ଜଳୁଛି ପଶ୍ଚିମ ଓଡ଼ିଶା । ଆକାଶରୁ ଅଗ୍ନି ବର୍ଷା ହେଉଛି । ଦିନ ସାଢ଼େ ୨ଟା ସୁଦ୍ଧା ୪୫ ଡିଗ୍ରୀ ତାତିରେ ସିଝିଲା ସମ୍ବଲପୁର । ସେଠାରେ ସର୍ବୋଚ୍ଚ ତାପମାତ୍ରା ୪୫.୨ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି ।
ବଢ଼ିବାରେ ଲାଗିଛି ରାଜ୍ୟରେ ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା । ରାଉରକେଲା RGHରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଉରକେଲା RGHରେ ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚିଛି ।
ଅସହ୍ୟ ତାତିରେ ଜଳୁଛି ଓଡ଼ିଶା। ବିଶେଷ ଭାବେ ପଶ୍ଚିମ ଓଡ଼ିଶାରେ ଅଧିକ ତାତି ଅନୁଭୂତ ହେଉଛି। ଗତକାଲି୪୭ ଡିଗ୍ରୀ ଛୁଇଁଥିଲା ଝାରସୁଗୁଡ଼ାର ପାରଦ।
ଛାଇ ଟିକେ ଖୋଜି ଥକା ମେଣ୍ଟାଉଛି ବାଘ। ଆଉ କିଏ ପଶିଛି ପାଣି କୁଣ୍ଡରେ। ଏପଟେ ହଂସମାନେ ଡରୁଛନ୍ତି ତତଲା ପାଣିରେ ପାଦ ରଖିବାକୁ। ଆଉ ହାତୀକୁ ଦରକାର ପଡ଼ୁଛି ଲଗାତର ୱାଟର ସ୍ପ୍ରେ। ଦିଲ୍ଲୀ ଚିଡ଼ିଆଖାନାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ଉତ୍ତର ଭାରତରେ ସବୁ ରେକର୍ଡ ଭାଙ୍ଗୁଛି ହିଟୱେଭ୍ । ଏପଟେ ରାଜ୍ୟରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଆହୁରି ୩ ଦିନ ଗ୍ରୀଷ୍ମପ୍ରବାହ । ଉପକୂଳ ଓଡ଼ିଶାରେ ଆହୁରି ୫ ଦିନ ଗରମ ଓ ଗୁଳୁଗୁଳି...
କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଆଜି କେରଳ ଉପକୂଳରେ ମୌସୁମୀ ବାୟୁ ପ୍ରବେଶ କରିଛି । ଏହାସହ ଦେଶର ଉତ୍ତର ପୂର୍ବ ଭାଗକୁ ମଧ୍ୟ ମୌସୁମୀ ଅଗ୍ରସର ହେଉଥିବା ସୂଚନା ମିଳିଛି ।
ଆଜି ସକାଳ ସାଢ଼େ ୮ଟାରେ ୩୯ ଡିଗ୍ରୀ ସହ ଭବାନୀପାଟଣା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଟିଟିଲାଗଡ଼ରେ ୩୮, ବଲାଙ୍ଗିର ୩୭.୪, ସୋନପୁର ଓ ଝାରସୁଗୁଡ଼ା ୩୬.୬, ହୀରାକୁଦରେ ୩୬.୪, ସମ୍ବଲପୁରରେ ୩୬.୨ ଓ ବୌଦ୍ଧରେ ୩୬ ଡିଗ୍ରୀ ତାତି ରେକର୍ଡ ହୋଇଛି।
ପ୍ରଶାସନ ପକ୍ଷରୁ ଚିନ୍ତାବ୍ୟକ୍ତ କରାଯିବା ସହ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି ।
ପଶ୍ଚିମ ଆକାଶରୁ ଅଗ୍ନିବର୍ଷା । ଗୁଳୁଗୁଳିରେ ଛଟପଟ ଉପକୂଳ ଓଡ଼ିଶା । ଆହୁରି ତିନି ଦିନ ତାତିରୁ ତ୍ରାହି ନାହିଁ । ୩୧ ତାରିଖ ଯାଏ ଉପରମୁହାଁ ହେବ ପାରଦ । ଆସନ୍ତା ୩ ଦିନରେ ଦିନ ତାପମାତ୍ରା ୨-୪ ଡିଗ୍ରୀ ସେଲସିୟସ୍ ଯାଏ ବୃଦ୍ଧି ପାଇବ ।
ରାଜ୍ୟରେ ଆଗାମୀ ଦୁଇ ଦିନ କଲବଲ କରିବ ତାତି । ଦିନ ତାପମାତ୍ରା ୨ରୁ ୪ଡିଗ୍ରୀ ଯାଏ ବଢିବା ସମ୍ଭାବନା । ପ୍ରବଳ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେବେ ଲୋକେ । ତେବେ ଗତକାଲି ରାଜ୍ୟର ୩ ସହରର ତାପମାତ୍ରା ୪୫ ଡିଗ୍ରୀ ଉପରେ ଥିଲା
ତାପମାତ୍ରା ବୃଦ୍ଧି ହେଲେ ବି ରାଜ୍ୟରେ ହିଟୱେଭ ସ୍ଥିତି ସମ୍ଭାବନା ନାହିଁ । ୩୧ ତାରିଖ ପର୍ଯ୍ୟନ୍ତ ପାଣିପାଗରେ ବଡ ଧରଣର ପରିବର୍ତ୍ତନ ହେବନି। କିନ୍ତୁ କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ରହିଛି।
