ଲଗାଣ ବର୍ଷାରେ ବେହାଲ୍ ସିକ୍କିମ। ସିକ୍କିମ-ପଶ୍ଚିମବଙ୍ଗ ରାସ୍ତା ଏନଏଚ୍-୧୦ରେ ପୁଣି ଭୂସ୍ଖଳନ ହୋଇଛି । ଫଳରେ ସିଲିଗୁରିରୁ ସିକ୍କିମ ରାସ୍ତାରେ ଯାତାୟତ ବନ୍ଦ ରହିଛି ।
୮୮ ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ ବର୍ଷା । ପ୍ରବଳ ବର୍ଷା ପରେ ପାଣିରେ ଭାସୁଛି ରାଜଧାନୀ ଦିଲ୍ଲୀ ।
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଯୋଗୁଁ ୪ ଦିନ ପ୍ରବଳ ବର୍ଷା ସମ୍ଭାବନା । ବିଜୁଳି, ଘଡ଼ଘଡ଼ି ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଲା ପାଣିପାଗ ବିଭାଗ ।
ରାଜଧାନୀରେ ପ୍ରବଳ ବର୍ଷା। ହଠାତ୍ ବଦଳିଲା ପାଗ। ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ। ଭୁବନେଶ୍ବରରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେଉଛି।
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଏହା ପ୍ରଭାବରେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ ।
୨୬ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା ।
ମୌସୁମୀ ସକ୍ରିୟ ହେବା ପରେ ରାଜ୍ୟରେ ଜାରି ରହିଛି ବର୍ଷା । ତିନି ଦିନ ପାଇଁ ଝଡ଼ ତୋଫାନ ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।
କିଛି ଦିନର ଲୁଚକାଳି ଖେଳ ପରେ ଓଡ଼ିଶାରେ ଆଗକୁ ବଢୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଉଛି।
ଆସନ୍ତା ୩ ଦିନ ଭିତରେ ରାଜ୍ୟର ଆଉ କିଛି ଅଞ୍ଚଳକୁ ଅଗ୍ରସର ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେପଟେ ଆସନ୍ତା ୫ ଦିନ ଯାଏ ରାଜ୍ୟରେ ବର୍ଷାର ପ୍ରଭାବ ରହିବ।
ଗମ୍ଗମ୍ ହୋଇ ଝାଳ ବୋହୁଥିଲା। ତେବେ ଅପରାହ୍ନରେ ହଠାତ୍ ରାଜଧାନୀ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ତା’ପରେ ଧୂଳି ଝଡ଼ ହେବା ସହିତ ଘଡ଼ଘଡ଼ି ମାରିଥିଲା। ପବନ ସହିତ ବର୍ଷା ଆରମ୍ଭ ହୋଇଥିଲା। ଧୀରେ ଧୀରେ ବର୍ଷାର ପରିମାଣ ବଢ଼ିଥିଲା।
ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକୁ ୩ ଦିନ ଯାଏଁ ଗୁଳୁଗୁଳିରୁ ନିସ୍ତାର ନାହିଁ । ୩ ଦିନ ଯାଏଁ ପ୍ରବଳ ଗୁଳୁଗୁଳି ଜାରି ରହିବ ବୋଲି ପୂର୍ବାନୁମାନ । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଆଶ୍ବସ୍ତି ଆଣିବ ବର୍ଷା ।
୨୪ ଘଣ୍ଟାରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି।
ଓଡ଼ିଶାରେ ପହଞ୍ଚିଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବର୍ତ୍ତମାନ କୋରାପୁଟ ଜିଲ୍ଲାରେ ସକ୍ରିୟ ରହିଛି। ଏହା ୩-୪ ଦିନ ପରେ ଅଗ୍ରସର ହେବାର ସମ୍ଭାବନା ଥିବାରୁ ରାଜ୍ୟରେ ୧୭ ତାରିଖରୁ ବର୍ଷା ହେବ। ଉପକୂଳରେ ପ୍ରାକ୍ ମୌସୁମୀ ବର୍ଷା ହେଉଥିଲେ ବି ଗୁଳୁଗୁଳି କିନ୍ତୁ ରହିବ ବୋଲି କହିଛି ପାଣିପାଗ ବିଭାଗ।
