ମହାକାଶରେ ଛାଇ ଆଳୁଅର ଖେଳ । ଏସିଆ ଓ ୟୁରୋପରେ ଦୃଶ୍ୟମାନ ହୋଇଛି ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ । ୟୁରୋପ ମହାଦେଶରେ ଏହା ଅଧିକ ମାତ୍ରାରେ ଦୃଶ୍ୟମାନ ହୋଇଥିବା ବେଳେ ଏସିଆରେ ଆଂଶିକ ଦେଖାଦେଇଛି । ମେଘମୁକ୍ତ ଓଡିଶା ଆକାଶରେ ମଧ୍ୟ ସ୍ପଷ୍ଟ ଦୃଶ୍ୟମାନ ହୋଇଛି ଆଂଶିକ ସୂର୍ଯ୍ୟୋପରାଗ
ଧାମନଗର ଉପନିର୍ବାଚନରେ ଭୋଟ୍ ଫର୍ ନୋଟ୍ ଅଭିଯୋଗକୁ ନେଇ ମୁହାିଁମୁହିଁ ବିଜେପି-ବିଜେଡି । SHGଙ୍କ ଦ୍ୱାରା ଟଙ୍କା ବଣ୍ଟା ଓ ବିଜେଡି କର୍ମୀଙ୍କ କୋଟିଏ ଟଙ୍କାର ଅଫର ଭିଡିଓ ସାମ୍ନାକୁ ଆସିବା ପରେ ବିଜେପି ନିଶାନରେ ବିଜେଡି । ଏନେଇ ଦଳ ସିଇଓଙ୍କ ନିକଟରେ ଫେରାଦ ହେବା ସହ ୪୮ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ନ ନେଲେ କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କ ପାଖରେ ଫେରାଦ ହେବାକୁ ଚେତବାନୀ ଦେଇଛି ।
ଆଲୋକର ପର୍ବ ଦୀପାବଳିର ଖୁସି ଭିତରେ ରାଜଧାନୀରେ ଜଣେ ବୋହୂର ରହସ୍ୟଜନକ ମୃତ୍ୟୁ, ଚହଳ ପକାଇଦେଇଛି ସାରା ସହରରେ। କିଏ କହୁଛନ୍ତି ଝିଅକୁ ହତ୍ୟା କରାଯାଇଛି ତ କିଏ କହୁଛନ୍ତି ବୋହୂ ଆତ୍ମହତ୍ୟା କରିଛି। ତେବେ ମୃତ୍ୟୁ ପଛରେ କାରଣ ଯାହା ବି ଥାଉନା କାହିଁକି, ପୋଲିସ ତଦନ୍ତ ପରେ ତାହା ସ୍ପଷ୍ଟ ହେବ
୧୧୦ ମିନିଟ ପରେ ପୁନଃ କାର୍ଯ୍ୟକ୍ଷମ ହେଲା ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ହ୍ୱାଟ୍ସଆପ୍ (WhatsApp)। ସାରା ଦେଶରେ ୧୧୦ ମିନିଟ୍ ପର୍ଯ୍ୟନ୍ତ ହ୍ୱାଟ୍ସଆପ୍ ଡାଉନ୍ ଥିଲା। ଦିନ ୧୨ଟା ୩୦ରୁ ୨ଟା ୨୦ ପର୍ଯ୍ୟନ୍ତ ହ୍ୱାଟ୍ସଆପ୍ ଡାଉନ୍ ଥିଲା। ଆଜି ଅପରାହ୍ଣରେ ଭାରତର ବିଭିନ୍ନ ସ୍ଥାନରେ ହ୍ୱାଟ୍ସଆପ୍ କାମ କରୁ ନଥିବା ସୂଚନା ମିଳିଥିଲା।
