• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Special Story
ଜିଅନ୍ତା ବିଷାକ୍ତ ନାଗ ସାପ ସହ ନାଗୀନ ଡାନ୍ସ

ବିଷଧର ସାପ ସହ ଖେଳ । ସମସ୍ତଙ୍କ ସାମ୍ନାରେ ଭିଡ଼ ଭିତରେ ସାପକୁ ଧରି ଖୁଲମଖୁଲ୍ଲା ନୃତ୍ୟ ପରିବେଷଣ । ମୟୂରଭଂଜ ଜିଲ୍ଲା କରଂଜିଆରେ ବରଯାତ୍ରୀ ପ୍ରୋସେସନରେ ସତସତିକା ନାଗ ସହ ନାଗିନ ଡାନ୍ସ । ସେପଟେ ଗଂଜାମ ଜିଲ୍ଲା ଆସିକାରେ ପୌରାଣିକ ନାଟକ ଭକ୍ତ ପ୍ରହ୍ଲାଦରେ ଅହିରାଜ ଓ ଅଜଗରକୁ ଧରି ନୃତ୍ୟ କରିବାର ଭିଡିଓ ଭାଇରାଲ୍ ହେଉଛି ।

  • Friday, 29 April 2022
Coal Rakes
ସାରା ଦେଶରେ ବିଜୁଳିର ଉତ୍କଟ ସଂକଟ

କୋଇଲା ସଙ୍କଟର ପ୍ରଭାବ ପଡ଼ିଛି ରେଳ ଚଳାଚଳ ଉପରେ । ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ଯେ, ମେ ମାସ ସୁଦ୍ଧା ୬୭୦ଟି ପାସେଞ୍ଜର ଟ୍ରେନ୍ ଟ୍ରିପ୍ ବାତିଲ କରିବ । ଏହା ବଦଳରେ ଅଧିକ ସଂଖ୍ୟକ କୋଇଲା ରେକ୍‌ ପରିବହନ କରୁଥିବା ମାଲଗାଡ଼ି ପଟରିରେ ଗଡ଼ିବ ।

  • Friday, 29 April 2022
Special Story
କର୍କଟ ରୋଗୀଙ୍କ ପ୍ରତି ପ୍ରାଶାସନିକ ସମ୍ବେଦନହୀନତା

କଟକରେ କର୍କଟ ରୋଗୀଙ୍କ ପ୍ରତି ପ୍ରାଶାସନିକ ସମ୍ବେଦନହୀନତାର ଅନ୍ତ ନାହିଁ । ରହିବା ପାଇଁ ଆଶ୍ରା ଟିକେ ନପାଇ ଆଚାର୍ଯ୍ୟ ହରିହର କର୍କଟ ରୋଗ କେନ୍ଦ୍ର ଆଗରେ ଡହ ଡହ ଖରାରେ ସିଝୁଛନ୍ତି ରୋଗୀ ଓ ସଂପର୍କୀୟ ।

  • Friday, 29 April 2022
Temperature
ତାତି ବଢାଉଛି ମାତ୍ରାଧିକ ଏସି ଓ କଂକ୍ରିଟ ଜଙ୍ଗଲ

୫ରୁ ଅସହ୍ୟ ତାତିରୁ ମିଳିପାରେ ଆଶ୍ୱସ୍ତିି । ମେ ୧ରୁ ହିଟେଓ୍ବଭ ସ୍ଥିତିରେ ପରିବର୍ତ୍ତନ ହୋଇପାରେ । ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ଲାଗିପାରେ ବ୍ରେକ୍ ।

  • Friday, 29 April 2022
Lovers Cheat
ପ୍ରେମିକ ୯୭ ଲକ୍ଷର ବଡ ନାମଟେ ଦେଲା

ରାଜଧାନୀରେ ବୟଫ୍ରେଣ୍ଡଙ୍କ ଧୋକାବାଜି I ଇଂଜିନିୟରିଂ କଲେଜର ଲେଡ଼ି ଆକାଉଣ୍ଟାଣ୍ଟଙ୍କୁ ଚୁନା I ୯୭ ଲକ୍ଷର ଚୁନା ଲଗାଇଲା ଝାଡ଼ଖଣ୍ଡର ଯୁବକ

