/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652773217.jpg)
It takes a big heart, not a big house to take care of a mother: Supreme Court
ଜନ୍ମଦାତ୍ରୀ ମାଆର ସେବାଯତ୍ନ ପାଇଁ ସମ୍ପତ୍ତି ନୁହେଁ, ଦରକାର ବଡ଼ ହୃଦୟ । ଏକ ପାରିବାରିକ ମାମାଲାର ଶୁଣାଣି କରି ସୁପ୍ରିମ୍କୋର୍ଟ ଏଭଳି ମନ୍ତବ୍ୟ ରଖିଛନ୍ତି ।
ମାଆଙ୍କ ସେବା ନ କରିବା ସହ ତାଙ୍କ ସମ୍ପତ୍ତି ବିକ୍ରି ପାଇଁ ପୁଅ ଉଦ୍ୟମ କରୁଥିବା ଅଭିଯୋଗ କରି ୯୦ ବର୍ଷୀୟ ବୈଦେହୀ ସିଂହଙ୍କ ଦୁଇ ଝିଅ ପୁଷ୍ପା ତିଓ୍ୱାରି ଓ ଗାୟତ୍ରୀ ସୁପ୍ରିମ କୋର୍ଟରେ ଏକ ମାମଲା କରିଥିଲେ ।
ସୂଚନା ଅନୁସାରେ, ମାଆ ବୈଦେହୀ ଡିମନେସିଆ ରୋଗରେ ପୀଡ଼ିତ ଥିଲେ ବି ତାଙ୍କ ପୁଅ କ୍ରିଷ୍ଣ କୁମାର ସିଂହ ଉପଯୁକ୍ତ ଚିକିତ୍ସା କରୁନଥିବା ଅଭିଯୋଗ ହୋଇଥିଲା । ମାଆ ବୈଦେହୀଙ୍କ ଚିକିତ୍ସା ୨୦୧୯ ରେ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ କରାଯାଉଥିଲା । ହେଲେ କରୋନା ପରଠାରୁ ତାଙ୍କର କିଛି ଖୋଜ ଖବର ନ ଥିଲା । ଯାହାର କିଛି ଦିନ ପରେ ସେ ଜାଣିବାକୁ ପାଇଥିଲେ ପୁଅ କ୍ରିଷ୍ଣ କୁମାର ମାଆଙ୍କୁ ବିହାରର ମୁଜାଫରପୁରରେ ରଖିଥିଲେ ।
ତେବେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି କହିଛନ୍ତି, ମାଆର ସେବାଯତ୍ନ ପାଇଁ ଧନ ନୁହେଁ ବରଂ ନିର୍ମଳ ମନ ଦରକାର । ଏହାସହ ବୈଦେହୀଙ୍କ ସଂପତ୍ତି ବିକ୍ରି ଉପରେ ରୋକ ଲଗାଇଛନ୍ତି । ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ପୁଣିଥରେ ଶୁଣାଣି ହେବ ବୋଲି ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)