ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ଆଗାମୀ ୪ ଦିନ ଯାଏଁ ବଢ଼ିବ ୬ରୁ ୮ ଡିଗ୍ରୀ ସେଲସିୟସ୍ ତାପମାତ୍ରା। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଭାଗ ପକ୍ଷରୁ ସୂଚନା ମିଳିଛି।
ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକା ବର୍ଷା ଲାଗି ରହିଛି। ବଲାଙ୍ଗୀର, ନୂଆପଡା ଏବଂ ବରଗଡ ଜିଲ୍ଲାର କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇଛି।
ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକା ବର୍ଷା ଲାଗି ରହିଛି । ଆଜି ପାଇଁ ୧୧ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାଣ୍ଣିଂ ଜାରି ହୋଇଛି ।
ବଦଳିଛି ପାଗର ମିଜାଜ୍ । ତାତିରୁ ମିଳିଛି ସାମୟିକ ମୁକ୍ତି । ଏବେ ସ୍ୱାଭାବିକରୁ ତାପମାତ୍ରା ୫ରୁ ୭ ଡିଗ୍ରୀ କମ ରହିଛି ।
ଆକାଶରୁ ଅଗ୍ନିବର୍ଷାରେ ଲାଗିଲା ବ୍ରେକ୍ । ଆଶ୍ୱସ୍ତି ଆଣିଲା କାଳବୈଶାଖୀ ବର୍ଷା । ଆଜି ବି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବ । ଗତକାଲି ଅପେକ୍ଷା ଆଜି ବର୍ଷାର ପରିମାଣ ବଢିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ପାଇଁ ୧୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।
ତତଲା କଡ଼େଇରେ ସିଝୁଛି ସାରା ଓଡ଼ିଶା। ଗୁଳୁଗୁଳିରେ ଦହଗଞ୍ଜ କରୁଛି, ଟାଣ ଖରାରେ ମୁଣ୍ଡ ଘୁରାଇ ଦେଉଛି। ଖାଲି ସେତିକି ନୁହେଁ, ଗତକାଲି ଗୋଟିଏ ଦିନରେ ୮ଜଣ ଅଂଶୁଘାତର ଶିକାର ହୋଇଛନ୍ତି ।
ଆଜି ବି ରାଜ୍ୟବ୍ୟାପି ଅଗ୍ନିବର୍ଷା ସ୍ଥିତି । ୪ ସହରରେ ୪୩ ଛୁଇଁଲା ପାରଦ । ୪୩.୫ ଡିଗ୍ରୀ ତାପମାତ୍ରା ସହ ଅନୁଗୁଳ ସବୁଠୁ ଉତ୍ତପ୍ତ ସହର ।ଆଜି ୪୦ ଡିଗ୍ରୀ ଉପରେ ରାଜ୍ୟର ୨୨ ସହର ।
କାଲି ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ। ଘଡ଼ଘଡ଼ି ଜନିତ ବର୍ଷା ସାଙ୍ଗକୁ କୁଆପଥର ବର୍ଷା ନେଇ ଆଲର୍ଟ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟରେ ବଢିଛି ଅଂଶୁଘାତ ଆଶଙ୍କା । ତେବେ ସରକାର ଏଥିପାଇଁ ପ୍ରସ୍ତୁତ ଥିବା କହିଛନ୍ତି ।
ଏପ୍ରିଲ ଆରମ୍ଭରେ ତାପମାତ୍ରା ୪୩ ଡେଇଁଛି। ଆଜି ରାଜଧାନୀରେ ପାରଦ ୪୩.୫ ଡିଗ୍ରୀ ରହିଥିଲା। ସେହିପରି ୯ଟି ସ୍ଥାନରେ ୪୨ ଉପରେ ତାପମାତ୍ରା ରେକର୍ଡ ହୋଇଛି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସହ ବଢିଛି ଅଂଶୁଘାତ ଆଶଙ୍କା। ସେପଟେ ଆସନ୍ତାକାଲି ଯାଏଁ ୧୪ଟି ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଭୁବନେଶ୍ୱରରେ ଡହ ଡହ ଖରା। କାନମୁଣ୍ଡ ଝାଇଁ ମାରିଯାଉଛି। ଅସହ୍ୟ ତାତି, ଅସମ୍ଭାଳ ଗରମ। ରାଜଧାନୀ ଭୁବନେଶ୍ୱରରେ ସକାଳୁ ସକାଳୁ ମିଳିସାରିଥିଲା ପ୍ରଚଣ୍ଡ ତାତିର ଆଭାସ।
ଆଗକୁ ଗ୍ରୀଷ୍ମ ପ୍ରବାହ ଆହୁରି ତୀବ୍ର ହୋଇପାରେ। ତେଣୁ ଖରା ବଢୁଥିବାରୁ ପର୍ଯ୍ୟାପ୍ତ ଜଳଛତ୍ର ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।
ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଗୁଳୁଗୁଳିର ପ୍ରଭାବ ଅଧିକ ରହିବ। ଗତକାଲି ଦିନର ତାପମାତ୍ରା ୪୨ ଡିଗ୍ରୀକୁ ଛୁଇଁବା ସହ ପ୍ରବଳ ଖରାରେ ସିଝିଥିଲା ସାରା ଓଡ଼ିଶା।