  • Friday, 29 April 2022
Coal Rakes
ଧାରାକୁ ଫେରିଲା ମାଟ୍ରିକ୍ ପରୀକ୍ଷା

ଦୁଇ ବର୍ଷ ପରେ ପାରମ୍ପରିକ ଭାବେ ହଲରେ ବସି ପରୀକ୍ଷା ଦେଇଛନ୍ତି ମାଟ୍ରିକ ଛାତ୍ରଛାତ୍ରୀ । ପ୍ରଥମ ଦିନ ଇଂଲିସ ଥିବା ବେଳେ ଶାନ୍ତିଶୃଙ୍ଖଳାରେ ସରିଛି । ପରୀକ୍ଷା ବୋର୍ଡର ନିଷ୍ପତ୍ତି ଅନୁଯାୟୀ ସମ୍ମେଟିଭ୍-ଟୁରେ ୮୦ମାର୍କର ପରୀକ୍ଷା ହୋଇଛି ।

  • Friday, 29 April 2022
News Fuse
୩୦୦ ମହିଳାଙ୍କୁ ନେଇ ମନ୍ତ୍ରୀଙ୍କୁ ଫୋନ୍‌ କଲେ ସୁର ଭାଇ

୩୦୦ ମହିଳାଙ୍କୁ ନେଇ ମନ୍ତ୍ରୀଙ୍କୁ ଫୋନ୍‌ କଲେ ସୁର ଭାଇ। ହ୍ୟାଲୋ କହିଲେନି ବରଂ ହୁଳହୁଳି ଦେଲେ। କହିଲେ, ରେଡ୍ଡି ରେଡ୍ଡି ଆମେ ଲିଷ୍ଟ ପଠାଇ ଦେବୁ। ଇଲୋ ଇଏ କୋଉ ମନ୍ତ୍ରୀଙ୍କୁ ଫୋନ୍‌ କରିଥିଲେ କି ସୁର ଭାଇ?

  • Friday, 29 April 2022
Apana Eka Nuhanti
ବାପାଙ୍କୁ ବଞ୍ଚାଇବା ପାଇଁ ସରକାରଙ୍କୁ ସାହାଯ୍ୟ ମାଗୁଛନ୍ତି ଦୁଇ ନାବାଳିକା ଝିଅ

କଙ୍କଡ଼ାହାଡ଼ର କରୁଣ କାହାଣୀ। ମାଆ ଆରପାରିରେ ବାପା ବିଛଣାରେ। ଯିଏ ଦିନେ ରୋଜଗାର କରି ପରିବାର ଚଳାଉଥିଲା ସିଏ ଆଜି ରୋଗ ଶଯ୍ୟାରେ। ଆଣ୍ଠୁଗଣ୍ଠିର ଯନ୍ତ୍ରଣା ଛଟପଟ ହେଉଛନ୍ତି ରସିକ। ଭୋକ ଉପାସରେ ବାପାଙ୍କ ଚିକିତ୍ସା କେମିତି ହେବ ସେ ଚିନ୍ତାରେ ଦୁଇ ଝିଅ। ସରକାର ସାହାଯ୍ୟ ନମିଳିଲେ ଭାସିଯିବ ରସିକଙ୍କ ଛୋଟିଆ ସଂସାର

  • Friday, 29 April 2022
Twitter and Elon Musk
ଏଲନ ଏତେ ଟଙ୍କା ଆଣିଲେ କେଉଁଠୁ?

ଟ୍ୱିଟରକୁ ଯେତିକି ଟଙ୍କାରେ ଏଲେନ ମସ୍କ କିଣିଲେ ସେତିକି ଟଙ୍କାରେ ଇଣ୍ଡିଆରେ ୧୫୦ ଏମ୍ସ, ୩୫୦ ଷ୍ଟାଡ଼ିୟମ୍‌ ସହ ୨ ବର୍ଷ ପର୍ଯ୍ୟନ୍ତ ମିଳିପାରିଥାଆନ୍ତା ମାଗଣା ରାସନ। ଜାଣନ୍ତୁ କେତେ ଟଙ୍କାରେ ଟ୍ୱିଟରକୁ କିଣିଲେ ମସ୍କ

