ବାପା-ମାଆ...ଭଉଣୀ ସମସ୍ତେ ଦାଦନ ଖଟୁଛନ୍ତି। ରେଭେନ୍ସା କଲେଜରେ ପୁଅ ପାଇଲା ଗୋଲ୍ଡ ମେଡାଲ। ପୁଅର ସଫଳତା ଦେଖି ଖୁସିରେ କାନ୍ଦିଲେ ବାପା-ମାଆ। ବସଷ୍ଟାଣ୍ଡରୁ ଘର ପର୍ଯ୍ୟନ୍ତ ସୁନା ପୁଅ ପାଇଁ ହେଲା ଧମାକେଦାର ଶୋଭାଯାତ୍ରା...
ହାତରେ ଖାତା କଲମ ଧରିଛନ୍ତି,ଲୋକଙ୍କ ସବୁ ସମସ୍ୟାକୁ ଟିପି ରଖୁଛନ୍ତି। ନିର୍ବାଚନ ଜିତିବା ପରେ ପ୍ରତିଶ୍ରୁତି ରକ୍ଷା କରିବା ପାଇଁ ଏମିତି କାମ କରୁଛନ୍ତି ସରପଞ୍ଚ। ଆଉ ନେତାଙ୍କୁ ପାଖରେ ପାଇ ଖୁସିରେ ଗଦଗଦ ଜନତା
ଆଲୋ ଆଲୋ...ଛାମୁ ଆୱାର୍ଡ ପାଇଲେ, ରାଜଧାନୀରେ ନେତାଏ ଏମିତି ଝାଳ ବୁହାଇଲେ ଯେ ଜାମାପଟା ସବୁ ଓଦା। ବୁଝୁନୁରେ ନାରଣ, ଏଇନା ଯିଏ ଯେତେ ଝାଳ ବୁହାଇବ ୨୦୨୪ରେ ସିଏ....ସବୁ କଣ ଆମେ ଖୋଲିକି କହିବୁ?
ନିଇତି ଏମିତି ମନଇଚ୍ଛା ସ୍କୁଲ ଆସୁଛନ୍ତି ଦିଦି ଆଉ ସାର୍। କେତେବେଳେ ୧୦ଟା ୧୦ ତ ଆଉ କେତେବେଳେ ୧୦.୩୦। ବେଳେବେଳେ ମୂଳରୁ ଆସୁନାହାନ୍ତି। ପାଠ ପଢିବା ପାଇଁ ଏଇ ଗଛ ମୂଳେ ଅପେକ୍ଷା କରି କରି ଘରକୁ ଫେରୁଛନ୍ତି ପିଲା। ହେଲେ ଆଜି କ୍ୟାମେରା ସାମ୍ନାରେ ଧରାପଡ଼ିବା ପରେ...
ସାବାସ୍ ପୋଲିସ ASI । ଜୀବନ ଯିବା ପରେ ପାଖ ମାଡିଲେନି...ଖବର ପାଇବା ପରେ ସ୍ୱେଚ୍ଛାସେବୀ ସଂଗଠନଙ୍କ ସହ ମିଶି ଶ୍ମଶାନରେ ମହିଳାଙ୍କ କଲେ ଶବ ସତ୍କାର। ସବୁଆଡୁ ଛୁଟିଲା ପ୍ରଶଂସାର ସୁଅ
ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟ ସେବାର ସତ। ଯିଏ ଡାକ୍ତର ହୋଇ ରୋଗୀ ଦେଖିବ, ସିଏ ପୁଣି ନର୍ସ ହୋଇ ଇଂଜେକସନ୍ଠୁ ଆରମ୍ଭ କରି ରୋଗୀଙ୍କୁ ସାଲାଇନ୍ ଦେବ। ଆଉ ଯଦି ରାତି ଅଧରେ ପ୍ରସବ ଜନିତ ମାମଲା ଆସେ...ତେବେ ଏଇ ଡାକ୍ତର ହିଁ ସାହାଭରସା
କିଏ ହେବ କଂଗ୍ରେସ ସଭାପତି? ରାହୁଲ କହିଲେ, ମୁଁ ବି ହୋଇପାରେ...୨୦୨୪ରେ ହେବ ସବୁ ନିଷ୍ପତ୍ତି। ସଭାପତି ପଦକୁ ନେଇ କଂଗ୍ରେସରେ କମ୍ପନ
ଆବାସ ଯୋଜନା ନାଁରେ ଲକ୍ଷଲକ୍ଷ ଚଳୁ। କୋଉଠି ଭୂତ ନାଁରେ ଘର ଆଲର୍ଟ ହୋଇଛି ତ ପୁଣି ସ୍ୱାମୀ-ସ୍ତ୍ରୀଙ୍କୁ ଦିଆଯାଇଛି ଦୁଇଟି ଲେଖାଏଁ ଘର...ଯିଏ ଲାଂଚ ଦେଲା ସିଏ ଘର ପାଇଲା, ଆଉ ଯିଏ ଦେଲାନି....
