ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ମାମଲାର ଶୁଣାଣି କରି ୩ ମାସ ପାଇଁ ରହିତାଦେଶ ଲଗାଇଲେ ସୁପ୍ରିମକୋର୍ଟ ।
ଜନ୍ମଦାତ୍ରୀ ମାଆର ସେବାଯତ୍ନ ପାଇଁ ସମ୍ପତ୍ତି ନୁହେଁ, ଦରକାର ବଡ଼ ହୃଦୟ । ଏକ ପାରିବାରିକ ମାମାଲାର ଶୁଣାଣି କରି ସୁପ୍ରିମ୍କୋର୍ଟ ଏଭଳି ମନ୍ତବ୍ୟ ରଖିଛନ୍ତି ।
ଦେଶଦ୍ରୋହ ଆଇନ୍କୁ ନେଇ ବାଦ ବିବାଦ ଭିତରେ ସୁପ୍ରିମ୍କୋର୍ଟଙ୍କ ଐତିହାସିକ ପଦକ୍ଷେପ । ଏହାର ବୈଧତା ନେଇ ପୁନର୍ବିଚାର ନସରିବା ପର୍ଯ୍ୟନ୍ତ ସେଡିସନ୍ ଆଇନ୍ର ବ୍ୟବହାର ଉପରେ ସ୍ଥଗିତାଦେଶ ଲଗେଇଛନ୍ତି ସର୍ବୋଚ୍ଚ ଅଦାଲତ । ଏଥିସହ ପୂର୍ବରୁ ଯେଉଁମାନେ ଦେଶଦ୍ରୋହ ଅଭିଯୋଗରେ ଜେଲ୍ରେ ଅଛନ୍ତି, ସେମାନେ ଜାମିନ୍ ପାଇଁ ଆବେଦନ କରିପାରିବେ ବୋଲି କୋର୍ଟ ମତ ଦେଇଛନ୍ତି ।
ସେଡିସନ୍ ଆଇନ୍ରେ ସୁପ୍ରିମ୍କୋର୍ଟଙ୍କ ରୋକ୍ । ପୁନର୍ବିଚାର ପର୍ଯ୍ୟନ୍ତ ରୁଜୁ ହୋଇପାରିବନି ନୂଆ ଦେଶଦ୍ରୋହ ମାମଲା । ଦେଶଦ୍ରୋହ ଆଇନ୍ର ବୈଧତାକୁ ଚ୍ୟାଲେଞ୍ଜ କରି ହୋଇଥିବା ମାମଲାର ଶୁଣାଣି କରି ବଡ଼ ଫୈସଲା ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ ।
ଦେଶରେ କରୋନା ଟିକାକରଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । କାହାକୁ ବାଧ୍ୟ କରି ଟିକା ଦିଆଯିବା ଉଚିତ୍ ନୁହେଁ ।
ରାଜନୈତିକ ଏବଂ କର୍ପୋରେଟ୍ ପ୍ରତିଦ୍ୱନ୍ଦୀଙ୍କୁ ଅକଳରେ ପକାଇବାକୁ ପିଆଇଏଲ୍କୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି ।
ଏନ୍ଡିଏମ୍ସି କର୍ମଚାରୀ ଓ ଅଧିକାରୀ ବୁଲଡୋଜର ସହ ଜାହାଙ୍ଗିରପୁରୀରେ ପହଞ୍ଚି ବେଆଇନ ନିର୍ମାଣ ଭାଙ୍ଗିବା ଆରମ୍ଭ କରିଥିଲେ।
ଇମ୍ରାନଙ୍କ ନିଜ ଦଳର ଦୁଇ ଡର୍ଜନ୍ରୁ ଅଧିକ ସାଂସଦ ମଧ୍ୟ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେବା ଆଶଙ୍କା କରାଯାଉଛି । ତେବେ ନିଶ୍ଚିତ ପରାଜୟ ଜାଣିବା ସତ୍ତ୍ୱେ ଇମ୍ରାନ୍ ଯଦି ଇସ୍ତଫା ନଦିଅନ୍ତି, ତେବେ ସେ ଅନାସ୍ଥା ପ୍ରସ୍ତାବକୁ ସାମ୍ନା କରିବାରେ ପ୍ରଥମ ପାକିସ୍ତାନ ପ୍ରଧାନମନ୍ତ୍ରୀ ହେବେ ।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା । ଅନାସ୍ଥା ପ୍ରସ୍ତାବ ଖାରଜକୁ ଅସାମ୍ବିଧାନିକ କହିଛନ୍ତି ସୁପ୍ରିମକୋର୍ଟ ।
ଆବେଦନଟି ମାର୍ଚ୍ଚ ୧୧ରେ ଦିଲ୍ଲୀ ହାଇକୋର୍ଟରେ ଖାରଜ ହୋଇ ଯାଇଥିଲା । ଏହା ପରେ ଇଡି ପକ୍ଷରୁ ଅଭିଷେକ ଏବଂ ତାଙ୍କ ପତ୍ନୀଙ୍କୁ ଏକ ଫ୍ରେସ୍ ସମନ କରାଯାଇଥିଲା । ଉଭୟଙ୍କୁ ପୁଣି ଦିଲ୍ଲୀରେ ହାଜର ହେବା ପାଇଁ ନୋଟିସ ହୋଇଛି ।
ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଏଣିକି ପିତାମାତାଙ୍କ ସହ ସୁସମ୍ପର୍କ ନ ରଖିଲେ ମିଳିବ ନାହିଁ ସନ୍ତାନ ବାପାଙ୍କୁ ମାଗିପାରିବେନି ପଇସା ।
ଘରଭଡ଼ା ଦେଇନପାରିବା ବା ଦେବାରେ ଅସଫଳ ହେବା ଦଣ୍ଡନୀୟ ଅପରାଧ ନୁହେଁ । ଏଥିରେ ଭାରତୀୟ ପିଙ୍ଗଳ କୋଡ ବା ଆଇପିସିରେ ଦଣ୍ଡ ଦିଆଯିବାର ବ୍ୟବସ୍ଥା ନାହିଁ । ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି ।
ପରମବୀର ସିଂ ବନାମ ମହାରାଷ୍ଟ୍ର ସରକାର ଲଢ଼େଇରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ପରମବୀର ସିଂଙ୍କ ବିରୋଧରେ ଥିବା ସମସ୍ତ ମାମଲାର ତଦନ୍ତ ଭାର ସିବିଆଇ ହାତକୁ ଯିବ କି ନାହିଁ, ସେନେଇ ଆସନ୍ତା ୯ ତାରିଖରେ ଅନ୍ତିମ ଶୁଣାଣି କରିବେ ।
ଅଫଲାଇନ୍ ପରୀକ୍ଷାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାୟର ହୋଇଥିବା ପିଟିସନ୍ର ଆସନ୍ତାକାଲି ଶୁଣାଣି କରିବେ କୋର୍ଟ ।
ଘର କିଣି ବିଲ୍ଡର-ବ୍ୟାଙ୍କ ବିବାଦରେ ଫସିଛନ୍ତି କି? ଆଉ ଟେନ୍ସନ୍ ନିଅନ୍ତୁ ନାହିଁ । କାରଣ ବ୍ୟାଙ୍କ-ବିଲ୍ଡର ବିବାଦରେ ବାସଗୃହ କ୍ରେତାଙ୍କୁ ମିଳିବ ପ୍ରାଥମିକତା। ରେରା ନିଷ୍ପତ୍ତି ହେବ ସର୍ବୋପରି। ଏମିତି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଏହାପରେ ଘର କିଣିବାକୁ ଆଗ୍ରହୀ କ୍ରେତାଙ୍କ ମଧ୍ୟରେ ଖେଳିଛି ଖୁସିର ଲହରି। ଏପଟେ ବ୍ୟାଙ୍କ ଗୁଡ଼ିକୁ ଘାରିଲାଣି ରିଅଲ୍ ଇଷ୍ଟେଟ୍ କ୍ଷେତ୍ର
ରବିବାର ଟ୍ୱିଟ୍ରରେ ଏକ ବୟାନ ଜାରି କରି ହିଜାବ ବିବାଦ ନିଆଁ ଘିଅ ଢ଼ାଳିଛନ୍ତି
ପୈତୃକ ସମ୍ପତ୍ତି ଉପରେ ଝିଅଙ୍କ ରହିଛି ସମାନ ଅଧିକାର। ପୈତୃକ ସମ୍ପତ୍ତି ବିଭାଜନ ପରେ ଝିଅଙ୍କୁ ମିଳିବ ସମାନ ଅଧିକାର। ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।
କରୋନା ଟିକାକୁ ନେଇ ବଡ଼ ରାୟ ଦେଲେ ସୁପ୍ରିମକୋର୍ଟ। କହିଲେ, ଭ୍ୟାକ୍ସିନ ନେବା ପାଇଁ ବାଧ୍ୟ ନୁହନ୍ତି ଜନତା। ଏମିତିକି କରୋନା ଟିକାର ପ୍ରମାଣ ପତ୍ର କୌଣସି ସ୍ଥାନରେ ଦାଖଲ କରିବା ଜରୁରୀ ନୁହେଁ
ଖାଲି ଡେଲ୍ଟା ନୁହେଁ ବରଂ କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍କୁ ନେଇ ସାରା ଦେଶ ଆତଙ୍କିତ ହୋଇପଡିଛି । ଏମିତିକି ଦେଶରେ ପ୍ରାୟ ସ୍ଥାନରେ ବୁଷ୍ଟର ଡୋଜ ଟିକାକରଣ ମଧ୍ୟ କରାଯାଉଛି। ଏହାରି ଭିତରେ ସୁପ୍ରିମକୋର୍ଟ କେନ୍ଦ୍ରକୁ କହିଛନ୍ତି ଯେ, କୌଣସି ବ୍ୟକ୍ତିର ଇଚ୍ଛା ବିରୁଦ୍ଧରେ କିମ୍ବା ବାଧ୍ୟତାମୂଳକ ଭାବେ ଟିକା ଦିଆଯିବ ନାହିଁ । ଏମିତିକି ତାଙ୍କୁ ବାଧ୍ୟ ମଧ୍ୟ କରାଯିବ ନାହିଁ ।
ଆଇନର ଉଦ୍ଦେଶ୍ୟ ପୂରଣ କରୁନଥିବା ତଥା ବାଧା ସୃଷ୍ଟି କରୁଥିବା ନିୟମକୁ ପରିବର୍ତ୍ତନ କରିବା ଉଚିତ୍ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହା ପରିବର୍ତ୍ତେ ଆଇନର ଉଦ୍ଦେଶ୍ୟକୁ ପୂରଣ କରୁଥିବା ସଂଜ୍ଞା ନିରୂପଣ କରାଯିବା ଉଚିତ୍ ବୋଲି କହିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଫିରୋଜପୁର ଗସ୍ତବେଳେ ସୁରକ୍ଷା ତ୍ରୁଟି ପ୍ରସଙ୍ଗ ଘଟଣାର ତଦନ୍ତ ନେଇ ଉଚ୍ଚସ୍ତରୀୟ କମିଟି ଗଠନ କଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ କମିଟି ଗଠନ ହୋଇଛି ।
ନିଆଁ ଲାଗିବା ଭଗବାନଙ୍କ କାମ ବୋଲି ଆହ୍ଲାବାଦ ହାଇକୋର୍ଟ ରାୟ ଦେଇଥିଲେ । ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ରାୟକୁ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ଏହାକୁ କଦାପି ଭଗବାନଙ୍କ କାମ ବୋଲି କୁହାଯାଇପାରିବ ନାହିଁ । ଜଷ୍ଟିସ ଏ ଏମ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ।
କେନ୍ଦ୍ରୀୟ ପ୍ୟାନେଲକୁ ପଞ୍ଜାବ ପୋଲିସ, ସରକାର, ଗୁଇନ୍ଦା, ଏସପିଜି ଏବଂ ସୁରକ୍ଷାରେ ମୁତୟନ ଥିବା ସମସ୍ତ ସଂସ୍ଥା ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି । ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ବେଳେ ନିଜ ପକ୍ଷ ରଖି ଏହି ଆବେଦନ କରିଛି ଆନ୍ଧ୍ର । ତେବେ ନିଷ୍କର୍ଷ ନ ବାହାରିବା ଯାଏ ମାମଲା ଚାଲିବ । ଜାନୁଆରି ପ୍ରଥମ ସପ୍ତାହରେ ଏହାର ପରବର୍ତ୍ତୀ ଶୁଣାଣି ହେବ ।
ପୁଣି ଘୁଞ୍ଚିଲା କୋଟିଆ ଶୁଣାଣି । ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି । ଯେ ପର୍ଯ୍ୟନ୍ତ ଉଭୟ ରାଜ୍ୟ ମିଶି ସମାଧାନର ରାସ୍ତା ନବାହାର କରିଛନ୍ତି ସେ ପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ଏହି ମାମଲା ଚାଲୁ ରହିବ । ଉଭୟ ରାଜ୍ୟଙ୍କୁ ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ଏହାର ପରବର୍ତ୍ତି ଶୁଣାଣି ଜାନୁଆରୀ ମାସର ପ୍ରଥମ ସପ୍ତାହ ମଧ୍ୟରେ ହେବ ।