• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ଆଜି ବି କଲବଲ କରିବ ତାତି, ଆସନ୍ତାକାଲି ବି ଜାରି ରହିବ ଭୀଷଣ ଗ୍ରୀଷ୍ମପ୍ରବାହ ।ରାଜ୍ୟରେ ଏଭଳି ସ୍ଥିତି ଆହୁରି ୨ ରୁ ୩ ଦିନ ଲାଗି ରହିବ। ସମ୍ଭାବ୍ୟ ସ୍ଥିତିକୁଦେଖି ୬ ତାରିଖ ଯାଏଁ ୧୧ଟି ଜିଲ୍ଲାକୁ ହିଟୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି। ସେ ସବୁଜିଲ୍ଲା ହେଉଛି, ନୟାଗଡ଼, ବୌଦ୍ଧ, କନ୍ଧମାଳ, କଟକ, ଭଦ୍ରକ, ଯାଜପୁର, ବଲାଙ୍ଗିର,କଳାହାଣ୍ଡି, ମାଲକାନଗିରି, କୋରାପୁଟ ଏବଂ ଢେଙ୍କାନାଳ।

ଏହି ୧୧ଟି ଜିଲ୍ଲାରେ ଦିନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ରାତିରେ ପ୍ରବଳ ଗରମ ଅନୁଭୁତ ହେବ। ଦିନ ତାପମାତ୍ରା ସାଧାରଣ ତାପମାତ୍ରାରୁ ଅଧିକ ୩ରୁ ୫ ଡିଗ୍ରୀ ରହିବ। ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଗୁଳୁଗୁଳିର ପ୍ରଭାବ ଅଧିକ ରହିବ। ଗତକାଲି ଦିନର ତାପମାତ୍ରା ୪୨ ଡିଗ୍ରୀକୁ ଛୁଇଁବା ସହ ପ୍ରବଳ ଖରାରେ ସିଝିଥିଲା ସାରା ଓଡ଼ିଶା।

ଅଧିକ ପଢ଼ନ୍ତୁ:୧୧ ଜିଲ୍ଲାରେ ହେବ ଭୀଷଣ ଗ୍ରୀଷ୍ମ ପ୍ରବାହ

ଗତକାଲି  ରାଜ୍ୟର ୧୧ଟି ସହରରେ ପାରଦ ଥିଲା ୪୦ ଡିଗ୍ରୀ ଉପରେ। ୪୨ ଡିଗ୍ରୀ ସହ ମାଲକାନଗିରି ଓ ବୌଦ୍ଧ ଚଳିତ ସିଜିନରେ ସର୍ବୋଚ୍ଚ
ଦିନ ତାପମାତ୍ରା ରେକର୍ଡ କରାଯାଇଥିଲା । ସେହିପରି ଅନୁଗୁଳ ଓ ବଲାଙ୍ଗିର ୪୧.୭ ଏବଂ ଝାରସୁଗୁଡ଼ାରେ ୪୧.୬ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ବରରେ ଗତକାଲି ପାରଦ ୩୭ଦଶମିକ ୪ ଡିଗ୍ରୀ ଥିଲେ ବି ପ୍ରବଳ ଗୁଳୁଗୁଳି ଅନୁଭୁତ ହୋଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାଜ୍ୟରେ ଗରମ ସହ ଅନେକ ସ୍ଥାନରେ ୫୦ରୁ ୭୦ ପ୍ରତିଶତ ଆର୍ଦ୍ରତା ରହୁଛି। ଏଭଳି ଉଷ୍ମ ଓ ଆର୍ଦ୍ର ସ୍ଥିତି ୩ ଦିନ ଲାଗି ରହିବ। ତେବେ ୬, ୭, ୮ ଓ ୯ ତାରିଖରେ କାଳବୈଶାଖୀ ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।ସେହିଭଳି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବାହାରେ ସମାବେଶ ନକରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ନିର୍ବାଚନୀ ରାଲି ଓ ମେଳିରେ ସତର୍କତାଅବଲମ୍ବନ ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।

 

OTV is now on Whatsapp

Join and get latest news update delivered to you via whatsapp

Join Now