ଦିନ ତାପମାତ୍ରା ସାଧାରଣ ତାପମାତ୍ରାରୁ ଅଧିକ ୩ରୁ ୫ ଡିଗ୍ରୀ ରହିବ। ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଗୁଳୁଗୁଳିର ପ୍ରଭାବ ଅଧିକ ରହିବ। ଗତକାଲି ଦିନର ତାପମାତ୍ରା ୪୨ ଡିଗ୍ରୀକୁ ଛୁଇଁବା ସହ ପ୍ରବଳ ଖରାରେ ସିଝିଥିଲା ସାରା ଓଡ଼ିଶା।
ଆଗାମୀ ୨ ଦିନ ଭିତରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି। ଏପ୍ରିଲ ୪ରୁ ୬ ତାରିଖ ଯାଏଁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ।
ଆଜି ରାଜ୍ୟର ୮ଟି ସହର ୪୦ ଡିଗ୍ରୀ ଛୁଇଁଲା । ୪୦.୪ ଡିଗ୍ରୀ ସହ ବାରିପଦା ଓ ଝାରସୁଗୁଡ଼ା ସର୍ବାଧିକ ଉତ୍ତପ୍ତ ।
ମାର୍ଚ୍ଚ ଶେଷ ହେଉ ହେଉ ଖରାରେ ଜଳିଲାଣି ପୂରା ରାଜ୍ୟ । ପ୍ରାୟ ସବୁ ସ୍ଥାନର ତାପମାତ୍ରା ବଢ଼ି ୩୫ ଡିଗ୍ରୀ ସେଲସିୟସରୁ ଅଧିକ ରହିଛି ।
୩୯.୫ ଡିଗ୍ରୀ ସହ ବୌଦ୍ଦ ସବୁଠୁ ତତଲା ସହର ଭାବେ ପରିଗଣିତ ହୋଇଥିବାବେଳେ ଭବାନୀପାଟଣା, ଟିଟିଲାଗଡ଼, ନୟାଗଡ଼ ଓ ପାରଳାଖେମୁଣ୍ଡିରେ ବି ପାରଦ ୩୯ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି।
ରାଜ୍ୟରେ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ରାତି ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ସମ୍ଭାବନା । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।
ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ତାଣ୍ଡବ ରଚିଛି କାଳବୈଶାଖୀ । କେଉଁଠି ବଜ୍ରପାତ ହୋଇଛି ତ ଆଉ କେଉଁଠି କୁଆପଥର ମାଡ଼ରେ ଉଜୁଡ଼ିଯାଇଛି ଧାନ ଫସଲ ସହ ପରିବା ଚାଷ । ସୁବର୍ଣ୍ଣପୁର ବିନିକା ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଛି ।
ଟାଣ ଖରାକୁ ଦୃଷ୍ଟିରେ ରଖି ବାହାରକୁ ବାହାରିଲା ମାତ୍ରେ ସାବଧାନତା ପାଇଁ ପରାମର୍ଶ ଦିଆଯାଇଛି । ଏଭଳି କ୍ଷେତ୍ରରେ ବାହାରକୁ ବାହାରିଲା ମାତ୍ରେ ସାବଧାନ ରହିବା ପାଇଁ ପରାମର୍ଶ ଦିଆଯାଇଛି ।
ତତଲା କଢେଇରେ ଭାଜି ହେଉଛି ଓଡ଼ିଶା । ଆଗକୁ ଆହୁରି ବଢିବ ତାତି । ଆଗାମୀ ୪ ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରାରେ ୩ ରୁ ୫ଡ଼ିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି ।
କାଳବୈଶାଖୀ ବର୍ଷା ପରେ ସାରା ରାଜ୍ୟରେ ତାପମାତ୍ରା ପୁଣିଥରେ ବୃଦ୍ଧି ପାଇଛି । ଗତକାଲି ରାଜ୍ୟର ଅଧିକାଂଶ ସହରର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ଟପିଯାଇଥିଲା । ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ପହଞ୍ଚିଥିଲା ।
ଗତକାଲିର ଲଗାଣ ବର୍ଷା ପରେ ପୁଣି ଉପରମୁହାଁ ପାରଦ। ଆଜିଠୁ ବଢ଼ିବ ତାତି । ଆଜିଠୁ ୨୪ ତାରିଖ ଭିତରେ ରାଜ୍ୟରେ ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ଯାଏଁ ବଢ଼ିବ ।
କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବିସ୍ତୃତ ବର୍ଷା ହୋଇଛି । ଗତକାଲିଠାରୁ ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ତେବେ ଢେଙ୍କାନାଳରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି ।