• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କାବୁଲ: ବନ୍ଧୁକ ମୁନରେ କ୍ଷମତାକୁ ଆସିଲେ କିନ୍ତୁ ଏବେ କାଣ୍ଡ କାରନାମା ଦେଖିଲେ ଲାଗୁଛି ଯେପରି ଏମାନେ କ୍ଷମତାରେ ରହିବା ଯୋଗ୍ୟ ବି ନୁହେଁ । ଆଫଗାନିସ୍ତାନରେ ତାଲିବାନ୍‌ଙ୍କ ଗୋଟିଏ ପରେ ପରେ ଗୋଟିଏ କାର୍ଯ୍ୟକଳାପ ସେମାନଙ୍କ ମାନସିକ ସ୍ଥିତିକୁ ସାମ୍ନାକୁ ଆଣୁଛି । ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ କିଛି ତାଲିବାନ୍ ସୈନ୍ୟ ଏକାଠି ହୋଇ ମ୍ୟୁଜିକ୍ ଚେୟାର ଖେଳୁଛନ୍ତି । ଜଣେ ଅନ୍ୟ ଜଣଙ୍କୁ ଧକ୍କା ଦେଇ ତଳେ ପକାଉଛନ୍ତି ।  କାନ୍ଧରେ ଓ ପିଠିରେ ବନ୍ଧୁକ, ଗୋଳାବାରୁଦ ଧରିଥିବା ଏହି ସୈନ୍ୟ ମାନେ ଖେଳରେ ପୁରା ମସଗୁଲ ରହିଛନ୍ତି ା ଏହାପୂର୍ବରୁ ଟୟ କାର୍ ଚଲାଇବା, ହେଲିକପ୍ଟର ପଙ୍ଖାରେ ତାଲିବାନ ଦୋଳି ଝୁଲିବା ଭଳି ଘଟଣାର ଭିଡିଓ ଭାଇରାଲ୍ ମଧ୍ୟ ହୋଇଥିଲା ।

ସେପଟେ ଘୋର ଆର୍ଥିକ ଦୁର୍ଦ୍ଦିନରେ ଗତି କରୁଛି ଆଫଗାନିସ୍ତାନ । ତାଲିବାନ ହାତକୁ ଶାସନ କ୍ଷମତା ଯିବା ପରେ ପୂରା ଦେଶରେ ଖେଳି ଯାଇଛି ହାହାକାର । ଖାଦ୍ୟ ପଦାର୍ଥ ସାଙ୍ଗକୁ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀର ଘୋର ଅଭାବ ସୃଷ୍ଟି ହୋଇଛି । କାରବାର ବନ୍ଦ ହୋଇଯିବାରୁ ଲୋକେ ସଂପୂର୍ଣ୍ଣ ନିସ୍ୱ । ପାଖରେ ନଗଦ ଅର୍ଥ ନଥିବାରୁ ଲକ୍ଷ ଲକ୍ଷ ଲୋକ ଭୋକ ଉପାସରେ ଦିନ କାଟିବାକୁ ବାଧ୍ୟ ହେଉଛନ୍ତି । ପେଟକୁ ଦାନା ଯୋଗାଡ଼ ଲାଗି ଲୋକେ ନିଜ ନିଜର ଘରକରଣା ଜିନିଷ ଆସବାବ ପତ୍ର ବିକିବା ଆରମ୍ଭ କରିଛନ୍ତି । ଆଉ କିଛି ଲୋକ ସବୁ କିଛି ବିକିବାକି ଦେଇ ଆଫଗାନିସ୍ତାନ ଛାଡି ପଳାଇବା ଚକ୍କରରେ ଅଛନ୍ତି ।

ସେହିଭଳି ନିଜେ ଖୋଳିଥିବା ଗାତରେ ଏବେ ନିଜେ ପଡ଼ିଛି ତାଲିବାନ । ଆଫଗାନିସ୍ତାନରେ କ୍ଷମତା ସିନା ମାଡି ବସିଲେ, ତେବେ କେମିତି ଦେଶ ଚଳାଇବେ ଏବେ ତାହା ସବୁଠୁ ବଡ଼ ପ୍ରଶ୍ନ । କାହିଁକି ନା ପ୍ରଶାସନ ପାଇଁ ଦରକାର ବିପୁଳ ଅର୍ଥ ମାତ୍ର ଆଫଗାନିସ୍ତାନର ଟ୍ରେଜେରୀ ଖାଲି । ବିନା ଅର୍ଥରେ ସରକାର କେତେ ଦିନ ତିଷ୍ଠିବ ତାକୁ ନେଇ ବି ଉଠିଛି ପ୍ରଶ୍ନ । ତାଲିବାନ ସୈନ୍ୟଙ୍କ ପାଇଁ ବି ଖାଦ୍ୟ ପାନୀୟର ଘୋର ଅଭାବ ସୃଷ୍ଟି ହୋଇଥିବା ବେଳେ ମାସ ମାସ ଧରି ସେମାନଙ୍କୁ କୌଣସି ଆର୍ଥିକ ସହାୟତା ମିଳିନଥିବା କୁହାଯାଉଛି । ଏପଟେ ନିଶା ଦ୍ରବ୍ୟ କାରବାର ଓ ଦେଶରେ ମହଜୁଦ ବିପୁଳ ପରିମାଣର ଖଣିଜ ପଦାର୍ଥକୁ ରପ୍ତାନୀ କରି ତାଲିବାନ ଅର୍ଥ ଯୋଗାଡ଼ ଲାଗି ଯୋଜନା କରିଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ ବୋଲି କହିଛନ୍ତି ଆଫଗାନିସ୍ତାନ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ।