kabul university
କାବୁଲ: ପୁଣି ନିଜ ପୁରୁଣା ଅଭ୍ୟାସକୁ ନେଇ ବିଶ୍ୱସ୍ତରରେ ଲୋକହସା ହେଲା ତାଲିବାନ। ନିକଟରେ ପିଏଚ୍ଡି ପଢିଥିବା ସ୍କଲାରଙ୍କୁ ହଟାଇ ବିଏ ପାସ୍ ପଢିଥିବା ଲୋକକୁ ବିଶ୍ୱବିଦ୍ୟାଳୟର ଭିସି କରିଛି ତାଲିବାନୀ । କାବୁଲ ବିଶ୍ୱବିଦ୍ୟାଳୟରେ ପିଏଚଡି କରିଥିବା କୁଳପତି ମହମ୍ମଦ ଓସମାନ ବାବୁରୀଙ୍କୁ ପଦବୀରୁ ବାହାର କରିଦେଇଛି ତାଲିବାନ୍ । ତାଙ୍କ ସ୍ଥାନରେ ବିଏ ଡିଗ୍ରୀଧାରୀ ମହମ୍ମଦ ଅଶରଫ ଘୈରଟଙ୍କୁ ଭିସି ଦାୟିତ୍ୱରେ ନିଯୁକ୍ତି ଦିଆଯାଇଛି । ତେବେ ତାଲିବାନର ଏପରି ନିଷ୍ପତ୍ତିକୁ ଦୃଢ ବିରୋଧ କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ମଚାରୀ। ମହମ୍ମଦ ଅଶରଫ ଘାଇରାଟଙ୍କ ନିଯୁକ୍ତିକୁ ବିରୋଧ କରି କାବୁଲ ବିଶ୍ୱବିଦ୍ୟାଳୟର ପ୍ରାୟ ୭୦ ଜଣ କର୍ମଚାରୀ ଇସ୍ତଫା ଦେଇଛନ୍ତି ।
କାବୁଲର ସବୁଠୁ ବଡ ବିଶ୍ୱ ବିଦ୍ୟାଳୟର ଭିସି ଭାବେ ଅଶରଫ ଘୈରଟଙ୍କୁ ନିଯୁକ୍ତି ଦିଆଯଆଇଥିବା ଘଟଣାଟିକୁ ସୋସିଆଲ୍ ମିଡିଆରେ ବିରୋଧ କରାଯବା ସହ ତୀବ୍ର ନିନ୍ଦା କରାଯାଉଛି । କାରଣ ଗତ ବର୍ଷ ଘୈରଟ ସେସିଆଲ୍ ମିଡିଆରେ ଏକ ଟ୍ୱିଟ କରିଥିଲେ । ଯଉଁଥିରେ ସେ ସାମ୍ବାଦିକଙ୍କ ହତ୍ୟାକୁ ଉଚିତ୍ ବୋଲି କହିଛନ୍ତି । ଏହି ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
Also Read
ଖାମା ପ୍ରେସ ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁଯାୟୀ, ଜଣେ ଅଭିଜ୍ଞ ପିଏଚ୍ଡି ଡିଗ୍ରୀଧାରୀଙ୍କୁ ଆଫଗାନିସ୍ତାନ ବିଶ୍ୱବିଦ୍ୟାଳୟର ମୁଖ୍ୟ ଭାବରେ ବଦଳାଇ ଜଣେ ଯୁବ ବିଏ ଡିଗ୍ରୀଧାରୀଙ୍କ ନିଯୁକ୍ତିକୁ ଦେବା ଘଟଣାକୁ ଲୋକମାନେ ତିବ୍ର ନିନ୍ଦା କରିଛନ୍ତି । ଘୈରଟ ପୂର୍ବ ସରକାରର ଶିକ୍ଷା ମନ୍ତ୍ରଣାଳୟରେ କାର୍ଯ୍ୟ କରିଥିବା ସହ ଆଫଗାନିସ୍ତାନର ଦକ୍ଷିଣ-ପଶ୍ଚିମ ଭାଗରେ ଥିବା IEA ବିଶ୍ୱବିଦ୍ୟାଳୟ ମୂଲ୍ୟାଙ୍କନ ସଂସ୍ଥାର ମୁଖ୍ୟ ଥିଲେ ବୋଲି ଜଣାପଡିଛି ।
ତାଲିବାନ୍ ଗତ ସୋମବାର ଦିନ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ଆଫଗାନିସ୍ଥାନର ଦ୍ୱିତୀୟ ସର୍ବବୃହତ ରାଜନୈତିକ ଦଳର ପ୍ରତିଷ୍ଠାତା ବାହାରୁଦ୍ଧିନ୍ ରବ୍ବାନୀଙ୍କ ନାଁରେ ବିଶ୍ୱବିଦ୍ୟାଳୟର ନାମକୁ ନାମିତ କରିଥିଲା ।
ସୂଚନାଥାଉ କି, ୨୦୦୯ ରେ ବାହାରୁଦ୍ଧିନ୍ ସ୍ପାନିଙ୍କ ଘରେ ଏକ ଆତ୍ମଘାତୀ ଆକ୍ରମରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ତାଙ୍କ ନାମରେ ବିଶ୍ୱବିଦ୍ୱାଳୟକୁ ନାମିତ କରାଯାଇଥିଲା । ହେଲେ ଗତ ସୋମବାର ବିଦ୍ଧିବଦ୍ଧ ଭାବେ ଏହି ନାମକୁ ମାନ୍ୟତା ଦେଇଛି ତାଲିବାନ।
ଅନ୍ୟପକ୍ଷେ ଉଚ୍ଚ ଶିକ୍ଷା ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ଏକ ନିର୍ଦ୍ଦେଶନାମାରେ କୁହାଯାଇଛି, ବିଶ୍ୱବିଦ୍ୟାଳୟଗୁଡ଼ିକ ଆଫଗାନିସ୍ତାନର ବୌଦ୍ଧିକ ସମ୍ପତ୍ତି ଏବଂ ଏହାକୁ ରାଜନୈତିକ କିମ୍ବା ଅନୁସୂଚିତ ଜାତି ନେତାଙ୍କ ନାମରେ ନାମିତ କରାଯିବା ଉଚିତ ନୁହେଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)


/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)