Advertisment

ତାଲିବାନ ଶାସନରେ ଶୈଶବ...‘ଆମେ ଜାଣିନୁ ଇଚ୍ଛା କାହାକୁ କହନ୍ତି, ସ୍ୱପ୍ନର ରଙ୍ଗ କେମିତି’

ଏମାନଙ୍କ ନିରୀହ ଆଖି କହେ ଯନ୍ତ୍ରଣାର କଥା । ଏମାନଙ୍କ ପେଟର ଭୋକ ଆଉ କାମର ଚାପ ଭିତରେ ହଜି ଯାଏ ବାଲ୍ୟ ଜୀବନର ଚପଳତା। ଏମାନେ ଜାଣନ୍ତିନି ଇଚ୍ଛା କାହାକୁ କହନ୍ତି। ଏମାନେ ବୁଝନ୍ତିନି ସ୍ୱପ୍ନର ରଙ୍ଗ କେମିତି। ଧୂଳିଖେଳୁ ଥିବା ପିଲା ଏଠି କାଦୁଅମାଟିରେ ଦେଖନ୍ତି ରୁଟିର ସ୍ୱପ୍ନ। କାରଣ ମାଟିରେ କାମ ନ କଲେ ପେଟକୁ ରୁଟି ମିଳିବନି।

author-image
Minati Mishra
ଅଦ୍ୟତନ ହୋଇଛି
Child Labour in Afghanistan

Afghan children work at brick kilns

ଏମାନଙ୍କ ନିରୀହ ଆଖି କହେ ଯନ୍ତ୍ରଣାର କଥା । ଏମାନଙ୍କ ପେଟର ଭୋକ ଆଉ କାମର ଚାପ ଭିତରେ ହଜି ଯାଏ ବାଲ୍ୟ ଜୀବନର ଚପଳତା। ଏମାନେ ଜାଣନ୍ତିନି ଇଚ୍ଛା କାହାକୁ କହନ୍ତି। ଏମାନେ ବୁଝନ୍ତିନି ସ୍ୱପ୍ନର ରଙ୍ଗ କେମିତି। ଧୂଳିଖେଳୁ ଥିବା ପିଲା ଏଠି କାଦୁଅମାଟିରେ ଦେଖନ୍ତି ରୁଟିର ସ୍ୱପ୍ନ। କାରଣ ମାଟିରେ କାମ ନ କଲେ ପେଟକୁ ରୁଟି ମିଳିବନି। ଘଣ୍ଟେ ବା ୨ ଘଣ୍ଟା ନୁହେଁ, ୧୦ ଘଣ୍ଟାଧରି ଏମାନଙ୍କୁ ଏଠି ଖଟିବାକୁ ପଡେ । ମାଟିକୁ ଚକଟି ଛାଞ୍ଚରେ ପ୍ୟାକ କରିବା, ଛାଞ୍ଚକୁ ବୋହି ଶୁଖାଇବା ଠାରୁ ଆରମ୍ଭ କରି ଇଟା ବୋହି ଭାଟିକୁ ନେବା ପର୍ଯ୍ୟନ୍ତ ସବୁ କାମ କରିବାକୁ ପଡ଼ୁଛି ଏହି କୁନି କୁନି ପିଲାଙ୍କୁ। ଶିରା ଦେଖାଯାଉଛି, ଅଣ୍ଟା ନଇଁ ଯାଉଛି, ତଥାପି କାମ ନ କରି ବର୍ତ୍ତିବାର ବାଟ ନାହିଁ। ଏ ହେଉଛି ତାଲିବାନ ଶାସନରେ ଛୋଟ ଛୋଟ ପିଲାଙ୍କର କରୁଣ ସ୍ଥିତି।