ବିଜେପି ଫୋକସରେ ଓଡ଼ିଶା । ୨୪ରେ କ୍ଷମତା ଦଖଲ ଲାଗି ଫୁଲ୍ ଦମ୍ରେ ପ୍ରସ୍ତୁତି ଆରମ୍ଭ କରିଛି ଦଳ । ଗୃହମନ୍ତ୍ରୀ ଅମିତ ଶାହାଙ୍କ ପରେ ଓଡ଼ିଶା ଆସି ସାଂଗଠନିକ ସ୍ଥିତି ପରଖି ଥିଲେ ପ୍ରଭାରୀ ସୁନିଲ୍ ବଂଶଲ । ଏହାର ଦୁଇ ଦିନ ପରେ ରାଜ୍ୟରେ ପହଞ୍ଚିଛନ୍ତି ଏକାବେଳକେ ୭ କେନ୍ଦ୍ରମନ୍ତ୍ରୀ ।
କାନ୍ଧରେ ଅଢେଇ ମାସର ଶିଶୁ ତ ହାତରେ ଜନ୍ମ ପ୍ରମାଣପତ୍ର ପାଇବାକୁ ଆବେଦନ ଫର୍ମ ଅସହ୍ୟ ଗୁଳୁଗୁୁଳିରେ ଶିଶୁଟି ଅସ୍ତବ୍ୟସ୍ତ ହୋଇପଡୁଥିଲେ ବି ଅନ୍ୟ ଉପାୟ ନାହିଁ। ଅନଲାଇନ୍ ସେବା କାମ କରୁନଥିବାରୁ ବାଧ୍ୟ ହୋଇ ବିଏମସିର ଜନ୍ମ-ମୃତ୍ୟୁ ପଞ୍ଜିକରଣ ଅଫିସକୁ ଆସିବାକୁ ପଡିଛି ଏ ମହିଳାଙ୍କୁ।
ଯାହାଙ୍କୁ ଦେଖିଲେ ଦଣ୍ଡବତ କରିବାକୁ ଦୁଇ ହାତ ଆପେ ଯୋଡ଼ି ହୋଇଯାଏ, ତାଙ୍କୁ ବାଉଁଶ ବୋଝେଇ ଗାଡ଼ି ପଛରେ ବାନ୍ଧିବାକୁ କେଉଁ ମଣିଷର ବା ହାତ ଗଲା! ମହାପ୍ରଭୁ ଜଗନ୍ନାଥଙ୍କୁ ଗାଡ଼ି ପଛରେ ବାନ୍ଧିକି ନେଲେ। ଦୃଶ୍ୟ ଜଗନ୍ନାଥପ୍ରେମୀଙ୍କୁ ଶକ୍ତ ଆଘାତ ଦେଲା ଭଳି। ଦୃଶ୍ୟ କୋଟି ଓଡ଼ିଆଙ୍କ ମଉଡ଼ମଣିଙ୍କୁ ଅପମାନ କଲା ଭଳି।
ଗର୍ଭଗୃହରୁ ବାଲିକଢ଼ା ଗଲେ ସୁରକ୍ଷିତ ରହିବ ତ ବ୍ଲାକ୍ ପାଗୋଡ଼ା ? ଭୂମିପୂଜା ପରେ ଏଥିପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା ବେଳେ, ଏବେ ଏ ପ୍ରଶ୍ନକୁ ନେଇ ସବୁଠି ଚର୍ଚ୍ଚା କାରଣ ଅଭିଯୋଗ ହେଉଛି। ଏତେବଡ଼ ପଦକ୍ଷେପ ନେବା ପୂର୍ବରୁ ଏଏସ୍ଆଇ କୌଣସି ପକ୍ଷ ସହ ଆଲୋଚନା କରିନାହିଁ।
ରାଜ୍ୟରେ ଉଦ୍ବେଗଜନକ ହାରରେ ବଢୁଛି ଆତ୍ମହତ୍ୟା ସଂଖ୍ୟା। କିଶୋରଠୁ ବୟସ୍କ କ୍ରମାଗତ ଭାବେ ଜୀବନ ହାରୁଛନ୍ତି । କିଏ ବ୍ୟବସ୍ଥା ବିରୋଧରେ ଲଢ଼େଇ କରି ନିରାଶ ହେବା ପରେ ତ ଆଉ କିଏ ବ୍ୟକ୍ତିଗତ କାରଣରୁ ଆତ୍ମହତ୍ୟା କରୁଛନ୍ତି । ଏସବୁ ଭିତରେ ଆଜି ଚର୍ଚ୍ଚାକୁ ଆସିଛନ୍ତି ବାଲେଶ୍ୱର ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ଗୋଡ଼ ଅଚଳ ହୋଇଯାଇଥିବା ଜଣେ ଦିବ୍ୟାଙ୍ଗ ଯୁବକ ।
