ ୧୦ ଘଣ୍ଟାର ନିରବଚ୍ଛିନ୍ନ ଯାତ୍ରା କରି ଆଫ୍ରିକାର ନାମିବିୟାରୁ ଭାରତ ଆସିବେ ୮ଟି ଚିତା ।
ପଞ୍ଚାୟତ ସ୍ତରରୁ ଲଢ଼େଇ ପାଇଁ ପୁରୀରେ ଗୁରୁମନ୍ତ୍ର। ନେତାଙ୍କୁ ଗୁରୁମନ୍ତ୍ର ଦେଲେ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି.ଏଲ. ସନ୍ତୋଷ। ବିଜେଡି ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଅସ୍ତ୍ର କରିବାକୁ ଆହ୍ବାନ। ଓ୍ୱାନ-ଟୁ-ଓ୍ୱାନ ଆଲୋଚନା ସହ ନେତାଙ୍କୁ ଦେଲେ ଟାସ୍କ...
କେମିତି ଚାଲିଛି ମହିଷାସୁର ଫିଲ୍ମର ସୁଟିଂ ସେଟ୍? ଆଲୋ ମୋର କଣ୍ଢେଇ ପରେ ପୁଣି ଆଇନଜୀବୀ ବେଶରେ ଅର୍ଚ୍ଚିତା । ଶବାନା ବେଗମ୍ ଭୂମିକାରେ ସୁଟିଂ ସେଟ୍କୁ ଦୁଲକାଇଦେଲେ ଅର୍ଚ୍ଚିତା
ସାବାସ ଅରୁଣ। ନିଜସ୍ୱ ଉଦ୍ୟମରେ ଗାଁରୁ ବନ୍ଦ କରିଦେଲେ ଦାଦନ ପ୍ରଥା। ଗାଁରେ ରହି ଯୁବକ ଓ ଯୁବତୀମାନେ ଭଲ ଦୁଇପଇସା ରୋଜଗାର କରୁଛନ୍ତି। ବିନା କୌଣସି ଟ୍ରେନିଂରେ କରିସ୍ମା କରିଦେଲେ ଏଇ ଯୁବକ ।
ବାଃ ବାଃରେ ପ୍ରଶାସନ। ସାଢେ ସାତ କିମି ରାସ୍ତା କଲେ, ଆଉ ଦେଢ କିମି ବେଳକୁ ହାତ ଟେକିଦେଲେ। ଘାଟି ରାସ୍ତା ତିଆରି ନହେବାରୁ ରାସ୍ତା ନିର୍ମାଣର ଫଳ ଶୂନ। ସରକାର କା ମାଲ୍ ଦରିଆ ମେ ଡାଲ୍ ନୀତି କରି ବସିପଡିଛି ପ୍ରଶାସନ। ହଇରାଣ ହେଉଛନ୍ତି ଗାଁ ଲୋକ
ଟ୍ରକ ଚୋରି କରୁଥିଲେ ବିଜେଡି ନେତା। ଏବେ ବାନ୍ଧି ଜେଲରେ ପୂରାଇଲା ପୋଲିସ। ଧର୍ମଶାଳା ଓ ବଡଚଣାରୁ ଟ୍ରକ ଚୋରି କରୁଥିଲେ। କୋଲକାତା ଓ ବିହାରରେ ବିକ୍ରି କରି ରୋଜଗାର କରୁଥିଲେ କୋଟି କୋଟି ଟଙ୍କା। ଚୋରି ମାମଲାର ପର୍ଦ୍ଦାଫାସ କରୁ କରୁ ସାମ୍ନାକୁ ଆସିଥିଲା ବିଜେଡି ନେତାଙ୍କ ଚୋରି ଲିଙ୍କ୍। ଏମିତି ଚାଲିଛି ନବୀନଙ୍କ ସ୍ୱଚ୍ଛ ଶାସନ
ଆହାର କେନ୍ଦ୍ର ଖୋଲିଲା ଗରିବଙ୍କ ପାଇଁ ହେଲେ ଖାଇବା ମିଳିଲା ନାହିଁ। ନବୀନ ବାବୁ ଖାଲି ବୁଲି ବୁଲି କହୁଛନ୍ତି ଆହାର କେନ୍ଦ୍ର ଖୋଲିଛି ମୁହିଁ, ହେଲେ ଆମେ ଦୁହେଁ ଦିବ୍ୟାଙ୍ଗ ଟିକିଏ ଖାଇବା ପାଇଲୁ ନାହିଁ। ଆହାର କେନ୍ଦ୍ର ସାମ୍ନାରେ ଖାଦ୍ୟ ନପାଇବାରୁ ଏମିତି ପ୍ରତିବାଦ କରୁଛନ୍ତି ଦୁଇ ଦୃଷ୍ଟିବାଧିତ। ସତରେ ଆହାରର ସତ ଏମାନେ ସରକାରକୁ ଦେଖାଇଛନ୍ତି।
ମାତ୍ର ୫ ବର୍ଷରେ ସାଙ୍ଗ ହୋଇ ଚାଲିଗଲେ ବାପା-ମାଆ। ବୁଢୀ ମାଆର ଏତେ ବୟସ ହେଲାଣି ଯେ ସେ ନିଜେ ଚାଲିବୁଲି ପାରୁନାହାନ୍ତି। ଆଉ ଏ ବୟସରେ ଶିବାର ସେବା କରିବେ ବା କେମିତି? ହେଲେ ଅଣ୍ଟାରେ ବଳ ନଥିଲେ ବି ଶିବାର ନେଉଛନ୍ତି ଯତ୍ନ। ସରକାରୀ ସାହାଯ୍ୟ ନମିଳିଲେ କେମିତି ଆଗକୁ ବଢିବ ଶିବା ?