ସରିଲା ପାର୍ବଣ ଆସିଲା ପର୍ଯ୍ୟଟନ ଋତୁ । ଟିକେଟ କାଟି କୋଣାର୍କ ଉଦୟଗିରି ବୁଲିବେ ପର୍ଯ୍ୟଟକ। ହେଲେ ତା ପୂର୍ବରୁ ଯେଉଁ ଟିକେଟ୍ ଘୋଟାଲା ତଥ୍ୟ ଆସିଛି ସାମ୍ନାକୁ ଶୁଣିଲେ ମୁଣ୍ଡ ଗୋଲ୍ ହୋଇଯିବ
ଏଇଠି କାଳେ ଚାଲିଛି ସର୍ବଶିକ୍ଷା ଅଭିଯାନ। ଘର ନାହିଁ କି ଦ୍ୱାର ନାହିଁ....ଝାଟିମାଟି ଘରେ ପାଠ ପଢୁଛନ୍ତି ପିଲା, ପୁଣି ଇଟାରେ ତିଆରି ହୋଇଛି ବ୍ଲାକ୍ବୋର୍ଡ...ବାଃ ବାଃରେ ମୋ ସରକାର
ଏମିତି ଚିତାକଟା ଠିକାଦାର ସଂସ୍ଥାରେ ନଥିବେ। ଲୋକଙ୍କୁ ବୁଝାଇ ସୁଝାଇ ଘର କରିବ ବୋଲି ଟଙ୍କା ନେଇଗଲା, ହେଲେ କାନ୍ଥ ଠିଆ କରି ଯାଇଛି ଯେ ଯାଇଛି…ଆଉ ଛାତ ପକାଇବା ପାଇଁ ଦେଉନାହାନ୍ତି ଧରାଛୁଆଁ…
ସ୍ତ୍ରୀ-ପ୍ରସୂତି ବିଭାଗର ଇଏ ବି ଜଣେ ଡାକ୍ତର। ବୁର୍ଲାରୁ ଆସି ବିନିକାରେ ମାଗଣାରେ ଦେଖୁଛନ୍ତି ରୋଗୀ…ଇଏ ଏମିତି ଜଣେ ଡାକ୍ତର ଯାହାଙ୍କୁ ରୋଗ ଦେଖାଇବାକୁ ଦିନଦିନ ଅପେକ୍ଷା କରନ୍ତି ରୋଗୀ
ଜାନୁ ଆମେ ଫଶିଗଲେ…ଜେଲରେ ଅର୍ଚ୍ଚନା-ଜଗବନ୍ଧୁଙ୍କୁ ମିଳୁନି ରାଜପଲଙ୍କ। ଶୋଇବାକୁ ପଡୁଛି ଭଙ୍ଗାଖଟରେ…ମିଳୁନି ଫାଇଭ୍ଷ୍ଟାର ହୋଟେଲର ଖାଇବା। ୨୦ ମିନିଟ୍ର କଥାବାର୍ତ୍ତାରେ କିଛି ଏମିତି ସୁଃଖ ଦୁଃଖ ହୋଇଥିଲେ ଅର୍ଚ୍ଚନା-ଜଗବନ୍ଧୁ
ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁର ଅର୍ଥକାରବାର ତଦନ୍ତ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ଏନେଇ ଇଡି ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ମିଳିଛି । କେଉଁଠୁ ଏହି ଦଂପତିଙ୍କ ପାଖକୁ ଆସିଛି ଟଙ୍କା ତାହାର ତଦନ୍ତ ହେବ । ଏଥିପାଇଁ ଇଡି ପକ୍ଷରୁ ଉଚ୍ଚ ଅଧିକାରୀ ସ୍ତରରେ ଆଲୋଚନା ହୋଇସାରିଛି ।
ଧାମନଗର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଲୋଭିତ କରିବାକୁ ବିଜେଡିର ଉଦ୍ୟମ ଅଭିଯୋଗ ଙୋଇଛି । ଭୋଟରଙ୍କୁ ଖୁଲମଖୁଲା ଟଙ୍କା ଲୋଭ ଦେଖାଇଲେ ବିଜେଡି କର୍ମୀ । କହିଲେ ବିଜେଡିକୁ ଅଧିକ ଭୋଟ ଦେଇଥିବା ପଂଚାୟତକୁ ମୁଖ୍ୟମନ୍ତ୍ରୀ ଦେବେ କୋଟିଏ ଟଙ୍କା ।
ଆସନ୍ତାକାଲି ଖଣ୍ଡଗ୍ରାସ ବା ଆଂଶିକ ସୂର୍ଯୋପରାଗ । ବିଜ୍ଞାନ ଏହାକୁ କେବଳ ଛାଇ ଆଲୁଅର ଖେଳ ବ୍ୟତୀତ ଆଉ କିଛି ନୁହେଁ ବୋଲି କହୁଥିବା ବେଳେ ସୂର୍ଯୋପରାଗ ମଣିଷ ଉପରେ ପ୍ରଭାବ ପକାଏ ବୋଲି ଦାବି କରନ୍ତି ଜ୍ୟୋତିର୍ବିଦ୍ । ତେବେ ଯିଏ ଯେଉଁ ଯୁକ୍ତିକୁ ବିଶ୍ୱାସ କରନ୍ତୁ ନା କାହିଁକି, ସୂର୍ଯୋପରାଗ ଓ ଚନ୍ଦ୍ର ଗ୍ରହଣ ଭଳି ମହାଜାଗତିକ ଘଟଣାକୁ ନେଇ ସମସ୍ତଙ୍କ ମନରେ ଉତ୍ସୁକତା ଦେଖାଦେବା ସ୍ୱାଭାବିକ ।
ଭାରତକୁ ୟୁକେରୁ ଦିଓ୍ୱାଲି ଭେଟି। ବ୍ରିଟେନ୍ର ନୂଆ ପ୍ରଧାନମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ ରିଷି ସୁନକ୍। ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଏବଂ ଶେଷ ମୁହୂର୍ତ୍ତରେ ଅନ୍ତିମ ପ୍ରତିଦ୍ୱନ୍ଦ୍ୱୀ ପେନି ମରଡଣ୍ଟ ପିଏମ୍ ରେସ୍ରୁ ଓହରିବା ପରେ, ୪୨ ବର୍ଷୀୟ ରିଷି ସୁନକଙ୍କୁ ନେତା ବାଛିଛି କଞ୍ଜରଭେଟିଭ୍ ପାର୍ଟି। ରିଷିଙ୍କ ପାଖରେ ୧୩୭ ଦଳୀୟ ସାଂସଦଙ୍କ ସମର୍ଥନ ଥିବା ବେଳେ, ବହୁ ପଛରେ ପଡ଼ିଥିଲେ ପେନି ମରଡଣ୍ଟ।
ଭାରତର ସୀମାକୁ କେହି ନଜର ପକାଇଲେ ଆମ ସଶସ୍ତ୍ର ବାହିନୀ ସେମାନଙ୍କୁ ମୁହଁତୋଡ଼ ଯବାବ ଦେବେ । ଆମେ ଯୁଦ୍ଧର ବିରୋଧୀ ହୋଇଥିଲେ ବି ସାମର୍ଥ୍ୟ ବିନା ଶାନ୍ତି ସମ୍ଭବ ନୁହେଁ । ଆଜି ଜାମ୍ମୁ ଓ କାଶ୍ମୀରର କାର୍ଗିଲ ସୀମାରେ ଯବାନଙ୍କ ସହ ଦୀପାବଳି ମନାଇବା ବେଳେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ବଡ଼ ବଡ଼ୁଆ ହୋ ଅନ୍ଧାରେ ଆସି ଆଲୁଅରେ ଯାଅ, ବାଇଶି ପାହାଚେ ମହାପ୍ରସାଦ ପାଇ ଗଡ଼ଗଡ଼ଉ ଥାଅ...