ବ୍ରିଟେନର ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକରେ ସାରା ବିଶ୍ୱ ଶୋକ ପ୍ରକାଶ କରୁଛି । ବିଶ୍ୱର ବିଭିନ୍ନ ଭାଗରୁ ରାଜନେତା, ବିଶିଷ୍ଟ ବ୍ୟକ୍ତିଗଣ କୁଇନ୍ ଏଲିଜାବେଥ୍ଙ୍କ ସ୍ମୃତିଚାରଣ କରୁଛନ୍ତି । ସେପଟେ ସ୍କଟଲାଣ୍ଡର ବାଲମୋରରେ ଥିବା ରୟଲ୍ ଇଷ୍ଟେଟ୍ ଆଗରେ ଆଜି ସକାଳେ ଫୁଲତୋଡା ଦେଇ ଲୋକମାନେ ନିଜ ମହାରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ସଫା ହୋଇଗଲାଣି ରକ୍ତ ଚନ୍ଦନ ଜଙ୍ଗଲ। ନାଭିରେ ଯଡା ତେଲ ମାରି ଶୋଇଛି ଓଡ଼ିଶା ପୋଲିସ ଓ ବନବିଭାଗ। ସେପଟେ ଜଙ୍ଗଲ ଦସ୍ୟୁଙ୍କୁ ଧରି କାଠ ସିଜ୍ କରି କୋଟି କୋଟି ଟଙ୍କାର ରାଜସ୍ୱ ପାଉଛି ଆନ୍ଧ୍ର...ଆଉ ଜଳକା ହୋଇ ଚାହିଁ ରହିଛି ଓଡ଼ିଶା
ସିଏ ନୃତ୍ୟଶିଳ୍ପୀ, କଣ୍ଠଶିଳ୍ପୀ, ଚିତ୍ରଶିଳ୍ପୀ। ଏବେ ତାଙ୍କ ଫ୍ୟାବ୍ରିକ୍ ପେଣ୍ଟିଂ ପାଇଁ ରାଜ୍ୟ ବାହାରୁ ଆସୁଛି ଅର୍ଡର। ସିଏ ସିନେମାର ହିରୋଇନ୍। ମଡେଲ୍। ଗୀତ ମଧ୍ୟ ଗାଆନ୍ତି। ଏତେ ସବୁ ପରେ ସେ ଜଣେ ସାମ୍ବାଦିକତାର ଛାତ୍ରୀ ମଧ୍ୟ। ସୁନ୍ଦରୀ ଶ୍ୱେତା କହୁଛନ୍ତି ମୁଁ ହେବି ସାମ୍ବାଦିକା। ଚାଲନ୍ତୁ ଭେଟିବା ତାଙ୍କୁ।
ବାଃ ବାଃରେ ରସିକିଆ ସ୍ୱାମୀ। ଜଣଙ୍କୁ ବାହା ହୋଇ ଗର୍ଭବତୀ କରିବା ପରେ ଏବେ ଆଉ ଜଣଙ୍କ ସହ ରଖିଛନ୍ତି ପ୍ରେମ ସମ୍ପର୍କ। ଖାଲି ସମ୍ପର୍କ ନୁହେଁ ବରଂ ତାଙ୍କ ସହ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ କରୁଛନ୍ତି ପୋଷ୍ଟ। ଇନଷ୍ଟା ଭିଡ଼ିଓ ଦେଖିବା ପରେ ଥାନାର ଦ୍ୱାରସ୍ଥ ହେଲେ ପ୍ରଥମ ସ୍ତ୍ରୀ...ହେଲେ ଉଭୟ ସାମ୍ନାସାମ୍ନି ହେବା ପରେ
ଦିନେ ୫୦ ଟଙ୍କା ପାଇଁ ପର ଦୁଆରେ ମୂଲ ଲାଗୁଥିଲେ ସହଦେବ। ଆଉ ଆଜି ପରିଶ୍ରମ କରି ୫୦ ଲକ୍ଷ ଟଙ୍କା ଫାର୍ମ ହାଉସ୍ର ମାଲିକ। ହେକ୍ଟର ହେକ୍ଟର ଜମିରେ ମୁକ୍ତାଠୁ ମାଛ...ଶାଗୁଆନଠୁ ପରିବା ଚାଷ କରି ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା...