ପଶ୍ଚିମବଙ୍ଗ ଷ୍ଟାଇଲ୍ରେ ଫାଇଟ୍ କରିବୁ। ୨୦୨୪ରେ ବିଜେଡି ସରକାରକୁ ଗାଦିଚ୍ୟୁତ କରିବୁ। ଓଡ଼ିଶାରେ ଶାହାଙ୍କ ମିଶନ ୧୨୦ ପ୍ଳସ୍ ଲକ୍ଷ୍ୟ ହାସଲ ପାଇଁ ପୁରୀ ପ୍ରଶିକ୍ଷଣ ଶିବିରରେ ଦଳ ପ୍ରସ୍ତୁତ କରୁଛି। ଏଥିପାଇଁ ବିସ୍ତୁୃତ ରଣନୀତି ଏଥିସହ ଗତକାଲି ସାଂସଦ ଜୁଏଲ ଓରାମଙ୍କ ବିଜେଡିକୁ ସମୁଦ୍ରରେ ଠେଲିଦେବାକୁ ଧମକ ପରେ ଆଜି ବରିଷ୍ଠ ନେତା ପ୍ରଦୀପ ପୁରୋହିତ ବିଜେଡି ପାଇଁ କାମ କରୁଥିବା ସରକାରୀ କର୍ମଚାରୀଙ୍କୁ ସତର୍କ ରହିବାକୁ ଦେଇଛନ୍ତି ଚେତାବନୀ।
ମାରିଛନ୍ତି ଚିତା ଚୈତନ୍ୟ। ବେଶଭୁଷା ଦେଖିଲେ ଲାଗୁଛନ୍ତି ଖାଣ୍ଟି ପୂଜକ କିମ୍ବା ପୁରୋହିତ। ହେଲେ ବଡ ବଡିଆଙ୍କ ସହ ସଂପର୍କ ଥିବା କହି ଲୋକଙ୍କୁ ଚୂନ ଲଗାଇବା ଅଭିଯୋଗ ଆସିଛି ବାବୁଙ୍କ ବିରୋଧରେ। ଯାହାଙ୍କ ନାଁ ବାସୁଦେବ ପଣ୍ଡା। ଘର କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଢ଼ୋଲ ଗାଁରେ।
ସିକନ୍ଦରାବାଦ୍ ଇ-ଭେଇକିଲ୍ ସୋରୁମ୍ରେ ଅଗ୍ନିକାଣ୍ଡ ପରେ ଇ-ଯାନର ନିରାପତ୍ତାକୁ ନେଇ ପ୍ରଶ୍ନ ଉଠାଇଲେଣି ଗ୍ରାହକ । କେତେବେଳେ ଇ-ଭେଇକିଲ୍ ଚାଲୁଥିବା ବେଳେ ନିଆଁ ଲାଗି ଯାଉଛି ତ କେତେବେଳ ଚାର୍ଜ କରିବା ସମୟରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି । ବିଶେଷଜ୍ଞଙ୍କ ମତରେ ଅଧିକାଂଶ ଇ-ଯାନରେ ନିମ୍ନମାନର ଯନ୍ତ୍ରାଂଶ ବ୍ୟବହାର ହେଉଛି, ଯାହା ଫଳରେ ଏଭଳି ଦୁର୍ଘଟଣା ଘଟୁଛି ।
ଘର ବାରଣ୍ଡାରେ ଖୋଲିଛି ସ୍କୁଲ। ଖରା-ବର୍ଷା-ଶୀତ ଏଇଠି ବସି ପିଲା ପଢୁଛନ୍ତି। ପାଠ ଦିନେ କି ଦୁଇ ଦିନ ନୁହେଁ, ୧୨ ବର୍ଷ ହେଲା ଏମିତି ଚାଲିଛି ଶିକ୍ଷାଦାନ। ଏଇଠି ବସି ପିଲା ପାଠ ପଢୁଛନ୍ତି, ଏଇଠି ଖାଉଛନ୍ତି। ଏଭଳି ଘଟଣା ଘଟିଛି କନ୍ଧମାଳ ବାଲିଗୁଡା ବ୍ଳକ୍ ସିଲିକିସୁଗା ପ୍ରାଥମିକ ସ୍କୁଲରେ। ୧୨ ବର୍ଷ ହେଲାଣି ଗାଁରେ ସ୍କୁଲ ଘରଟିଏ
