Advertisment

ଫୁଟୁଛି ଅଧା ଓଡ଼ିଶା ! ପ୍ରବଳ ତାତିରେ ଫୁଟୁଛି ରାଜ୍ୟର ଅଧିକାଂଶ ଅଞ୍ଚଳ

ଆଜି ରାଜ୍ୟର ୮ଟି ସହର ୪୦ ଡିଗ୍ରୀ ଛୁଇଁଲା । ୪୦.୪ ଡିଗ୍ରୀ ସହ ବାରିପଦା ଓ ଝାରସୁଗୁଡ଼ା ସର୍ବାଧିକ ଉତ୍ତପ୍ତ ।

author-image
Satyendu Shekher Mishra
undefined

Heat Wave

ଅସମ୍ଭାଳ ହେବ ଗ୍ରୀଷ୍ମ ପ୍ରବାହ, ରେକର୍ଡ ପରେ ରେକର୍ଡ ଭାଙ୍ଗିପାରେ ପାରଦ। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି। ବିଶେଷ କରି ଏଥର ଏପ୍ରିଲରେ ଗ୍ରୀଷ୍ମପ୍ରବାହ ଦିବସ ଅଧିକ ରହିବା ସହ ପାରଦ ସ୍ବାଭାବିକଠାରୁ ଅଧିକ ରହିପାରେ। ଏସବୁ ଭିତରେ ଆଜି ପ୍ରବଳ ତାତିରେ ଫୁଟିଛି ରାଜ୍ୟର ଅଧିକାଂଶ ଅଞ୍ଚଳ। ଆଜି ରାଜ୍ୟର ୮ଟି ସହର ୪୦ ଡିଗ୍ରୀ ଛୁଇଁଥିବା ବେଳେ ୪୦.୪ ଡିଗ୍ରୀ ସହ ବାରିପଦା ଓ ଝାରସୁଗୁଡ଼ା ସର୍ବାଧିକ ଉତ୍ତପ୍ତ ସ୍ଥାନ ପାଲଟିଛି। ସେହିପରି ବଲାଙ୍ଗିର ୪୦.୩, ତାଳଚେର ଏବଂ ଭବାନୀପାଟଣା ୪୦ ଡିଗ୍ରୀ ରହିଥିଲା। ଟିଟିଲାଗଡ଼, ନୟାଗଡ଼ ଓ ବୌଦ୍ଧ ବି ୪୦ ଡିଗ୍ରୀ ସହ ପାଲଟିଲା ଉତ୍ତପ୍ତ ସହର। ଭୁବନେଶ୍ୱର ୩୯.୪ ଏବଂ କଟକରେ ରେକର୍ଡ କରାଯାଇଛି ୩୯.୪ ଡିଗ୍ରୀ।

Advertisment

Weather News Weather Update Heat Wave
Advertisment
Advertisment