ରାଜ୍ୟରେ ଜାରି ରହିଛି ଶୀତ ଲହରି । ଅଧିକାଂଶ ସ୍ଥାନରେ ୧୫ ଡିଗ୍ରୀ ତଳେ ପାରଦ ରହିଛି । ଦୁଇ ଦିନ ପରେ ରାତି ପାରଦ ଆହୁରି ୨ରୁ ୩ ଡିଗ୍ରୀ ବଢିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଆସନ୍ତାକାଲି ଠାରୁ ପାଗରେ ପରିବର୍ତ୍ତନ ସହ ଦିନ ତାପମାତ୍ରା ସାମାନ୍ୟ ବଢ଼ିବ। ରାତି ତାପମାତ୍ରା କିନ୍ତୁ ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ କମ୍ ରହିବା ସହ ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଅଦିନିଆ ବର୍ଷାରେ ବେହାଲ୍ ସାରା ରାଜ୍ୟ। ଉତ୍ତର-ପଶ୍ଚିମା ପବନ ସାଙ୍ଗକୁ ଗୁରୁଚାପ ଏବଂ ନିମ୍ନରେଖା ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଲାଗି ରହିଛି ବର୍ଷା।
ଟ୍ୱିନସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା । ଆସନ୍ତାକାଲି ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିରହିବ କୋହଲା ପାଗ । ଦକ୍ଷିଣ ଛତିଶଗଡ଼ ବାୟୁମଣ୍ଡଳ ଉପରି ଭାଗରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ କୋହଲା ପାଗ ଜାରି ରହିବ ।
ଗତକାଲି ରାଜଧାନୀ ଭୁବନେଶ୍ୱର ସମେତ କଟକ, କେନ୍ଦ୍ରାପଡା, ରାଉରକେଲା, ଅନୁଗୁଳ ଓ ଫୁଲବାଣୀରେ ଘନ କୁହୁଡି ଦେଖିବାକୁ ମିଳିଥିଲା ।
ତେବେ ଆଗାମୀ ୩ ଦିନ ଯାଏଁ ପାଗରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ।
ରାଜ୍ୟକୁ ପୁଣି ଫେରିଛି ଶୀତ । ବିଭିନ୍ନ ସ୍ଥାନରେ ପାରଦ ଖସିବା ସହ ଅଧିକ ଶୀତ ଅନୁଭୂତ ହେଉଛି । ସକାଳୁ ସକାଳୁ ପ୍ରବଳ ଶୀତ ସହ ଘନକୁହୁଡି ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହେଉଛି ।
ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝର ବିଭିନ୍ନ ସ୍ଥାନରେ ଘନକୁହୁଡ଼ି ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।
ନୂଆ ବର୍ଷ ଆରମ୍ଭରୁ ବର୍ଷା ! ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ସମ୍ଭାବନା ।
ଆଭ୍ୟନ୍ତରୀଣ ଜିଲ୍ଲାରେ ଶୀତର ପ୍ରକୋପ ଜାରି । ଉପକୂଳ ଓ ଦକ୍ଷିଣ ଓଡ଼ିଶାକୁ କୁହୁଡ଼ି ସତର୍କତା ।
ରାଜ୍ୟରେ ଶୀତ ସାମାନ୍ୟ କମିଛି, ବଢିଛି କୁହୁଡି । ଗତ ୨୪ ଘଣ୍ଟାରେ ଅଧିକାଂଶ ସ୍ଥାନରେ ବୃଦ୍ଧି ପାଇଛି ରାତି ତାପମାତ୍ରା । ଦୁଇଦିନ ପାଇଁ ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ କୁହୁଡ଼ି ସତର୍କତା ଜାରି ହୋଇଛି । ଏହିସବୁ ସ୍ଥାନରେ ସକାଳୁ କୁହୁଡ଼ି ରହିବ ବୋଲି ପୂର୍ବାନୁମାନ କରାଯାଇଛି ।
ସାରା ରାଜ୍ୟରେ ଅସହ୍ୟ ଜାଡ । ପାରଦ ତଳକୁ ତଳକୁ ଖସୁଛି । ଥଣ୍ଡାରେ ଥରୁଛନ୍ତି ସମସ୍ତେ । ତେବେ ରାଜ୍ୟ ମଧ୍ୟକୁ ଉତ୍ତର ତଥା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହ ଦୁର୍ବଳ ଏବଂ ଆକାଶ ନିର୍ମଳ ଥିବାରୁ ଆଜିଠୁ ଶୀତର ପ୍ରକୋପ ସାମାନ୍ୟ କମିବା ସମ୍ଭାବନା ରହିଛି ।