Advertisment

୧୨ ବର୍ଷର ପିଲାଟିଏ। ନାଁ ତାର ନବିଲା। ନିଜ ସାଥୀଙ୍କ ଭିତରେ ସବୁଠାରୁ ବଡ଼। ନିଜ ପେଟ ପାଇଁ ଏହି ଇଟାଭାଟିରେ କାମ କରିବାକୁ ବାଧ୍ୟ ହୋଇଛି। ତାଲିବାନ ହାତକୁ ଶାସନ କ୍ଷମତା ଯିବା ପରେ ଦେଶର ଅର୍ଥ ବ୍ୟବସ୍ଥା ବିଗିଡ଼ି ଯାଇଛି। ତେଣୁ ନିଜ ପରିବାର ସହ ଏବେ ସେ ରାସ୍ତା କଡରେ ଥିବା ଇଟାଭାଟିରେ କାମ କରୁଛି। ସକାଳୁ କାମ କରୁ କରୁ ସନ୍ଧ୍ୟା ହୋଇ ଯାଉଛି। ଖାଲି ନବିଲା ନୁହେଁ, ୪ରୁ ୫ ବର୍ଷର ଅନେକ ପିଲା ଏଠି ସକାଳୁ ସନ୍ଧ୍ୟାଯାଏ ଇଟାଭାଟିରେ ଭାଡଭଙ୍ଗା କାମ କରୁଛନ୍ତି। ଧୂ ଧୂ ଖରାରେ ଇଟା ଗଢନ୍ତି, ତାକୁ ନେଇ ଖରାରେ ଶୁଖାନ୍ତି ଆଉ ଏଇ କଚ୍ଚା ଇଟାକୁ ନେଇ ଭାଟିରେ ପୋଡ଼ିବା କାମ କରିଥାନ୍ତି। ଏମାନଙ୍କୁ ଯଦି ପଚରାଯାଏ ଇଚ୍ଛା କାହାକୁ କହନ୍ତି, ସ୍ୱପ୍ନର ରଙ୍ଗ କ’ଣ ?  ତେବେ ସେମାନଙ୍କର ଗୋଟିଏ ଉତ୍ତର,  ଆମେ ଏସବୁ କିଛି ଜାଣିନୁ। ଆମେ କେବଳ ଜାଣୁ, କାମ କଲେ ତ ଖାଇବାକୁ ମିଳେ।’

ଜୀବନକୁ ଚିହ୍ନିବା ଆଗରୁ ଏମିତି ସଂଘର୍ଷ ଭିତରେ ଏମାନେ ବଞ୍ଚିବାକୁ ବାଧ୍ୟ। ଏମାନଙ୍କ ପରିବାରର ଅବସ୍ଥା ବି ଆହୁରି ଶୋଚନୀୟ। ବଞ୍ଚିବା ପାଇଁ ସର୍ବନିମ୍ନ ମୌଳିକ ସୁବିଧା ଏମାନଙ୍କୁ ମିଳେନି। ଏଠି ଅଧିକାଂଶ ପିଲାଙ୍କ ଦୈନିକ ଆହାର ଚାହା ଭିଜା ରୁଟି। ୧୦୦୦ ଇଟା ପାଇଁ ଏମାନଙ୍କୁ ପାରିଶ୍ରମିକ ମିଳିଥାଏ ୪ ଡଲାର ବା ୩୨୫ ଟଙ୍କା। ବୟସ୍କ ଲୋକଙ୍କ କହିବା ଅନୁଯାୟୀ, ଦୈନିକ ୧୦୦୦ ଇଟା କରିବା ସମ୍ଭବ ନୁହେଁ, କିନ୍ତୁ ଏହି କାମରେ ପିଲାଙ୍କୁ ସାମିଲ କରିବା ପରେ ଦୈନିକ ୧୫୦୦ ଇଟା ସେମାନେ କରିପାରୁଛନ୍ତି। ଫଳରେ ପରିବାର ମୁହଁରେ ଦାନା ଟିକିଏ ଦେଇ ପାରୁଛନ୍ତି।  ତେଣୁ   ପିଲାଙ୍କୁ ପାଠ ପଢିବାକୁ ଛାଡ଼ିବା ପରିବର୍ତ୍ତେ ଇଟାଭାଟିରେ କାମ କରାଇବାକୁ ବାଧ୍ୟ ହେଉଛନ୍ତି ବାପା-ମା’।

Advertisment

ଏକ ସର୍ଭେରୁ ଜଣାପଡ଼ିଛି, ଡିସେମ୍ବରରୁ ଜୁନ୍‌ ଭିତରେ ବାହାରେ କାମ କରୁଥିବା ପିଲାଙ୍କ ସଂଖ୍ୟା ୧୮ ପ୍ରତିଶତରୁ ବୃଦ୍ଧି ପାଇ ଏବେ ୨୨ ପ୍ରତିଶତରେ ପହଞ୍ଚିଛି। ଦେଶରେ ବର୍ତ୍ତମାନ ୧୦ ଲକ୍ଷରୁ ଅଧିକ ଲୋକ ପାଠ ନ ପଢି କାମ କରୁଛନ୍ତି। ୨୨ ପ୍ରତିଶତ ପିଲା କହନ୍ତି ସେମାନଙ୍କ ବାପା-ମା’ ସେମାନଙ୍କୁ ପାରିବାରିକ ବ୍ୟବସାୟରେ କିମ୍ବା ବାହାରେ କାମ କରିବାକୁ ବାଧ୍ୟ କରନ୍ତି।

Child Labour Issues Taliban Militants Afganisthan
Advertisment
Advertisment