  • Friday, 29 April 2022
Meet Odisha's Indrajit
ସରକାରୀ ସ୍କୁଲରୁ କ୍ୟାନସର ସାଇଣ୍ଟିଷ୍ଟ୍‌

ଗାଁ ପାଇଁ ଗୌରବ ଆଣିଲେ ଇନ୍ଦ୍ରଜିତ୍‌। ଦିନେ ମଫସଲ ଗାଁର ସରକାରୀ ସ୍କୁଲରେ ପାଠ ପଢୁଥିଲେ। ପରେ ରେଭେନ୍ସା, ଓୟୁଏଟିରେ ପାଠ ପଢି ହାବାର୍ଡ ବିଶ୍ୱବିଦ୍ୟାଳୟରେ କ୍ୟାନସର ଔଷଧ ଉପରେ ରିସର୍ଚ୍ଚ କରୁଛନ୍ତି। ନିଜର ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ପାଇଁ ୧୦ ଦେଶ ଦେଲେଣି ପୁରସ୍କାର। ଏମିତି ପୁଅକୁ ନେଇ ସାରା ଅଂଚଳ କରୁଛି ଗର୍ବ।

  • Friday, 29 April 2022
eNAM Portal For Online Trading Of Agricultural Commodities
ଇ-ନାମ ମାର୍କେଟିଂ ପାଇଁ ପ୍ରଶାସନର ପ୍ରସ୍ତୁତି ଜୋରଦାର, ଦୋ ଛକିରେ ଚାଷୀ

କୃଷିଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ସହ ମାର୍କେଟରେ ଚାଷୀ କିପରି ଉଚିତ ମୂଲ୍ୟ ପାଇପାରିବ, ସେ ନେଇ ଚାଲିଛି ପ୍ରସ୍ତୁତି। କେନ୍ଦ୍ର ସରକାର ଇ-ନାମ ମାର୍କେଟିଂ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରୁଛନ୍ତି। ଇ-ନାମ ମାର୍କେଟିଂ ନେଇ ଚାଷୀ ଖୁସି ଥିଲେ ମଧ୍ୟ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି...

  • Friday, 29 April 2022
Man, Wife Throw Father In Toilet In Odisha's Balasore
କଳିଯୁଗର କୁଳାଙ୍ଗାର ପୁଅ, ବୁଢା ବାପାକୁ ପାଇଖାନାରେ ଫିଙ୍ଗିଦେଲେ ପୁଅ-ବୋହୂ

କଳିଯୁଗର କୁଳାଙ୍ଗାର ପୁଅ। ବୁଢା ବାପାକୁ ଶୁଭୁନି କି ଚାଲିପାରୁନି। ବୋଝ ଭାବି ପାଇଖାନାରେ ବାପାକୁ ଫୋପାଡ଼ି ଦେଲେ ପୁଅ-ବୋହୂ। ଦୁଃଖ ସହିପାରିଲେନି ପଡ଼ୋଶୀ। ପାଇଖାନା ପାଖରେ ବାଉଁଶ ବାନ୍ଧି ତିଆରି କରିଦେଲେ ଅସ୍ଥାୟୀ ଘର...ହେଲେ ପାଖ ମାଡ଼ୁନାହାନ୍ତି ପିଲା

  • Friday, 29 April 2022
Over Rs 50 Lakh Embezzled In Water Weed Cleaning Project From Salia Dam
ଦଳ ସଫା ନାଁରେ ୫୦ ଲକ୍ଷ ଚଳୁ

ଦଳ ସଫା ନାଁରେ ଦୁର୍ନୀତି। ଚିହ୍ନା ଠିକାଦାରଙ୍କ ସହ ସଲାସୁତରା କରି ଲକ୍ଷଲକ୍ଷ ଟଙ୍କା ଖାଇଦେଉଛନ୍ତି ସରକାରୀ ବାବୁ। କେନାଲ ଦଳ ସଫା ନାଁରେ ଭୟଙ୍କର ଅନିୟମିତତା...ଦେଖନ୍ତୁ କେମିତି ଓ କେଉଁଠି ଏବଂ କେତେ ପରିମାଣରେ ହୋଇଛି ଦୁର୍ନୀତି?

