Advertisment

ଆସନ୍ତା ୩ ଦିନ ମଧ୍ୟରେ ସରକାର ଗଠନ କରିବେ ତାଲିବାନ, ମହିଳାଙ୍କୁ ମିଳିପାରେ ସୁଯୋଗ

ଆମେରିକୀ ସୈନ୍ୟ ପ୍ରତ୍ୟାହାର ପରେ ତାଲିବାନିମାନେ ଆଫଗାନିସ୍ତାନ ନିଜ କବ୍‌ଜାକୁ ନେଇ ଯାଇଛନ୍ତି। ପୁଣି ଥରେ ଆଫଗାନିସ୍ତାନରେ ନିଜର ରାଜ୍‌ ଚଲାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି।

author-image
Minati Mishra
ଅଦ୍ୟତନ ହୋଇଛି
taliban govt

taliban govt

କାବୁଲ୍‌: ଅଗଷ୍ଟ ୩୧ ତାରିଖ  ଆଫଗାନିସ୍ତାନ ମାଟି ଛାଡ଼ିଥିଲେ ଆମେରିକୀ ସେନା। ଦୀର୍ଘ ୨୦ ବର୍ଷ ଧରି ତାଲିବାନୀଙ୍କ ସହ ଚାଲିଥିବା ଯୁଦ୍ଧ ଶେଷ କରି ଫେରି ଯାଇଥିଲେ। ଅନ୍ୟପକ୍ଷେ ଆମେରିକୀ ସୈନ୍ୟ ପ୍ରତ୍ୟାହାର ପରେ ତାଲିବାନିମାନେ   ଆଫଗାନିସ୍ତାନ ନିଜ କବ୍‌ଜାକୁ ନେଇ ଯାଇଛନ୍ତି। ପୁଣି ଥରେ ଆଫଗାନିସ୍ତାନରେ ନିଜର ରାଜ୍‌ ଚଲାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। 

Advertisment

ଅନ୍ୟପକ୍ଷେ ଆମେରିକୀ ସେନା ଫେରିଯିବା ପରେ ତାଲିବାନ ଏବଂ ଅନ୍ୟ ଆଫଗାନ ନେତା ସଂଗଠନ ନୂଆ ସରକାର ଏବଂ କ୍ୟାବିନେଟ ଗଠନ ପାଇଁ ସହମତି ନେବାକୁ ଏକାଠି ହୋଇଛନ୍ତି। ଆସନ୍ତା ୩ ଦିନ ମଧ୍ୟରେ ଏ ନେଇ ବଡ ଘୋଷଣା କରାଯିବ। ତାଲିବାନର ସାଂସ୍କୃତିକ ଆୟୋଗ ସଦସ୍ୟ ବିଲାଲ କରିମୀ କହିଛନ୍ତି, ସଂଗଠନର ସୁପ୍ରିମ କମାଣ୍ଡର ହିବତୁଲ୍ଲାହ ଅଖୁନ୍ଦଜାଦା (Haibatullah Akhundzada) ଯେ କୌଣସି ପରିଷଦର ଶୀର୍ଷ ନେତା ହେବେ। ମୁଲ୍ଲା ଅବ୍‌ଦୁଲ୍‌ ଗନି ବରାଦର (Mullah Abdul Ghani Baradar) ସରକାରଙ୍କ ଦୈନନ୍ଦିନ କାର୍ଯ ପରିଚାଳନା କରିବେ। 

Advertisment

କତାରରେ ତାଲିବାନ ରାଜନୈତିକ କାର୍ଯ୍ୟାଳୟର ଉପ ପ୍ରମୁଖ ଶେର ମୋହମ୍ମଦ ଅବ୍ବାସ ଷ୍ଟନିକଜଈ ବୁଧବାର କହିଥିଲେ, ସରକାରରେ ଏମିତି ଲୋକଙ୍କୁ ସାମିଲ କରାଯିବ ନାହିଁ ଯେଉଁମାନେ ୨୦ ବର୍ଷ ଧରି ସରକାରରେ ଥିଲେ। ନୂଆ ସରକାରରେ ପବିତ୍ର ଏବଂ ଶିକ୍ଷିତ ଲୋକଙ୍କୁ ସାମିଲ କରାଯିବ। ମହିଳାମାନଙ୍କୁ ମଧ୍ୟ ସାମିଲ କରାଯିବ। ଏହା ପୂର୍ବରୁ ତାଲିବାନ ନେତା ଅନସ ହକ୍କାନୀ କହିଥିଲେ, ସରକାର ଗଠନ ପାଇଁ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। 

ପାଜହକ ଆଫଗାନ ନ୍ୟୁଜ ଅନୁସାରେ, ତାଲିବାନ ପକ୍ଷରୁ ସଖଉଲ୍ଲାହଙ୍କୁ କାର୍ଯ୍ୟକାରୀ ଶକ୍ଷା ପ୍ରମୁଖ, ଅବଦୁଲ ବାକିଙ୍କୁ ଉଚ୍ଚଶିକ୍ଷା ଦାୟିତ୍ୱ, ସଦର ଇବ୍ରାହିମଙ୍କୁ କାର୍ଯ୍ୟକାରୀ ଗୃହମନ୍ତ୍ରୀ, ଗୁଲଆଗାଙ୍କୁ ଅର୍ଥମନ୍ତ୍ରୀ, ମୁଲ୍ଲା ଶିରୀନଙ୍କୁ କାବୁଲ୍‌ ଗଭର୍ଣ୍ଣର, ହମଦୁଲ୍ଲା ନୋମାନୀଙ୍କୁ କାବୁଲ ମେୟର ଏବଂ ନଜିବୁଲ୍ଲାହଙ୍କୁ ଗୋଇନ୍ଦା ପ୍ରମୁଖ ଭାବେ ନିଯୁକ୍ତି କରାଯାଇଛି। 

ସୂଚନାଥାଉ କି,  ୨୦ ବର୍ଷ ଧରି ଚାଲିଥିବା ସଂଘର୍ଷକୁ ବୟାନ କରିବାକୁ ଯାଇ ୟୁଏସ ଚିଫ ଅଫ ଷ୍ଟାଫ ଅଧ୍ୟକ୍ଷ ଜେନରାଲ ମାର୍କ କହିଛନ୍ତି, ଅତୀତକୁ ମନେ ପକେଇଲେ ଭିତରେ ଯେତିକି କ୍ରୋଧ ଆସୁଛି ସେତିକି ଦୁଃଖ ବି ମନେ ପଡୁଛି। ଗତ ୨୦ ବର୍ଷ ଧରି ଆମ ଯେପରି ଭାବେ ଇରାକ ଏବଂ ଆଫଗାନିସ୍ତାନରେ ୨୪୦ ସୈନ୍ୟଙ୍କୁ ହରେଇଛୁ ତାହା ବୁହତ ଦୁଃଖଦାୟକ।

Afghanistan Taliban Militants
Advertisment
Advertisment