Advertisment

ତାଲିବାନୀ ଶାସନରେ ଅତିଷ୍ଠ ମହିଳା... ଭୋଗୁଛନ୍ତି ନର୍କ ଯନ୍ତ୍ରଣା

ମହିଳାମାନଙ୍କୁ ଜେଲରେ ବନ୍ଦୀଭାବରେ ରଖାଯାଇଛି। ସେଠାରେ ଶାରୀରିକ ନିର୍ଯାତନା ଦିଆଯାଉଛି। ଆଫଗାନିସ୍ତାନରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସ କୋଡର ବ୍ୟବସ୍ଥା କରାଯାଇଛି।

author-image
Sonali Ojha
Taliban

Taliban

ବହୁରୂପୀ ତାଲିବାନ। ଆଫଗାନିସ୍ତାନରେ ଶାସନଭାର ହାତକୁ ନେବା ପରେ ଆହୁରି ଅଧିକ କ୍ରୁର ହେବାରେ ଲାଗିଛି। ନିଜର ହିଂସ୍ର ପ୍ରକୃତିକୁ ଛାଡିପାରୁନି। ସେମାନଙ୍କୁ ପ୍ରତିବାଦ କଲେ ମିଳୁଛି ଅକଥନୀୟ ନିର୍ଯାତନା। ଆଫଗାନିସ୍ତାନରେ ବଢିବାରେ ଲାଗିଛି ଦୁର୍ଦ୍ଦଶା। ତେବେ ମହିଳାଙ୍କ ପରିସ୍ଥିତି ନେଇ ମିଳିତ ଜାତିସଂଘ ପକ୍ଷରୁ ଏକ ଉଦବେଗଜନକ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ ମହିଳା ଓ ବାଳିକାଙ୍କୁ ବନ୍ଦୀ କରିଯାଇଥିବା ନେଇ ଚିନ୍ତା ପ୍ରକଟ କରାଯାଇଛି।

Advertisment

ତାଲିବାନ ସର୍ବଦା ମହିଳା ବିରୋଧୀ ହୋଇଆସିଛି । ମହିଳାଙ୍କ ପ୍ରତି ତାଲିବାନଙ୍କ ଶାସନ ଆଜି କାହାକୁ ଅଛପା ନାହିଁ । ତାଲିବାନ ଶାସନ ଭାର ନେବା ପରେ ସ୍ଥିତି କ୍ରମାଗତ ଭାବରେ ଖରାପ ହେବାରେ ଲାଗିଛି। ମହିଳାମାନଙ୍କ ପାଇଁ କଟକଣା ବି ବଢିଛି। ଗତ ୨୦୨୧ ମସିହାରେ ଆଫଗାନିସ୍ତାନକୁ କବ୍ଜା କରିଥିବା ତାଲିବାନମାନେ କ୍ରମାଗତ ଭାବେ ମହିଳା ବିରୋଧୀ ଆଇନ ଆଣୁଥିବା ଦେଖିବାକୁ ମିଳିଛି ।

ଖାମା ପ୍ରେସ ରିପୋର୍ଟ ଅନୁଯାୟୀ, ମହିଳାମାନେ ଘରୁ ଏକାକୀ ବାହାରକୁ ଆସିବା ଉପରେ କଟକଣା ରହିଛି। କେବଳ ପୁରୁଷଙ୍କ ସହ ସେମାନେ ବାହାରକୁ ଯାଇପାରିବେ। ମହିଳାମାନଙ୍କୁ ଜେଲରେ ବନ୍ଦୀଭାବରେ ରଖାଯାଇଛି। ସେଠାରେ ସେମାନଙ୍କୁ ଶାରୀରିକ ନିର୍ଯାତନା ଦିଆଯାଉଛି। ଆଫଗାନିସ୍ତାନରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସ କୋଡ ବ୍ୟବସ୍ଥା କରାଯାଇଛି। ଏହାକୁ ନମାନିଲେ ସେମାନଙ୍କୁ ଜେଲରେ ବନ୍ଦୀ ଭାବରେ ରଖାଯାଉଛି। ଜାନୁଆରୀ ମାସରୁ ସେମାନଙ୍କୁ ମନଇଚ୍ଛା ଗିରଫ କରାଯାଉଛି।

Advertisment

ଗିରଫ ମହିଳାଙ୍କ ମଧ୍ୟରୁ ଅଧିକାଂଶ ପଶ୍ଚିମ କାବୁଲ ଅଞ୍ଚଳର । ଏଥିସହ ବାମିଆନ, ଡାଏକୁଣ୍ଡି, ପଞ୍ଜଜୀର, ବାଲଖ ଏବଂ କୁଣ୍ଡୁଜ ପ୍ରଦେଶରେ ମହିଳାମାନଙ୍କୁ ଅଟକ ରଖାଯାଇଛି। ସେଠାରେ ସେମାନଙ୍କୁ ଦୁର୍ବ୍ୟବହାର ସହ ଶାରୀରିକ ନିର୍ଯାତାନ ମଧ୍ୟ ଦିଆଯାଉଛି। ଜେଲରେ ସେମାନଙ୍କୁ କେବଳ ଦିନକୁ ଥରେ ଖାଦ୍ୟ ଦିଆଯାଉଥିବା କୁହାଯାଇଛି। ଲାଗୁ ହୋଇଥିବା କଟକଣା ହେତୁ ପ୍ରାୟ ୧ଲକ୍ଷରୁ ଅଧିକ ମହିଳା ଶିକ୍ଷୟିତ୍ରୀ ସେମାନଙ୍କ ଚାକିରି ହରାଇଲେଣି। ଏକ ମିଲିୟନରୁ ଅଧିକ ଆଫଗାନିସ୍ତାନର ଝିଅ ବିଦ୍ୟାଳୟକୁ ଯିବା କିମ୍ବା ଶିକ୍ଷା ପାଇବାକୁ ବଞ୍ଚିତ ହୋଇଛନ୍ତି।

United Nation Taliban Militants
Advertisment
Advertisment