Advertisment

ଏତିକି ବେଳୁ ଜଳିଲାଣି; ମାର୍ଚ୍ଚ ନସୁରୁଣୁ ୪୦ ଡିଗ୍ରୀ ମୁହାଁ ପାରଦ

୩୯.୫ ଡିଗ୍ରୀ ସହ ବୌଦ୍ଦ ସବୁଠୁ ତତଲା ସହର ଭାବେ ପରିଗଣିତ ହୋଇଥିବାବେଳେ ଭବାନୀପାଟଣା, ଟିଟିଲାଗଡ଼, ନୟାଗଡ଼ ଓ ପାରଳାଖେମୁଣ୍ଡିରେ ବି ପାରଦ ୩୯ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି।

author-image
Manoranjan Behera
ଅଦ୍ୟତନ ହୋଇଛି
Heat Wave in odisha

Hot Wave

ଦୁଇ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ୪୦ ଡିଗ୍ରୀ ଛୁଇଁପାରେ। ଆଜି ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ଦୁଇ ଦିନ ମଧ୍ୟରେ ପାରଦ ୪୦ ଡିଗ୍ରୀ ପାର କରିପାରେ। ଗତକାଲି ୩୯ ଡିଗ୍ରୀ ଉପରେ ରହିଥିଲା ୫ ସହରର ଦିନ ତାପମାତ୍ର। ୩୭ ଡିଗ୍ରୀ ଡହ ଡହ ଖରାରେ ଭାଜି ହୋଇଛନ୍ତି ରାଜଧାନୀବାସୀ।

Advertisment

୩୯.୫ ଡିଗ୍ରୀ ସହ ବୌଦ୍ଦ ସବୁଠୁ ତତଲା ସହର ଭାବେ ପରିଗଣିତ ହୋଇଥିବାବେଳେ ଭବାନୀପାଟଣା, ଟିଟିଲାଗଡ଼, ନୟାଗଡ଼ ଓ ପାରଳାଖେମୁଣ୍ଡିରେ ବି ପାରଦ ୩୯ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ପାଣିପାଗ ବିଭାଗ କହିଛି- ଏଭଳି ତାତି ଆଗକୁ ବି ଜାରି ରହିବ।

ଜଳିଲାଣି ଓଡ଼ିଶା। ସାଢ଼େ ୧୧ରେ ଟପିଗଲା ୩୬ ଡିଗ୍ରୀ। ସାଢେ ୧୧ସୁଦ୍ଧା ଚାନ୍ଦବାଲି ସର୍ବାଧିକ ୩୬.୨ ଡିଗ୍ରୀ। ଭୁବନେଶ୍ୱରରେ ଏବଂ କେନ୍ଦୁଝରରେ ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ ହୋଇଛି। ଝାରସୁଗୁଡ଼ାରେ ୩୫.୪, ସମ୍ବଲପୁରରେ ୩୫.୨ ଡିଗ୍ରୀ, ହୀରାକୁଦ ୩୪.୬ ଓ ବାଲେଶ୍ୱରରେ ୩୪.୨ ଡିଗ୍ରୀ ତାପମାତ୍ରା ରହିଛି।

Advertisment
Heat Wave Weather Update
Advertisment
Advertisment