Advertisment

ଅସମ୍ଭାଳ ହେବ ଗ୍ରୀଷ୍ମ ପ୍ରବାହ, ରେକର୍ଡ ପରେ ରେକର୍ଡ ଭାଙ୍ଗିପାରେ ପାରଦ

ଆଗାମୀ ୨ ଦିନ ଭିତରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି।  ଏପ୍ରିଲ ୪ରୁ ୬ ତାରିଖ ଯାଏଁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ।

author-image
Sonali Ojha
ଅଦ୍ୟତନ ହୋଇଛି
Odisha Heat wave Update

Heatwave

ଅସମ୍ଭାଳ ହେବ ଗ୍ରୀଷ୍ମ ପ୍ରବାହ, ରେକର୍ଡ ପରେ ରେକର୍ଡ ଭାଙ୍ଗିପାରେ ପାରଦ। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି। ବିଶେଷ କରି ଏଥର ଏପ୍ରିଲରେ ଗ୍ରୀଷ୍ମପ୍ରବାହ ଅବଧି ଅଧିକ ରହିବା ସହ ପାରଦ ଅସ୍ବାଭାବିକ ଭାବେ ବୃଦ୍ଧି ପାଇବ।

Advertisment

ସେହିପରି ଏପ୍ରିଲରୁ ଜୁନ୍ ମଧ୍ୟରେ ସ୍ବାଭାବିକ ତୁଳନାରେ ୬ରୁ ୧୪ ଦିନ ଅଧିକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଛି। ଆଜିଠାରୁ ରାତିରେ ଅନୁଭୂତ ହେବ ଗୁଳୁଗୁଳି। ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦିନରେ ତାତି ସହ ରାତିରେ ଗୁଳୁଗୁଳି ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମୁଖ୍ୟତଃ ଉପକୂଳ, ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ଅନୁଭୂତ ହେବ ଉଷ୍ମରାତ୍ରୀ।

ଏହାସହ ଆଗାମୀ ୨ ଦିନ ଭିତରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି। ଏପ୍ରିଲ ୪ରୁ ୬ ତାରିଖ ଯାଏଁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ଏହି ସମୟରେ ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନର ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତକାଲି ମଧ୍ୟ ରାଜ୍ୟର ୮ଟି ସହରରେ ୪୦ ଡିଗ୍ରୀ ଛୁଇଁଥିଲା ପାରଦ।

Advertisment

ମାର୍ଚ୍ଚ ମାସରୁ ହିଁ ଭାରତର ବିଭିନ୍ନ ରାଜ୍ୟରେ ଗ୍ରୀଷ୍ମପ୍ରବାହ ବଢିଥିବା ନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଆଗକୁ ନିର୍ବାଚନ ଥିବା ବେଳେ ବିଭିନ୍ନ ରାଜ୍ୟରେ ଗ୍ରୀଷ୍ମପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନିୟମିତ ସୂଚନା ପ୍ରଦାନ କରାଯାଉଛି।

ଏଥିପାଇଁ କୃଷି ବିଭାଗ, ସ୍ବାସ୍ଥ୍ୟ ବିଭାଗ ସହ ନିର୍ବାଚନ ଦାୟିତ୍ବରେ ଥିବା ଅଧିକାରୀମାନଙ୍କୁ ମଧ୍ୟ କଣ କରିବେ କଣ ନକରିବେ ସେ ନେଇ ସଚେତନ କରାଯାଉଛି। ଆଗାମୀ ୫ ଦିନ ମଧ୍ୟରେ ପୂର୍ବାଞ୍ଚଳ ରାଜ୍ୟ ତଥା ଆସାମ, ସିକିମ୍, ଅରୁଣାଚଳପ୍ରଦେଶ, ପଶ୍ଚିମବଙ୍ଗ ଭଳି ରାଜ୍ୟର କିଛି ସ୍ଥାନରେ ଘୂର୍ଣ୍ଣିଝଡ଼ ସହ ବର୍ଷା ସମ୍ଭାବନା ରହିଛି।

Weather Update Heat Wave
Advertisment
Advertisment