ମୋବାଇଲ୍ ଉପଭୋକ୍ତାଙ୍କ ପାଖକୁ ଆସୁଛି ଅସଂଖ୍ୟ ଫେକ୍ ଫୋନ କଲ୍ । କାହାକୁ କେୱାଇସି ଅପଡେଟ୍ ନାଁରେ କଲ୍ ଆସୁଛି ତ ଆଉ କାହା ପାଖକୁ କଲ୍ ଆସୁଛି ଋଣର ପ୍ରଲୋଭନ ଦେଖାଇ । ଏହି ଲୋଭନୀୟ ଅଫର୍ ମୋହରେ ପଡ଼ି ବହୁ ଲୋକ ହରାଇ ସାରିଛନ୍ତି ନିଜର କଷ୍ଟ ଉପାର୍ଜିତ ଟଙ୍କା ।
ଇଏ ବି ଜଣେ ସାଲବେଗ। ମହାପ୍ରଭୁ ଜଗନ୍ନାଥଙ୍କ ଏମିତି ଭଜନ ଗାଉଛନ୍ତି ଯେ ଥରେ ଶୁଣିଲେ ବାରମ୍ବାର ଶୁଣିବାକୁ ହେବ ଇଚ୍ଛା। ବିନା କୌଣସି ତାଲିମରେ ଜଗାର ଭଜନ ଗାଉଛନ୍ତି ମେହେରବାନ୍। ଶୁଣନ୍ତୁ ତାଙ୍କ ଭଜନ…
ଆଉ ମାତ୍ର ୧୫ ଦିନ ପରେ ଆରମ୍ଭ ହେବ ପାର୍ବଣ। ହେଲେ ରାଜଧାନୀର ରାସ୍ତା ଖାଲଖମାରେ ଭର୍ତ୍ତି। କୋଉଠି ନାଳ ଉପରେ ସ୍ଲାବ୍ ନାହିଁ ତ ପୁଣି କେଉଁଠି ମଣ୍ଡପ ସାମ୍ନାରେ ଆଣ୍ଠୁଏ ଖାଲ। ବିଏମସି କହୁଛି ପୂଜା ପୂର୍ବରୁ ସବୁ ଠିକ୍ ହୋଇଯିବ
ଆଲୋ ଆଲୋ ଲିଗାଲ ଲେଖୁ ଲେଖୁ ରିଗାଲ କଣ ଲେଖିରୁରେ? ମଲା...ଏଇଠି କୋଉ ସବୁ ଲିଗାଲ କାମ ଚାଲିଛି ଯେ? ଇଲୋ ଇଲୋ ସେଲିବ୍ରେସନ କରୁଛନ୍ତି ହେଲେ ନବୀନ ବାବୁ କି ଆୱାର୍ଡ ପାଇଲେ ସମର୍ଥକ ଜାଣିନାହାନ୍ତି?
ଓଡ଼ିଶା ରିଅଲ୍ ଇଷ୍ଟେଟ୍ ନିୟାମକ ଓ ବିକାଶ ନିୟମ-୨୦୧୭ରେ ସଂଶୋଧନ ଆଣିଛନ୍ତି ସରକାର।
ଏହି ବିପୁଳ ନୋଟ୍ ମିଳିଛି ବ୍ରହ୍ମପୁରରୁ କଟକ ଅଭିମୁଖେ ଏକ ଘରୋଇ ବସ୍ରେ ଯାଉଥିବା ଜଣେ ବ୍ୟକ୍ତିଙ୍କ ଠାରୁ। ତାଙ୍କ ଠାରୁ ଏହି ପୁଳା ପୁଳା ନୋଟ୍ ପୂରା ଫିଲ୍ମି ଷ୍ଟାଇଲ୍ରେ ମିଳିଛି।