ରାଜଧାନୀରେ ଏବେ ରାଜ କରୁଛି ଶୀତ । ପ୍ରବଳ ଶୀତରେ କେମିତି ଶୋଇଛି ରାଜଧାନୀ । କେମିତି ଶୋଇଛି ରାଜଧାନୀର ରାସ୍ତାଘାଟ, ଆଉ କେମିତି ଶୀତ ସହ ସଂଘର୍ଷ କରୁଛନ୍ତି ବାସହରା । ଦିନ ସାରାର ଖଟଣି ପରେ ରାତିରେ ମୁଣ୍ଡ ଗୁଞ୍ଜିବା ବହୁ କଷ୍ଟକର ହେଉଛି ବାସହରାଙ୍କ ପାଇଁ ।
ଶୀତରେ ଥରୁଛି ସାରା ଓଡ଼ିଶା । ସବୁଠି ପାରଦ ତଳ ମୁହାଁ ହେଉଥିବାରୁ ଥଣ୍ତାରେ ଥରୁଛି ପୁରା ରାଜ୍ୟ । ରାତି ତାପମାତ୍ରା ସ୍ୱାଭାବିକଠାରୁ ୨ ରୁ ୩ ଡିଗ୍ରୀ ତଳକୁ ଖସି ଆସିଛି । ୧୦ ଡିଗ୍ରୀ ତଳେ ରାଜ୍ୟର ପ୍ରାୟ ୧୪ ଟି ସହରର ତାପମାତ୍ରା ।
ପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁଥିବାରୁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।
ଆଗାମୀ ୪ରୁ ୫ ଦିନ ଯାଏଁ ମଧ୍ୟ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ସପ୍ତାହ ହେଲାଣି ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ଜାଡ ଅନୁଭୁତ ହେଉଛି । ସକାଳେ କୁହୁଡିର ଧଳା ଚାଦରରେ ଢାକିଂ ହୋଇଯାଉଛି ରାସ୍ତାଘାଟ । ବର୍ଷା ଛାଡିଲା ପରେ ଜାଡ ଶୀତ ଯୋଗୁଁ ସାଧାରଣଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।
ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡା । ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଜାଡ଼ରେ ଅସ୍ତବ୍ୟସ୍ତ ସାଧାରଣ ଜନଜୀବନ । ବିଶେଷକରି ଉପାନ୍ତ ଓ ପାହାଡିଆ ଅଞ୍ଚଳ ମାନଙ୍କରେ ଅଧିକ ଶୀତ ଅନୁଭୂତ ହେଉଛି । ରାଜ୍ୟର କିଛି କିଛି ସ୍ଥାନରେ ଘନ କୁହୁଡି ମଧ୍ୟ ଦେଖିବାକୁ ମିଳିଛି ।
ଆଭ୍ୟନ୍ତରୀଣ ଓଡିଶାରେ ଶୀତର ପ୍ରଭାବ ଅଧିକ ରହିଛି। ଆସନ୍ତା ଦୁଇ ଦିନ ଭିତରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଆସନ୍ତା ୨ରୁ ୩ ଦିନ ମଧ୍ୟରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତଲ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ତଳକୁ ଖସିଛି ରାତି ବେଳର ତାପମାତ୍ରା । ଦିନେ ୨ ଦିନ ଭିତରେ ୩ରୁ ୫ ଡିଗ୍ରୀ ଯାଏଁ ରାତି ତାପମାତ୍ରା ଖସିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତୋଡ ଦେଖାଇଲା ଭୀଷଣ ବାତ୍ୟା ମିଗଜୋମ୍। ଉପୁଡିଲା ବଡ ବଡ ଗଛ, ବିଦ୍ୟୁତ ଖୁଣ୍ଟ। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଜି ଦିନ ପ୍ରାୟ ସାଢେ ୧୨ଟାରେ ଦକ୍ଷିଣ ଆନ୍ଧ୍ରର ବାପଟଲା ଅଂଚଳରେ ବାତ୍ୟା ଲ୍ୟାଣ୍ଡଫଲ କରିଛି।
ବାତ୍ୟା ମିଗଜୋମ୍ ପ୍ରଭାବରେ ତାମିଲନାଡୁ ବି ଉବୁଟୁବୁ । ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ଅବିଶ୍ରାନ୍ତ ବର୍ଷା ଓ ଜଳପ୍ରଳୟ। ଚେନ୍ନାଇ ମହାନଗରୀର ଗଳିକନ୍ଦି, ଛକବଜାର, ଆପାର୍ଟମେଣ୍ଟଠୁ ଆରମ୍ଭ କରି ଏୟାରପୋର୍ଟ ଓ ସବୱେ।
ସ୍କୁଲ, କଲେଜ, ବ୍ୟାଙ୍କ ସହ ସବୁ ଅଫିସ ବନ୍ଦ ଥିବା ବେଳେ, ବର୍ଷା ବିତ୍ପାତରେ ୫ ଜଣଙ୍କ ଜୀବନ ଯାଇଥିବା ବି ସୂଚନା ମିଳିଛି
ନେଲୋର-ମଛଲିପଟନମ୍ ମଝି ବାପଟଲାରେ ସ୍ଥଳଭାଗ ଅତିକ୍ରମ କରିବ । ବାପାଟଲା ନିକଟରେ ଆସନ୍ତାକାଲି ପୂର୍ବାହ୍ନରେ ଅତିକ୍ରମ କରିବ ବାତ୍ୟା ।