  • Friday, 29 April 2022
Massive Corruption In Drainage Work
ଡ୍ରେନ୍ ଟଙ୍କା ଖାଇଗଲେ... ପାଣି ନିଷ୍କାସନ ବଦଳରେ ଡ୍ରେନରେ ହେବ କି ମଶା ଚାଷ?

ଧନ୍ୟ ଏ ଠିକାଦାର। ଯିଏ ତିଆରି କରିଛି ଏ ଡ୍ରେନ୍। ଆଖି ଖୋଲିବା ଦିନଠାରୁ ଆପଣ କେବେ ହେଲେ ଏମିତିକା ଡ୍ରେନ୍ ଦେଖିନଥିବେ, ଯାହା ଆନନ୍ଦପୁର ପୌର ପରିଷଦ ଅଂଚଳରେ ତିଆରି ହୋଇଛି। ଯେମିତି ସେମିତି ଡ୍ରେନ୍ କାମ କରି ଟଙ୍କା ଚଳୁ କରି ଦେଇଛନ୍ତି ଠିକାଦାର...

  • Friday, 29 April 2022
CHSE Exams
ଦୁଇ ବର୍ଷ ପରେ ଏକଜାମ୍ ସେଣ୍ଟରରେ ବସିଲେ ପିଲା

ହାତରେ ଆଡମିଟ୍ କାର୍ଡ, ମୁହଁରେ ମାସ୍କ ପରୀକ୍ଷା କେନ୍ଦ୍ର ବାହାରେ ଛାତ୍ରଛାତ୍ରୀଙ୍କ ଲମ୍ବା ଧାଡି। ୨ ବର୍ଷ ପରେ ଅଫଲାଇନ୍ ପରୀକ୍ଷା ମହାମାରୀ କରୋନାର ଦାଉ କମିବା ପରେ ପ୍ରଥମ ବୋର୍ଡ ଏଗଜାମ୍। ଏଥିପାଇଁ ପରୀକ୍ଷାର୍ଥୀଙ୍କ ମଧ୍ୟରେ କମ୍ ନଥିଲା ଉତ୍କଣ୍ଠା। 

  • Thursday, 28 April 2022
Acharya Harihar Cancer Hospital
ରୋଗ ଯନ୍ତ୍ରଣାଠୁ ବଳିଯାଉଛି ବ୍ୟବସ୍ଥାର ସମ୍ବେଦନହୀନତା

ମାଗଣା ସେବା ପାଇବାକୁ ଗରିବ ରୋଗୀଟିଏ ବି ଧାଇଁ ଆସୁଛି ରାଜ୍ୟର ବଡ଼ ବଡ଼ ଡାକ୍ତରଖାନାକୁ। ହେଲେ କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପରିସରରେ, ମୁଣ୍ଡଫଟା ଖରାରେ ଦିନ ଦିନ ଧରି ଶହ ଶହ ରୋଗୀ ଓ ସେମାନଙ୍କ ସପର୍କୀୟ ଯେମିତି ପଡ଼ି ରହିଛନ୍ତି, ଯନ୍ତ୍ରଣା ଦେଖିଲେ ଆପଣଙ୍କ ଆଖିରେ ଲୁହ ରହିବନି।

  • Thursday, 28 April 2022
Srimandir Corridor Project
ଅପରାଜିତାଙ୍କୁ ପୁରୀ ବିଧାୟକଙ୍କ ସମର୍ଥନ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଉଠାଇଥିବା କିଛି ମୌଳିକ ପ୍ରଶ୍ନକୁ ନେଇ ଅଡୁଆରେ ରାଜ୍ୟ ସରକାର। ଜେସିବି ମେସିନ୍ ଦ୍ୱାରା ନିଷିଦ୍ଧାଞ୍ଚଳରେ ୩୦ ଫୁଟ୍ ଗାତ ଖୋଳିବାକୁ କେଉଁ ଇଂଜିନିୟର ଓ ବିଶେଷଜ୍ଞ ଅନୁମତି ଦେଇଥିଲେ ବୋଲି ଅପରାଜିତା ପଚାରିଥିବା ପ୍ରଶ୍ନ ଜନସାଧାରଣଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି।

  • Thursday, 28 April 2022
Congress Disturbance
ରାଜ୍ୟ ପ୍ରଭାରୀଙ୍କ ଉପରେ ନାହିଁ କି ଭରସା?