ତେବେ ଆଗାମୀ ୫ ଦିନ ଯାଏଁ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁରକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି।
ରାଜ୍ୟରେ ଆଗାମୀ ୫ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମଲହରୀ। ପାଗ ଅନୁକୂଳ ନଥିବାରୁ ଅଗ୍ରସର ହୋଇପାରୁନି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଆହୁରି ୩ରୁ ୪ ଦିନ ପର୍ଯ୍ୟନ୍ତ ମଧ୍ୟ ମୌସୁମୀ ଅଗ୍ରସର ହୋଇ ନ ପାରେ।
ଗ୍ରୀଷ୍ମ ତାତିକୁ ନଜରରେ ରଖି ୮ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି SRC ।
ରାଜ୍ୟରେ ମୌସୁମୀ ବାୟୁ ଆଗକୁ ବଢ଼ିବାକୁ ସ୍ଥିତି ଅନୁକୂଳ ନାହିଁ । ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ଅଗ୍ରସର ହୋଇ ନପାରେ ମୌସୁମୀ ବାୟୁ । ମୌସୁମୀ ସକ୍ରିୟ ହୋଇ ପାରୁନଥିବାରୁ ବର୍ତ୍ତମାନ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ପବନ ପ୍ରବେଶ କରୁଛି ।
ରାଜ୍ୟରେ ଗରମ ଗୁଳୁଗୁଳିରୁ ତ୍ରାହି ମିଳୁନି । ଆସନ୍ତା ୨ ଦିନ ଭିତରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।
ଆଜି ପାଇଁ ରାୟଗଡ଼ା, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
କଟକର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମିଥିବା ସୂଚନା ମିଳିଛି।
ଆସନ୍ତା ୫ ଦିନ ଯାଏଁ ତାତି ଓ ଗୁଳୁଗୁଳିରୁ ନିସ୍ତାର ନାହିଁ । ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଓ ତାତି ରହିବା ସମ୍ଭାବନା । ସୂଚନା ଦେଲେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା
ଜଳୁଛି, ଜାଳୁଛି ଏଥରର ଖରା। ଚଳିତ ଗ୍ରୀଷ୍ମରେ ଏବେ ସୁଦ୍ଧା ରାଜ୍ୟରେ ଆସିଲାଣି ୯୬ଟି ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ। ମେ ୩୦ ସୁଦ୍ଧା ୪୨ଟି ଅଭିଯୋଗ ଆସିଥିବା ବେଳେ, ଗତ ୪୮ଘଣ୍ଟାରେ ଅଂଶୁଘାତରେ ୫୪ ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଛି।
ରାଜ୍ୟରେ ଏବେ ମୃତ୍ୟୁର ଖେଳ ଖେଳୁଛି ଗ୍ରୀଷ୍ମ ପ୍ରବାହ । ଘରୁ ଗୋଡ଼ କାଢ଼ିଲେ ସତେଯେମିତି ଭିଡ଼ି ନେଉଛି ମରଣର କୋରଡ଼କୁ ।
କାହିଁକି ହଠାତ୍ ରୌଦ୍ର ନିଆଁ ଝାମ୍ପି ନେଉଛି ଜୀବନ । ରାଜ୍ୟରେ ଦୁଇ ଦିନରେ ୨୦ରୁ ଅଧିକ ଜୀବନହାନୀ ପରେ, ଓଡ଼ିଶାବାସୀଙ୍କୁ ଛାନିଆ କରିଛି ଓ ୧୯୯୮ ସ୍ଥିତି ବି ମନେ ପକାଇ ଦେଇଛି ।
ଜଳୁଛି ପଶ୍ଚିମ ଓଡ଼ିଶା । ଆକାଶରୁ ଅଗ୍ନି ବର୍ଷା ହେଉଛି । ଦିନ ସାଢ଼େ ୨ଟା ସୁଦ୍ଧା ୪୫ ଡିଗ୍ରୀ ତାତିରେ ସିଝିଲା ସମ୍ବଲପୁର । ସେଠାରେ ସର୍ବୋଚ୍ଚ ତାପମାତ୍ରା ୪୫.୨ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି ।