Advertisment

ତାତିକୁ ଦେଖି SRC ଙ୍କ କଡ଼ା ନିର୍ଦ୍ଦେଶ, ପର୍ଯ୍ୟାପ୍ତ ଜଳଛତ୍ର ଖୋଲ..

ଆଗକୁ ଗ୍ରୀଷ୍ମ ପ୍ରବାହ ଆହୁରି ତୀବ୍ର ହୋଇପାରେ। ତେଣୁ ଖରା ବଢୁଥିବାରୁ ପର୍ଯ୍ୟାପ୍ତ ଜଳଛତ୍ର ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।

author-image
Manoranjan Behera
ଅଦ୍ୟତନ ହୋଇଛି
SRC Advisory

SRC Advisory

ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦେଖି ସମସ୍ତ ପ୍ରକାର ପ୍ରସ୍ତୁତି କରିବାକୁ ବିଭିନ୍ନ ମହାନଗର ନିଗମମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସ.ଆର.ସି। ସତର୍କତା ପଦକ୍ଷେପ ମୂଳକ ପ୍ରମୁଖ ସହରରେ ପର୍ଯ୍ୟାପ୍ତ ଜଳଛତ୍ର ଖୋଲିବାକୁ ଏସ.ଆର.ସି ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ମହାନଗର କମିଶନରଙ୍କୁ ଏସ୍ ଆର୍ ସି ଏନେଇ ଚିଠି ଲେଖିଛନ୍ତି।

Advertisment

ଚିଠିରେ ଉଲ୍ଲେଖ ଅଛି ଯେ, ବିଭିନ୍ନ ଛକରେ ବିଶ୍ରାମ ଗୃହ, ପାନୀୟ ସୁବିଧା ନଥିବା ଜଳଛତ୍ର ନଥିବା ଦୃଷ୍ଟିକୁ ଆସିଛି। ଆଗକୁ ଗ୍ରୀଷ୍ମ ପ୍ରବାହ ଆହୁରି ତୀବ୍ର ହୋଇପାରେ। ତେଣୁ ଖରା ବଢୁଥିବାରୁ ପର୍ଯ୍ୟାପ୍ତ ଜଳଛତ୍ର ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ସେହିଭଳି ଶ୍ରମିକମାନଙ୍କ ପାଇଁ ମଧ୍ୟ ନିର୍ଦ୍ଦେଶନାମା ଜାରି କରାଯାଇଛି। ଜୁନ ୧୫ ଯାଏଁ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ସାଢେ ୩ଟା ମଧ୍ୟରେ ଶ୍ରମିକ ମାନଙ୍କୁ କାମରେ ନଲାଗାଇବାକୁ ନିର୍ଦ୍ଦେଶନାମା ଜାରିକରାଯାଇଛି। ଶ୍ରମ ବିଭାଗ ପକ୍ଷରୁ ସମସ୍ତ ରାଜସ୍ୱ କମିଶନର, ଜିଲ୍ଲାପାଳ ଏବଂ ଶ୍ରମ କମିଶନରଙ୍କୁ ଏଗି ନିର୍ଦ୍ଦେଶ ଦିଆଯାଇଛି।

ଅଧିକ ପଢ଼ନ୍ତୁ: ରାଜଧାନୀରେ ନିଆଁ ବର୍ଷା ! ଘରୁ ବାହାରିଲେ ଦେହ ଜଳିଯାଉଛି

ସେପଟେ ଜଳୁଛି ରାଜଧାନୀ ଭୁବନେଶ୍ୱର। ତାପମାତ୍ରା ୪୪ ଡିଗ୍ରୀ ପାର୍। ସର୍ବାଧିକ ତାପମାତ୍ରା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଜି ତାପମାତ୍ରା ଆହୁରି ବଢ଼ିବା ନେଇ ଆଶଙ୍କା କରୁଛି ପାଣିପାଗ ବିଭାଗ।

Advertisment

ତେବେ ଆସନ୍ତାକାଲି ବି ଜାରି ରହିବ ଭୀଷଣ ଗ୍ରୀଷ୍ମପ୍ରବାହ। ରାଜ୍ୟରେ ଏଭଳି ସ୍ଥିତି ଆହୁରି ୨ ରୁ ୩ ଦିନ ଲାଗି ରହିବ। ସମ୍ଭାବ୍ୟ ସ୍ଥିତିକୁ ଦେଖି ୬ ତାରିଖ ଯାଏଁ ୧୧ଟି ଜିଲ୍ଲାକୁ ହିଟୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି। ସେସବୁ ଜିଲ୍ଲା ହେଉଛି, ନୟାଗଡ଼, ବୌଦ୍ଧ, କନ୍ଧମାଳ, କଟକ, ଭଦ୍ରକ, ଯାଜପୁର, ବଲାଙ୍ଗିର, କଳାହାଣ୍ଡି, ମାଲକାନଗିରି, କୋରାପୁଟ ଏବଂ ଢେଙ୍କାନାଳ।

ଏହି ୧୧ଟି ଜିଲ୍ଲାରେ ଦିନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ରାତିରେ ପ୍ରବଳ ଗରମ ଅନୁଭୁତ ହେବ। ଦିନ ତାପମାତ୍ରା ସାଧାରଣ ତାପମାତ୍ରାରୁ ଅଧିକ ୩ରୁ ୫ ଡିଗ୍ରୀ ରହିବ। ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଗୁଳୁଗୁଳିର ପ୍ରଭାବ ଅଧିକ ରହିବ। ଗତକାଲି ଦିନର ତାପମାତ୍ରା ୪୨ ଡିଗ୍ରୀକୁ ଛୁଇଁବା ସହ ପ୍ରବଳ ଖରାରେ ସିଝିଥିଲା ସାରା ଓଡ଼ିଶା।

SRC Weather Update Heat Wave
Advertisment
Advertisment