ରାଜ୍ୟ କଂଗ୍ରେସରେ ଘଡିକେ ଘୋଡା ଛୁଟୁଛି। ଦିଲ୍ଲୀ ପହଞ୍ଚିଛି ରାଜ୍ୟ କଳି। ହାଇକମାଣ୍ଡଙ୍କ ପାଖରେ ପହଞ୍ଚି ଲବି ଆରମ୍ଭ କରିଛନ୍ତି ବିଭିନ୍ନ ଗୋଷ୍ଠୀ। ପ୍ରଭାରୀ ଚେଲା କୁମାର ଦୁଇ ଦିନ ଧରି ଦଳୀୟ କର୍ମୀ ଓ ବିଧାୟକଙ୍କ ମତାମତ ନେଇ ଦିଲ୍ଲୀରେ ପହଞ୍ଚିବା ପୂର୍ବରୁ ସେଠାରେ ରୁଣ୍ଡ ହୋଇଛନ୍ତି ଦଳର ଛାମୁଆ ନେତା। 

  • Thursday, 28 April 2022
Know Mystery Behind Maharashtrian Couple, Daughter Death In Bhubaneswar
୧୫ ମାସର ଶିଶୁକୁ ହତ୍ୟା ପରେ ଜୀବନ ହାରିଦେଲେ ବାପା, ମା

ଜୀବନ୍ତ ଲାଗୁଥିବା ଏ ହସ, ହସରେ ରହିଗଲା। ଏହି କୁନି ଝିଅର କଅଁଳ ଡାକ ଆଉ ଶୁଭିବନି। ଯୁବ ଦମ୍ପତିଙ୍କ ଏ ଖୁସିର ମୁହୂର୍ତ୍ତ ଆଉ ଆସିବନି। କାରଣ ଆଜିଠୁ ସବୁକିଛି ଫଟୋରେ ରହିଗଲା। କଠୋର ନିଷ୍ପତ୍ତି କ୍ରମେ ମୃତ୍ୟୁକୁ କୋଳେଇ ନେଇ ଚିରନିଦ୍ରାରେ ଶୋଇଯାଇଛନ୍ତି ସମସ୍ତେ।

  • Thursday, 28 April 2022
e-news
୮୦ ଦଶକର ଫିଲ୍ମ ସତ, ହେଲେ ଏବେବି ତାଜା ଅଛି...

ଗୋଟେ ନିରୀହ ନିର୍ଦ୍ଦୋଶ ଝିଅର ବାହାଘର ଭାଙ୍ଗିଦେବା କଣ ପାପ ନୁହେଁ? ସଂସ୍କାର ଧର୍ମୀ ଚଳଚ୍ଚିତ୍ର ଭାବେ ସେତେବେଳେ ବେଶ୍‌ ଖ୍ୟାତି ଅର୍ଜନ କରିଥିଲା ଆଉ ଆଜି ବି ଦର୍ଶକଙ୍କ ମନ କିଣୁଛି ଏହି ଅଭିନେତାଙ୍କ ଅଭିନୟ

  • Thursday, 28 April 2022
Village Residents In Bhadrak Reel Under Crisis Of Drinking Water, Heat Wave Turns Double Whammy
ସଚଳ ହେଉନି ଅଚଳ ପାନୀୟ ଜଳ ପ୍ରକଳ୍ପ, ଟୋପେ ପାଣି ପାଇଁ ଡହଳବିକଳ

ଡହ ଡହ ଖରାରେ ପାଣି ଢୋକେ ମିଳୁନାହିଁ। ଖରା ବଢିବା ସାଙ୍ଗକୁ ଉତ୍କଟ ହୋଇଛି ପିଇବା ସମସ୍ୟା। ପ୍ରଚଣ୍ତ ଖରା ଯୋଗୁ ଅସ୍ତବ୍ୟସ୍ତ ଜନଜୀବନ। ବାସୁଦେବପୁର ପୌରପାଳିକା କହୁଛି ଏମିତି କଥା...