ପ୍ରବଳ ବର୍ଷିଲା । ଉପୁଡ଼ିଲା ଗଛ । ବାତ୍ୟା ରେମାଲ ପ୍ରଭାବରେ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି ।
ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟାର ରୂପ ନେବ ଓ ୨୬ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି।
ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ୨୫ ସକାଳ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ସାଇକ୍ଲୋନ । ୨୬ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେଇପାରେ । ବାଂଲାଦେଶ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ପାଖାପାଖି ପହଞ୍ଚିବ । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ କେନ୍ଦ୍ର ।
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ଓ ତତ୍ ସଂଲଗ୍ନ ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।
ଆସୁଛି ବଡ ବର୍ଷା । ଆଜି ଲଘୁଚାପ, ୨୪ରେ ହେବ ଅବପାତ । ଆଜି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଦାନା ବାନ୍ଧିବ ଲଘୁଚାପ କ୍ଷେତ୍ର । ଏହା ଉତ୍ତରପୂର୍ବ ଦିଗରେ ଗତି କରି ଅଧିକ ଘନୀଭୂତ ହେବ ।
ଆସୁଛି ଲଘୁଚାପ । ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଏହି ସମୟରେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ।
ତେବେ ବାତ୍ୟା ନେଇ ଏଯାଏଁ କୌଣସି ଆକଳନ କରାଯାଇନି। ୨୨ ତାରିଖ ପରେ କିମ୍ବା ଲଘୁଚାପ ସୃଷ୍ଟି ହେବା ପରେ ହିଁ ଚିତ୍ର ସ୍ପଷ୍ଟ ହେବ।
କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ୨୪ତାରିଖ ବେଳକୁ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ପ୍ରାକ୍ ମୌସୁମୀ ଋତୁରେ ବାତ୍ୟାର ସମ୍ଭାବନା ରହିଥାଏ।
ଆଗାମୀ ୨୨ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।
ଆଜିଠୁ ୨୧ ତାରିଖ ଯାଏ ତାପମାତ୍ରା ୩ରୁ ୫ ବୃଦ୍ଧି ପାଇବ । ୨୦ ତାରିଖ ପାଇଁ ୬ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି କରିଛି ।
ଆସନ୍ତାକାଲିଠୁ ବଢ଼ିବ ତାତି, ୨ରୁ ୪ ଡିଗ୍ରୀ ବଢ଼ିବ । ଆସନ୍ତା ୫ ଦିନ ଯାଏ ହିଟ୍ ୱେଭ ହେବନି । ଦୁଇ ଦିନ ଯାଏ କେତେକ ସ୍ଥାନରେ ବର୍ଷା ପବନ । ମେ ୧୯ ସୁଦ୍ଧା ନିକୋବରରେ ମୌସୁମୀ ବାୟୁ ।
ମେ ୧୯ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ଓ ନିକୋବର ଦ୍ୱୀପ ପୁଞ୍ଜ ଛୁଇଁବ। ଏହା କହିଛି ଭୁବନେଶ୍ୱର ପାଣିପାଗ ବିଭାଗ ।
ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ଯୋଗୁ ତାତିରୁ ମିଳିଛି ଆଶ୍ୱସ୍ତି । ହେଲେ ଗତକାଲି ବିଳମ୍ବିତ ରାତିରେ ଏହି କାଳବୈଶାଖୀ ବର୍ଷା ଟ୍ୱିନ୍ ସିଟିକୁ ଅସ୍ତବ୍ୟସ୍ତ କରିପକାଇଛି । ହଠାତ କିଛି ସମୟ ପାଇଁ ଘଡଘଡ଼ି ବିଜୁ ସହ ପ୍ରବଳ ବର୍ଷା ହୋଇଥିଲା ।
କାଳବୈଶାଖୀ ବର୍ଷା ପାଇଁ ତାତିରୁ ମିଳିଛି ଆଶ୍ବସ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା କମିଛି । ଆହୁରି ୪ ଦିନ କାଳବୈଶାଖୀ ସମ୍ଭାବନା ।