ରିଲ୍ ଭିଡ଼ିଓ ଅପଲୋଡ୍ କରି ସୋସିଆଲ ମିଡ଼ିଆକୁ ଘାଂଟୁଛନ୍ତି ପୂର୍ଣ୍ଣ ମଉସା। ଦୋକାନରୁ ଟିକିଏ ଫୁରସତ ପାଇଲେ ବନାଉଛନ୍ତି ରିଲ୍। ଆଉ ଭିଡ଼ିଓ ଅପଲୋଡ୍ ହେବା ମାତ୍ରେ ଲକ୍ଷଲକ୍ଷ ଦର୍ଶକ ଦେଖୁଛନ୍ତି ମଉସାଙ୍କ ଏଇ ସବୁ ଭିଡ଼ିଓ। ଗୀତ ସାଙ୍ଗକୁ ଲିରିକ୍ସରେ ଦେଖାଉଛନ୍ତି ଜଲୱା
ସଂସାର କରି ରହିବୁ ଆଉ ଆମେ ଜଙ୍ଗଲରେ ବୁଲିବୁନି। ରାତିରେ ଲୁଚି ଛପି ରହିବୁନି। ଏଣିକି ଆମେ ମୁଖ୍ୟସ୍ରୋତର ମଣିଷ। ଆମେ ଦୁହେଁ ବାହା ହୋଇ ସୁଖର ସଂସାର କରିବୁ... ଲାଲ୍ ବାହିନୀ ଆଉ ଭଲ ଲାଗୁନି...
ଆଚ୍ଛା !! ଏମିତି ଚାଲିଛି ଜିଲ୍ଲାପାଳଙ୍କ ଜନ ଶୁଣାଣୀ? ଜନ-ଶୁଣାଣି ଦିନ ସବୁ ଖୋଲା ହେଲେ ଜନ ଶୁଣାଣୀ ସରିବା ପରେ ସବୁ ହୋଇଗଲା ବନ୍ଦ...ଦେଖୁନୁରେ ନାରଣ କେମିତି ସବୁ କଠୋରୀରେ ଝୁଲୁଛି ଚାଲା
ଇଣ୍ଡିଆ ଗେଟ୍ରେ ନିର୍ମିତ ନେତାଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ। ନେତାଜୀ ସୁଭାଷଙ୍କ ବିଶାଳ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦି।ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଶାଳ ପ୍ରତିମୂର୍ତ୍ତିର ହୋଇଛି ଅନାବରଣ।
ରାଜ୍ୟ ସରକାରଙ୍କ ବନ୍ୟା କ୍ଷୟକ୍ଷତି ରିପୋର୍ଟକୁ ନେଇ ଆପତ୍ତି। ବନ୍ୟା କ୍ଷୟକ୍ଷତି ଆକଳନ ଭୁଲ୍ ରହିଛି ଓ ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ଅନେକ ଗାଁକୁ ସାମିଲ କରାଯାଇନଥିବାରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ। ଆଉ ଥରେ ସର୍ଭେ କରିବା ସହ ଶ୍ୱେତପତ୍ର ଜାରି ପାଇଁ ଦାବି କରିଛନ୍ତି ବିଜେପି ଓ କଂଗ୍ରେସ।
ଅନଲାଇନ୍ରେ ମିଳିବ ଦେବାଳୟର ଦର୍ଶନ। ନୀତିକାନ୍ତି ସହ ପୂଜା ଅର୍ଚ୍ଚନା କରିହେବ। ପ୍ରସାଦ ସେବନ ବ୍ୟବସ୍ଥା ବି ଉପଲବ୍ଧ ହେବ। ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ଏଭଳି ପ୍ରକଳ୍ପ ଆରମ୍ଭ କରିବାକୁ ଯୋଜନା ହୋଇଛି। ଗତ ୬ ତାରିଖରେ ଆଇନ ବିଭାଗ ପକ୍ଷରୁ ଦେବୋତ୍ତର କମିଶନଙ୍କୁ ଚିଠି ଲେଖାଯାଇ ମତାମତ ଲୋଡ଼ାଯାଇଛି।
ବାଲିରୁ ମୁକ୍ତ ହେବ ଐତିହାସିକ ବ୍ଲାକ୍ ପାଗୋଡ଼ା । ଦଶନ୍ଧି ଦଶନ୍ଧି ଧରି ଆପଣ ଦେଖି ଆସୁଥିବା କୋଣାର୍କ ସୂର୍ଯ୍ୟମନ୍ଦିରର ବଦଳିବ ରୂପରେଖ । ଦୀର୍ଘ ୧୧୯ ବର୍ଷ ପରେ ଏହି ବିଶ୍ୱ କୀର୍ତ୍ତିରାଜିରୁ କଢ଼ାଯିବ ବାଲି । ସେଥିପାଇଁ ଏ ଆୟୋଜନ । ଧୂପ, ଦୀପ ସହ ଭୂମିପୂଜନ କରି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା-ଏଏସ୍ଆଇ ଆରମ୍ଭ କରିଛି ବାଲି ନିଷ୍କାସନ ପ୍ରକ୍ରିୟା ।