/odishatv-khabar/media/post_attachments/uploadimage/library/16_9/16_9_0/Weather_1711164887.jpg)
Weather
କାଳବୈଶାଖୀ ବର୍ଷା ପରେ ସାରା ରାଜ୍ୟରେ ତାପମାତ୍ରା ପୁଣିଥରେ ବୃଦ୍ଧି ପାଇଛି । ଗତକାଲି ରାଜ୍ୟର ଅଧିକାଂଶ ସହରର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ଟପିଯାଇଥିଲା । ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ପହଞ୍ଚିଥିଲା । ଆଜି ଓ କାଲି ମଧ୍ୟ ସମାନ ସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ତେବେ ୨୫ ତାରିଖରେ ଉତ୍ତର ଓ ଉପକୂଳ ଓଡ଼ିଶାରେ କୋହଲା ପାଗ ରହିବ । ୨୬ ତାରିଖଠାରୁ ପୁଣିଥରେ ତାତି ଉପରମୁହାଁ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ମାର୍ଚ୍ଚ ଶେଷ ବେଳକୁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି । ତାତି ବଢ଼ିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆଗାମୀ ୩ ଦିନ ମଧ୍ୟରେ ତାପମାତ୍ରା ୮ରୁ ୧୦ ଡିଗ୍ରୀ ବୃଦ୍ଧି ସମ୍ଭାବନା ଥିବା କୁହାଯାଇଛି । ମାର୍ଚ୍ଚ ଶେଷ ବେଳକୁ ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୦ ଛୁଇଁପାରେ । କାଳବୈଶାଖୀ ଯୋଗୁ ଖସିଥିବା ତାପମାତ୍ରା ପୁଣି ଉପରକୁ ଉଠିବ । ଫଳରେ ରାଜ୍ୟକୁ ପୁଣି ଫେରିବ ଗ୍ରୀଷ୍ମ ପ୍ରବାହ । ଅନ୍ୟପଟେ ଘନ କୁହୁଡ଼ିରେ ଘୋଡ଼ାଇ ହୋଇଛି ଢେଙ୍କାନାଳ ସହର ।
ଆଜି ସକାଳୁ ପୁରା ସହରରେ କୁହୁଡ଼ିର ଘନ ଆସ୍ତରଣ ଦେଖିବାକୁ ମିଳିଥିଲା । ସ୍ଥିତି ଏଭଳି ଥିଲା ଯେ ୧୦୦ମିଟର ଆଗକୁ କିଛି ବି ଦୃଶ୍ୟମାନ ହେଉନଥିଲା । ଏଥିପାଇଁ ଯାତାୟତରେ ଅସୁବିଧା ଦେଖାଦେଇଥିଲା । ରାସ୍ତାଘାଟରେ ଗାଡିଚାଳକ ଲାଇଟ ଲଗାଇ ଗାଡି ଚଳାଉଥିବା ଦେଖିବାକୁ ମିଳିଥିଲା । ୫୫ ନମ୍ବର ଜାତୀୟ ରାଜପଥରେ ଘନ କୁହୁଡି ପାଇଁ ଗାଡି ଚଳାଚ଼ଳ ବାଧାପ୍ରାପ୍ତ ହୋଇଛି I ଢେଙ୍କାନାଳ ସହର ସମେତ ଆଖପାଖ ଅଞ୍ଚଳରେ ଏଭଳି ଘନକୁହୁଡି ଦେଖିବାକୁ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)