  • Thursday, 28 April 2022
Yellow Watermelon Farming
ଦାଦନରୁ ଫେରିଆସିଲେ, ଗାଁରେ ହଳିଦିଆ ତରଭୁଜ ଚାଷ କରି ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା

ବେଙ୍ଗାଲୁରୁରେ ଦାଦନ ଖଟିବାକୁ ଯାଇଥିଲେ। ଏବେ ଗାଁକୁ ଫେରି ହଳଦିଆ ତରଭୁଜ ଚାଷ କଲେ। ବଜାରର ଚାହିଦା ଏତେ ଅଧିକ ଯେ, ପାଳ ପାଖରୁ ତରଭୁଜ ନେଇ ଯାଉଛନ୍ତି ବେପାରୀ। ରୋଜଗାର ହେଉଛି ଲକ୍ଷ ଲକ୍ଷ ଟଙ୍କା।

  • Thursday, 28 April 2022
Kachcha Badam Fame
କଚାବାଦାମ ଗୀତିକାର ଭୁବନ ବାଦ୍ୟକାରଙ୍କୁ ଚାକିରି ଦେଲା ରେଲୱେ !! ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ....

କଚାବାଦାମ ଗୀତ ସୋସିଆଲ ମିଡ଼ିଆର ସେନସେସନ ପାଲଟିଲା ପରେ ଭୁବନ ବାଦ୍ୟକାର ପାଇଲେ କି ଚାକିରି? ରେଲୱେର ଷ୍ଟେସନ ମ୍ୟାନେଜର ପୋଷ୍ଟରେ ଚାକିରି ପାଇଥିବା ସାମ୍ନାକୁ ଆସିଲା ଭିଡ଼ିଓ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏହି ଭିଡ଼ିଓ, ଜାଣନ୍ତୁ ସତ କଣ?

  • Thursday, 28 April 2022
akhya kumar
ବଲିଉଡ୍‌ ପାଖରେ ସରିଗଲାକି ସ୍କ୍ରିପ୍ଟ? ଅକ୍ଷୟଙ୍କ ପାଖରେ ରିମେକ୍‌ ଫିଲ୍ମର ଲମ୍ବା ଲାଇନ୍‌...

ଅକ୍ଷୟଙ୍କୁ ନେଇ ବଲିଉଡ୍‌ରେ ସବୁବେଳେ ଚାଲେ ଚର୍ଚ୍ଚା। ରିମେକ୍‌ ହେଉ କି ଫିଲ୍ମ ସବୁଥିରେ ସେ ବେଶ୍‌ ଆଗୁଆ। ଏବେ ତାଙ୍କ ପାଖରେ ରହିଛି ଫିଲ୍ମର ଲମ୍ବା ଲିଷ୍ଟ...ହେଲେ ବଲିଉଡ୍‌ରେ ନୁହେଁ ବରଂ....

  • Thursday, 28 April 2022
Apana Eka Nuhanti
ଦାନ୍ତ ରୁଟ୍‌ କେନାଲ ଲାଗି ଯାଇଥିଲେ, କ୍ୟାନସର ରୋଗ ନେଇ ଘରକୁ ଫେରିଲେ...

ମନର କଥା କହୁଛି କଲମ। ପାଟିରେ ପାଇପ୍‌ ଲାଗିଛି, ନିଜର ବେଦନାକୁ କଲମରେ ପରିପ୍ରକାଶ କରୁଛନ୍ତି। କାରଣ ଦାନ୍ତ ରୁଟ୍‌ କେନାଲ କରିବାକୁ ଡାକ୍ତରଖାନା ଯାଇଥିଲେ, ହେଲେ କ୍ୟାନସର ରୋଗ ନେଇକି ଆସିଲେ। କଥା ତ କହିପାରୁନାହାନ୍ତି....ରୋଗ ଭଲ କରିବାକୁ ଯାଇ ପାଞ୍ଚ ପାଞ୍ଚ ଥର ଅପରେସନ୍‌ କଲେଣି ସତ ହେଲେ କିଛି ଲାଭ ମିଳୁନି...ଏବେ ସାହାଯ୍ୟ ଅପେକ୍ଷାରେ ସୂର୍ଯ୍ୟ

  • Thursday, 28 April 2022