ରାଗ ବ୍ରହ୍ମ ଚଣ୍ଡାଳ। ରେଷ୍ଟୁରାଂଟରେ ବିରିୟାନୀ ନମିଳିବାରୁ ପୂରା ରେଷ୍ଟୁରାଣ୍ଟକୁ ଜାଳିଦେଲେ ଯୁବକ...ଭାଇରାଲ ହେଉଛି ଭିଡିଓ…
ପଶୁ ପକ୍ଷୀଙ୍କୁ ଆଦର କରିବା, ସ୍ନେହ ଶ୍ରଦ୍ଧା କରି ପାଳି ପୋଷି ସେବା ଯତ୍ନ କରିବା ମହତ କାମଟିଏ ନିଶ୍ଚୟ। ହେଲେ ପାଳିତ ପଶୁଟିଏ ଦୁନିଆରୁ ଚାଲିଯିବା ପରେ ଘର ସଦସ୍ୟ ଭଳି ତାର ଶେଷକୃତ୍ୟ ସମ୍ପନ୍ନ କରିବା କଣ କମ୍ ବଡ଼ କଥାଟିଏ? ଏମିତି କାମଟିଏ କରିଛନ୍ତି ରାଜଧାନୀ ଭୁବନେଶ୍ୱରର ବାସିନ୍ଦା ସୁନାକର ସ୍ୱାଇଁ…
ଚତୁର୍ଥ ଶନିବାର, ସେଦିନ ସେ ଜୀବିକାର ନୁହେଁ, ଜନ୍ମମାଟିର ଡାକ ଶୁଣନ୍ତି । ଆଉ ଛୁଟି ଯାଆନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକୀ ଛୋଟିଆ ଗାଁ ସଂସାମୁରାକୁ ।
ଏହା ସହିତ ଗତ ବିଶ୍ୱକପର ପ୍ରତିଶୋଧ ନେଇଛନ୍ତି କିଙ୍ଗ୍ କୋହଲି ।
ଅର୍ଚ୍ଚନା ନାଗଫାଶ ପ୍ରସଙ୍ଗରେ ବିଜେପିର ରଣ ହୁଙ୍କାର ।
ଆସନ୍ତାକାଲି ଦୀପ ଜାଳି ବାଣ ଫୁଟାଇ ଆନନ୍ଦ ନେବାକୁ ସଭିଏଁ ଉତ୍କଣ୍ଠାରେ । ବଜାରରେ ବି ଏଥର ଭଳିକି ଭଳି ବାଣର ପସରା ।
ବିଜେଡି ପ୍ରାର୍ଥୀଙ୍କ ପାଇଁ ଟଙ୍କା ବଣ୍ଟା ଯାଇଥିବା ଅଭିଯୋଗ ।
ଏଥିଲାଗି କଳାହାଣ୍ଡି ଜୁନାଗଡ଼ ବ୍ଲକ୍ ତେନ୍ତୁଳିପଦାରେ ପ୍ରତିଷ୍ଠା ହେବ ୧୦ ମେଗାୱାଟ୍ର ସୌର ପ୍ରକଳ୍ପ ।
ଆମେ ମୁଣ୍ଡିଆ ମାରିବାକୁ ପଛରୁ ଧାଉଁଛୁ, ହେଲେ ଇଏ କଣ ଆମକୁ ଦେଖି ଧାଉଁଛନ୍ତି। ଏ ଠାଣି ପଛରେ ରହିଛି ବଡ କାହାଣୀ...ପ୍ରତାରଣା ପାଇଁ ଏବେ ମାମୁଁଘର ଗଲେ ଡାକ୍ତର ବାବୁ
ଦିନ ବଢିବା ସାଙ୍ଗେ ବଢୁଛି ସୁମିତ୍ରାଙ୍କ ମୁଣ୍ଡ। ବାପା ଚାଲିଯିବା ପରେ ପର ଦୁଆରେ ମୂଲ ଲାଗି ଘର ଚଳାଉଛି ମାଆ। ଝିଅର କଷ୍ଟକୁ ଦେଖି ପାରୁନି କି ସହିପାରୁନି...କାନ୍ଦି କାନ୍ଦି ମାଗୁଛି ସହାୟତା। କହୁଛି, ମତେ ସାହାଯ୍ୟ କର, ମୋ ଝିଅକୁ ଭଲ କରିଦିଅ....